ETV Bharat / city

Justice For Mamita: ପ୍ରମିଳା କହିଲେ ବିଭ୍ରାନ୍ତି କରୁଛନ୍ତି ରାଜ୍ୟ ବିଜେପି ସଭାପତି

author img

By

Published : Dec 6, 2021, 10:58 PM IST

Justice For Mamita: ପ୍ରମିଳା କହିଲେ ବିଭ୍ରାନ୍ତି କରୁଛନ୍ତି ରାଜ୍ୟ ବିଜେପି ସଭାପତି
Justice For Mamita: ପ୍ରମିଳା କହିଲେ ବିଭ୍ରାନ୍ତି କରୁଛନ୍ତି ରାଜ୍ୟ ବିଜେପି ସଭାପତି

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଭ୍ରାନ୍ତି କରୁଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ମାମଲା ବିଚାରାଧୀନ ଥିବାବେଳେ ମିଥ୍ୟା ତଥ୍ୟ ଦେଇ ସମୀର ଭ୍ରମିତ କରୁଥିବା ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିଛି ବିଜେଡି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଭ୍ରାନ୍ତି କରୁଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ମାମଲା ବିଚାରଧୀନ ଥିବାବେଳେ ମିଥ୍ୟା ତଥ୍ୟ ଦେଇ ଭ୍ରମିତ କରୁଛନ୍ତି ସମୀର । ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଅଦାଲତ କୌଣସି ସ୍ଥାନରେ ଉଲ୍ଲେଖ କରିନାହାଁନ୍ତି । ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ରଖିଛନ୍ତି ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ । ମାମଲାରେ ଅଭିଯୋଗକାରୀଙ୍କ ଆବେଦନ ପରେ ଅଦାଲତ କେବଳ IICଙ୍କୁ ଏହାର ତଦନ୍ତ କରିବାକୁ କହିଛନ୍ତି ।

Justice For Mamita: ପ୍ରମିଳା କହିଲେ ବିଭ୍ରାନ୍ତି କରୁଛନ୍ତି ରାଜ୍ୟ ବିଜେପି ସଭାପତି

ଏହା ବି ପଢ଼ନ୍ତୁ ଦାଗି ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଶାସକ ଦଳ ଅଚଳ କରୁଛି ଗୃହ: ବିଜେପି ସଭାପତି

ଯେତେଦୂର CDR କଥା, JMFCଙ୍କ ନିର୍ଦ୍ଦେଶରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଆଇଆଇସି ସିଡିଆର ଗୁଡ଼ିକୁ ସଂରକ୍ଷଣ କରିଛନ୍ତି । ଆବଶ୍ୟକ ହେଲେ ଅଦାଲତରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ବେଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଆମେ ଆଶା କରୁଛୁ ସମୀର ନ୍ୟାୟିକ ପ୍ରକ୍ରିୟା ଜାରି ରଖିବାକୁ ଦେବେ । ଅଦାଲତଙ୍କ ଆଦେଶ ଉପରେ ସୁହାଇଲା ଭଳି ମନ୍ତବ୍ୟ ଦେବା ପରିବର୍ତ୍ତେ ଆଇନକୁ ତା’ କାର୍ଯ୍ୟ କରିବାକୁ ଦେବେ । ଅଭିଯୋଗ କାରୀଙ୍କ ଦ୍ୱାରା ଯେଉଁ ପିଟିସନ ଦୟାର କରାଯାଇଥିଲା କୋର୍ଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କେଉଁଠାରେ କହିନାହାନ୍ତି ଯେ ମନ୍ତ୍ରୀ ଏ ମାମଲାରେ ଜଡ଼ିତ ଅଛନ୍ତି । ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ବି କୋର୍ଟ କେଉଁଠି କହିନାହାନ୍ତି । IIC ତଦନ୍ତ କରୁଛନ୍ତି । ସମୀର କୌଣସି ସତ୍ୟକୁ ଆଧାର କରି କହୁ ନାହାନ୍ତି। ତଦନ୍ତ ସରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ବିଭ୍ରାନ୍ତି କର ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତି ନ କରନ୍ତୁ ବୋଲି କହିଛନ୍ତି ପ୍ରମିଳା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.