ETV Bharat / city

ଏଥର ଜମିବ ଦୁର୍ଗାପୂଜା, ମଧ୍ୟରାତ୍ରୀ ଯାଏଁ ଦୁଲୁକିବ ମଞ୍ଚ

author img

By

Published : Sep 12, 2022, 9:55 PM IST

ଏଥର ଜମିବ ଦୁର୍ଗାପୂଜା, ମଧ୍ୟରାତ୍ରୀ ଯାଏଁ ଦୁଲୁକିବ ମଞ୍ଚ
ଏଥର ଜମିବ ଦୁର୍ଗାପୂଜା, ମଧ୍ୟରାତ୍ରୀ ଯାଏଁ ଦୁଲୁକିବ ମଞ୍ଚ

ଆଉ କିଛିଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା । ମା'ଙ୍କର ପୂଜା ବା ଦୁର୍ଗାପୂଜାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ବିଏମସିର ଆରମ୍ଭ ହେଲାଣି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର : ଆଉ କିଛିଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା । ମା'ଙ୍କର ଆଗମନକୁ ନେଇ ଏବେଠୁ ଉତ୍ସବମୁଖର ହେଲାଣି ରାଜଧାନୀ । ତେଣୁ ମା'ଙ୍କର ପୂଜା ବା ଦୁର୍ଗାପୂଜାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ବିଏମସିର ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏନେଇ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଏଥର ଜମିବ ଦୁର୍ଗାପୂଜା, ମଧ୍ୟରାତ୍ରୀ ଯାଏଁ ଦୁଲୁକିବ ମଞ୍ଚ

ବୈଠକରେ ଦୁର୍ଗା ପୂଜା ପୂର୍ବରୁ ରାସ୍ତା ମରାମତି, ଡ୍ରେନେଜ, ସ୍ୱରେଜ ବ୍ୟବସ୍ଥା ସଜାଡ଼ିବା ସହ ରାସ୍ତା ଲାଇଟ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର । ସେହିପରି ଖାଲଖମା, ରାସ୍ତା ମରାମତି ଉପରେ ବିଏମସିର ଅଧିକ ଗୁରୁତ୍ୱ ରହିଛି । ଚଳିତ ବର୍ଷ ୧୭୮ଟି ମଣ୍ଡପରେ ପୂଜା ପାଇବେ ମା' । ଦୁଇ ବର୍ଷ ପରେ ପୂଜା ହେଉଥିବାରୁ ସବୁ ମଣ୍ଡପ ଗୁଡିକ ଜାକଜମକରେ ପୂଜା କରିବାକୁ ମିଳିଛି ଅନୁମତି । ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି କରିବାସହ ମେଲଣ ଓ ମୀନାବଜାର ପାଇଁ ମଧ୍ୟ ମିଳିଛି ଅନୁମତି ।

ଏହା ମଧ୍ୟ ପଢ଼ନ୍ତୁ: ପାର୍ବଣ ପୂର୍ବରୁ ଚମକିବ କଟକ: ମେୟର

ଭସାଣୀ ଶୋଭଯାତ୍ରା ପ୍ରତିବର୍ଷ ଯେଉଁଭଳି ହୁଏ ତା ଠାରୁ ଅଧିକ ଜାକଜମକରେ କରିବାକୁ ବିଏମସି ପକ୍ଷରୁ ମିଳିଛି ଅନୁମତି । ସେପଟେ ପୂଜା ସମୟରେ ବିଭିନ୍ନ ଫୁଡ୍ ଷ୍ଟଲ ଥାଏ । ବିଭିନ୍ନ ଫୁଡ୍ ଷ୍ଟଲରେ କିଭଳି ମିଳିବ ହାଇଜିନିକ ଖାଦ୍ୟ ସେଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ୭ଜଣିଆ ଫୁଡ ଇନ୍ସପେକ୍ଟର ଟିମ ଯାଞ୍ଚ କରିବେ ଖାଦ୍ୟର ମାନ । ଆବଶ୍ୟକତା ପଡିଲେ ଦୋକାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କହିଛନ୍ତି ବିଏମସି କମିଶନର ।

