ETV Bharat / city

ଦାଗି ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଶାସକ ଦଳ ଅଚଳ କରୁଛି ଗୃହ: ବିଜେପି ସଭାପତି

author img

By

Published : Dec 6, 2021, 9:35 PM IST

ପ୍ରେସମିଟ କରି ପୁଣି ଥରେ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ

Odisha Bjp Pressmeet
Odisha Bjp Pressmeet

ଭୁବନେଶ୍ବର: ପ୍ରେସମିଟ କରି ପୁଣି ଥରେ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଆଜି ଦଳୀୟ କାର୍ଯ୍ୟାଳୟ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମୀର କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (Pradhan Mantri Awas Yojana) କେଳେଙ୍କାରୀରେ ଆଇନ ମନ୍ତ୍ରୀଙ୍କର ସମ୍ପୃକ୍ତି ଅଛି । ମୁଖ୍ୟମନ୍ତ୍ରୀ ତାକୁ ଘଣ୍ଟ ଘୋଡାଉଛନ୍ତି । କେଳେଙ୍କାରୀର ପର୍ଦ୍ଦାଫାସ ଭୟରେ ବିଜେପିର ଦୁଇ କାର୍ଯ୍ୟକର୍ତ୍ତାଙ୍କର ହତ୍ୟା କରାଯାଇଛି । ହତ୍ୟାରେ ଆଇନ ମନ୍ତ୍ରୀଙ୍କର ସମ୍ପୃକ୍ତି ପ୍ରମାଣ ହୋଇଛି । ମୁଖ୍ୟମନ୍ତ୍ରୀ ସର୍ଟିଫିକେଟ ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଜାଣିଶୁଣି ଏଭଳି କରୁନାହାନ୍ତି ତ ? ଟେଲି କମ୍ୟୁନିକେସନ ଆଇନ (Telecommunications Act) ଅନୁଯାୟୀ 1 ବର୍ଷ ପର୍ଯ୍ୟନ୍ତ ସିଡିଆର ରେକର୍ଡ(CDR Record) ରୁହେ । ତାପରେ ଆପେ ଆପେ ତାହା ଡିଲିଟ ହୋଇଯାଏ ।

Odisha Bjp Pressmeet ଦାଗି ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଶାସକ ଦଳ ଅଚଳ କରୁଛି ଗୃହ: ବିଜେପି ସଭାପତି

ଯେଉଁ ମାନଙ୍କର ସିଡିଆର ରିପୋର୍ଟ ଦେବା ପାଇଁ ବାରମ୍ବାର କୋର୍ଟ ନିର୍ଦ୍ଦେଶ ଦେଉଛନ୍ତି, ଏଥିପାଇଁ 25 ନଭେମ୍ବର ଯାଏଁ ଆଇଆଇସି ସମୟ ମାଗିଲେ । ବାରମ୍ବାର ସମୟ ମାଗିବା କଣ ପ୍ରମାଣିତ କରୁଛି ବୋଲି ସମୀର ପ୍ରଶ୍ନ ଉଠାଇଛନ୍ତି ? ବାପି ବିଶ୍ବାଳଙ୍କ ସିଡିଆର ମଗାଯାଉଛି । ମାହାଙ୍ଗା ବ୍ଲକର ଚେୟାରମ୍ୟାନ ଏବଂ ପ୍ରଫୁଲ୍ଲ ବିଶ୍ବାଳଙ୍କ ସିଡିଆର ମଗାଯାଇଛି । ଅଦାଲତଙ୍କ ନିର୍ଦ୍ଦେଶକୁ ବାରମ୍ବାର ସମୟ ମାଗି ସରକାର ଏବଂ ଆଇନ ମନ୍ତ୍ରୀ କେଶକୁ ରଫା ଦଫା କରିବା ପାଇଁ ଉଦ୍ୟମ କରୁଥିବା ନେଇ ପ୍ରମାଣିତ ହେଉଛି । କୋର୍ଟଙ୍କ ନିର୍ଦ୍ଦେଶ ରହିଛି ଆଗାମୀ 10 ତାରିଖ ଦିନ ସିଡିଆର ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ । ଆଇନ ବାଟ ବଙ୍କା କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସମୀର ଅଭିଯୋଗ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭା ଆସିବା ପାଇଁ କିଏ ମନା କରୁଛି ? ଆଇନ ମନ୍ତ୍ରୀଙ୍କୁ ଗିରଫ ନ କରିବା ପାଇଁ ପୋଲିସର ହାତ କିଏ ବାନ୍ଧିଛି ? ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ କହିଥିଲେ କୌଣସି ଦୋଷୀ ଖସି ଯିବେ ନାହିଁ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏହା କଣ ଦର୍ଶାଉଛି । ଆଇଆଇସି ନିହାର ରଞ୍ଜନ ବାରମ୍ବାର ସମୟ ନେବାର କାରଣ କଣ ? ଶାସକ ଦଳ ଚାହୁଁନି ବିଧାନସଭା ଚାଲିବା ପାଇଁ । ଦାଗି ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ମନ୍ତ୍ରୀ ମାନେ ବିଧାନସଭା ଚଳାଇ ଦେଉନାହାନ୍ତି ବୋଲି ସମୀର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.