ETV Bharat / city

ଆବାସ ଦୁର୍ନୀତି ପ୍ରସଙ୍ଗ ଅଭିଯୋଗ: ବିଜେଡିର ପ୍ରତିକ୍ରିୟା

author img

By

Published : Jan 31, 2022, 9:26 PM IST

mla debi mishra reaction on awas yojana
ଆବାସ ଦୁର୍ନୀତି ପ୍ରସଙ୍ଗ ଅଭିଯୋଗ: ବିଜେଡିର ପ୍ରତିକ୍ରିୟା

ଆବାସ ପ୍ରସଙ୍ଗରେ ବିରୋଧୀ ଆଣୁଥିବା ଦୁର୍ନୀତି ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାକୁ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର: ଆବାସ ପ୍ରସଙ୍ଗରେ ବିରୋଧୀ ଆଣୁଥିବା ଦୁର୍ନୀତି ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାକୁ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସେହିପରି ଗତ ତିନି ବର୍ଷରେ 12 ହଜାର କୋଟି ଖର୍ଚ୍ଚ ହୋଇଛି ।

ଏଥିରୁ ରାଜ୍ୟ ସରକାର 6 ହଜାର କୋଟି ଦେଇଛନ୍ତି । ଆଗରୁ କେନ୍ଦ୍ରରେ ଯେଉଁ ସରକାର ଥିଲେ ସବୁବେଳେ କେନ୍ଦ୍ରୀୟ ଯୋଜନାରେ 90 ପ୍ରତିଶତ ମିଳୁଥିଲା । ମାତ୍ର ବିଜେପି ସରକାର ତାକୁ 60-40 କରି ଦେଇଛନ୍ତି । ଏହି ବ୍ୟବସ୍ଥା କାହିଁକି କଲେ ପ୍ରଥମେ ଏ କଥାର ଉତ୍ତର ଦିଅନ୍ତୁ ।

ଆବାସ ଦୁର୍ନୀତି ପ୍ରସଙ୍ଗ ଅଭିଯୋଗ: ବିଜେଡିର ପ୍ରତିକ୍ରିୟା

ସେହିପରି ଦୁର୍ନୀତି ଅଭିଯୋଗ ନିର୍ଦ୍ଧିଷ୍ଟ କେଉଁ ସ୍ଥାନରେ ଅଛି କୁହନ୍ତୁ । ଏଥିସହ ନିର୍ଦ୍ଧଷ୍ଟ ଫୋରମ ମାଧ୍ୟମରେ ଅଭିଯୋଗ କରି କୁହନ୍ତୁ । ଏସବୁ ପାଇଁ ଲୋକାୟୁକ୍ତ ଅଛନ୍ତି, ତାଙ୍କ ପାଖରେ ଅଭିଯୋଗ କରନ୍ତୁ ବୋଲି ଦେବୀ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.