ସେହିପରି ରାବଣ ପୋଡ଼ି ପାଇଁ କମିଶନରେଟ ପୋଲିସ ଦେବ ଅନୁମତି । ପୂଜାରେ ଯେଉଁ ମେଲୋଡ଼ି ବା ସାସ୍କୃତିକ କାର୍ଯ୍ୟକ୍ରମ ହୁଏ ସେଥିପାଇଁ ୧୦ ଟା ବଦଳରେ ୧୨ ଟା ଯାଏଁ ସମୟ ଦିଆଯାଇଛି । ଆଉ ଭସାଣି ମଧ୍ୟ ହେବ ବୋଲି ସମସ୍ତ ବିଭାଗ ସହ ସମନ୍ବୟ ରଖି ସୁଚାରୁ ରୂପେ ପୂଜା ପରିଚାଳନା ହେବ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଏହା ମଧ୍ୟ ପଢ଼ନ୍ତୁ: ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ, ଆକର୍ଷଣ ସାଜିବ ଜଳକ୍ରୀଡା କେନ୍ଦ୍ର

ଏହାସହ ମହୋତ୍ସବରେ ପୂର୍ବ ଭଳି ମେଲଣ ହେବା ସହ ଭସାଣି ପାଇଁ ୩ରୁ ୪ଟି ଅସ୍ଥାୟୀ ବିସର୍ଜନ ପୋଖରୀ ନିର୍ମାଣ ହେବ ବୋଲି କହିଛନ୍ତି ଭୁବନେଶ୍ୱର କମିଶନର । ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଏମସି କମିଶନରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ସମସ୍ତ ନିଷ୍ପତ୍ତି ନିଆଯାଇଛି ।

୨ ବର୍ଷ ପରେ ହେବ କଟକଣା ମୁକ୍ତ ଦୁର୍ଗା ପୂଜା । ଏଥର ରାଜଧାନୀରେ ୧୭୮ଟି ମେଢରେ ପୂଜା ହେବ । କଟକଣା ମୁକ୍ତ ଦୁର୍ଗା ପୂଜା ସହ ପୂଜା ମଣ୍ଡପରେ ସଂଖ୍ୟା ବଢୁଥିବାରୁ ଭିଡ଼ ମଧ୍ୟ ରହିବ । ଯାହାକୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍ସାହ ଏବେଠୁ ଦେଖିବାକୁ ମିଳୁଛି । ଆଉ ଏହି ଉତ୍ସାହକୁ ନେଇ ପୂଜା ମଣ୍ଡପ ଗୁଡିକରେ ବ୍ଯାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେଣୁ ମଣ୍ଡପଗୁଡିକର କର୍ମକର୍ତ୍ତା ବିଏମସିର ଗାଇଡଲାଇନ ସହ ସୁରକ୍ଷିତ ପୂଜା ପାଇଁ ଅଣ୍ଟା ଭିଡିଛନ୍ତି ।

ଏହାସହ କୋଭିଡର ପ୍ରକୋପ ଏବେ ବି ରହିଛି । ତେଣୁ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ପଡ଼ିବ । ତେଣୁ ବିନା ମାସ୍କରେ ଘରୁ ନବାହାରିବାକୁ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି । ପୂଜାକୁ ସୁନ୍ଦର ଓ ନିଆରା କରିବା ପାଇଁ ଏବେଠୁ ପୂର୍ବ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡିଛନ୍ତି । ଏହାସହ କଟକଣା ମୁକ୍ତ ଓ ଧୂମଧାମରେ ପୂଜାର ଅନୁମତି ପାଇଁ ବିଏମସିକୁ ଧନ୍ୟବାଦ ଦେଇଛନ୍ତି । ସେହିପରି ନିଜ ତରଫରୁ ମଧ୍ୟ ଶୃଙ୍ଖଳିତ ପୂଜା ସମସ୍ତ ବ୍ଯବସ୍ଥା ସୁଚାରୁ ରୂପେ ସମ୍ପାଦନ କରିବେ ବୋଲି କହିଛନ୍ତି ରାଜଧାନୀ ପୂଜା କମିଟିର ସଦସ୍ଯ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.