ETV Bharat / city

କୋଭିଡ କଟକଣାରେ ହେବ ଚନ୍ଦନ ଯାତ୍ରା, ସାମିଲ ହେବେନି ଶ୍ରଦ୍ଧାଳୁ

author img

By

Published : May 10, 2021, 10:14 PM IST

କୋଭିଡ କଟକଣା ସହ ଆୟୋଜନ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା । ଏହାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

କୋଭିଡ କଟକଣାରେ ହେବ ଚନ୍ଦନ ଯାତ୍ରା, ସାମିଲ ହେବେନି ଶ୍ରଦ୍ଧାଳୁ
କୋଭିଡ କଟକଣାରେ ହେବ ଚନ୍ଦନ ଯାତ୍ରା, ସାମିଲ ହେବେନି ଶ୍ରଦ୍ଧାଳୁ

ପୁରୀ: କୋଭିଡ କଟକଣା ସହ ଆୟୋଜନ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା । ଏହାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି (ସୋମବାର) ଚନ୍ଦନ ଯାତ୍ରା ନୀତି ସହିତ ଜଡିତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ସହ ପୁରୀ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଚଳିତ ବର୍ଷ ଲକଡାଉନ ଓ କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ସମାଗମକୁ ଅନୁମତି ଦିଆଯିବ ନାହିଁ ।

କୋଭିଡ କଟକଣାରେ ହେବ ଚନ୍ଦନ ଯାତ୍ରା, ସାମିଲ ହେବେନି ଶ୍ରଦ୍ଧାଳୁ

ସେହିପରି ଆସନ୍ତା ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯିବ । ମହାପ୍ରଭୁଙ୍କ ଏହି ନୀତି ମଧ୍ୟ କୋଭିଡ କଟକଣାରେ ଆୟୋଜିତ ହେବ । ତେବେ ରଥ ନିର୍ମାଣ ଓ ଚନ୍ଦନ ଯାତ୍ରାରେ ସମ୍ପୃକ୍ତ ଥିବା ସେବାୟତଙ୍କ ଆସନ୍ତା ମଙ୍ଗଳବାର ଠାରୁ କୋଭିଡ ଟେଷ୍ଟ କରାଯିବ । ଚନ୍ଦନ ଯାତ୍ରାରେ କୋଭିଡ ଗାଇଡଲାଇନ sopକୁ ପାଳନ କରାଯିବ । ସେହିଦିନ ନରେନ୍ଦ୍ର ପୁଷ୍କରିଣୀରୁ ଶ୍ରୀମନ୍ଦିର ଯାଏଁ 144 ଧାରା ଜାରି କରିବା ନେଇ ଆଲୋଚନା ଚାଲିଛି । ଏହାକୁ ନେଇ ପୁରୀ ଏସପି କେ ବିଶାଳ ସିଂ ସୂଚନା ଦେଇଛନ୍ତି ।

ଗତବର୍ଷ ମଧ୍ୟ କୋଭିଡ ମହାମାରୀ ଯୋଗୁଁ ସମସ୍ତ ଧାର୍ମିକ ମହୋତ୍ସବ ବନ୍ଦ ରହିଥିଲା । ଏଣୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ଶ୍ରୀମନ୍ଦିର ଭିତରେ ହୋଇଥିଲା । ଏବେ ପୁଣି ଲକଡାଉନ ଚାଲିଥିବାବେଳେ ମହାପ୍ରଭୁଙ୍କ ଏହି ବିଶେଷ ନୀତି କିଭଳି ଅୟୋଜନ ହେବ ସେନେଇ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

ରାଜ୍ୟରେ କୋରୋନା ସଂକ୍ରମଣ ବୃ୍ଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତି ସମସ୍ତ ଧାର୍ମିକ ମହୋତ୍ସବ ଉପରେ କଟକଣା ଜାରି ହୋଇଛି । ଏଭଳି ସ୍ଥିତିରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଦେଖିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.