ETV Bharat / city

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅମର ପଟ୍ଟନାୟକଙ୍କ ଚିଠି, CSR ପାଣ୍ଠିରୁ CMRF କୁ ଅନୁଦାନ ଅନୁମତି ଦାବି

author img

By

Published : Jun 28, 2021, 5:25 PM IST

ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ...

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅମର ପଟ୍ଟନାୟକଙ୍କ ଚିଠି
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅମର ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ବର: ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । CSR ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(CMRF)କୁ ଅନୁଦାନ ଅନୁମତି ଦାବି କରି କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଅମର ।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅମର ପଟ୍ଟନାୟକଙ୍କ ଚିଠି

ବିଭିନ୍ନ ଶିଳ୍ପ ସଂସ୍ଥାର CSR ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ(CMRF)କୁ ଅନୁଦାନ ମିଳୁନାହିଁ । ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । CMRFକୁ CSR ପାଣ୍ଠିରୁ ଅନୁଦାନ ମିଳୁ ବୋଲି ଅମର ଦାବି କରିଛନ୍ତି ।

CSR ପାଣ୍ଠିରୁ ପ୍ରଧାନମନ୍ତ୍ରୀ କେୟାର୍ସ ଓ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଅନୁଦାନ ମିଳିବା ନେଇ ଅନୁମତି ମିଳିଛି । ସେହିପରି ସ୍ବଚ୍ଛ ଭାରତ ମିଶନ, ଗଙ୍ଗା ସଫେଇ ଅଭିଯାନକୁ ମିଳୁଛି CSR ପାଣ୍ଠିରୁ ଅନୁଦାନ ।

CSR ପାଣ୍ଠିରୁ CMRFକୁ ଅନୁଦାନ ଅନୁମତି ନଥିବାରୁ ରାଜ୍ୟର ଶିଳ୍ପାନୁଷ୍ଠାନ ଗୁଡିକ କୋଭିଡ଼ ମୁକାବିଲା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ କରିପାରୁନାହାନ୍ତି । ସେଥିପାଇଁ CSR ପାଣ୍ଠିରୁ CMRFକୁ ଅନୁଦାନ ଅନୁମତି ଦେବା ଲାଗି କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଅମର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.