ETV Bharat / city

Weather Update: ଭିଜିବ ଦଶହରା, ୨୯ ଓ ୩୦ରେ ଘଡଘଡି ସହ ବର୍ଷା ସମ୍ଭାବନା

author img

By

Published : Sep 27, 2022, 6:41 PM IST

Updated : Sep 27, 2022, 8:52 PM IST

Weather Update: ଭିଜିବ ଦଶହରା, ୨୯ ଓ ୩୦ରେ ଘଡ଼ଘଡି଼ ବର୍ଷା ସମ୍ଭାବନା
Weather Update: ଭିଜିବ ଦଶହରା, ୨୯ ଓ ୩୦ରେ ଘଡ଼ଘଡି଼ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୯ ଓ ୩୦ ତାରିଖରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଦଶହରାରେ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଭୁବନେଶ୍ବର: ବର୍ଷାରେ ଭିଜିବ ଦଶହରା । ଫିକା ପଡ଼ିବ ପାର୍ବଣର ପର୍ବ। ଆସନ୍ତା ଅକ୍ଟୋବର ୧ ତାରିଖରେ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାକୁ ନେଇ ମାସ ସାରା ଲାଗି ରହିବ ବର୍ଷା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ପୂଜା ମାହୋଲ ଫିକା ପଡ଼ିପାରେ ବୋଲି ଆଶା କରାଯାଉଛି ।

୨୯ ଓ ୩୦ରେ ଘଡଘଡି ସହ ବର୍ଷା ସମ୍ଭାବନା

ଆସନ୍ତା ୧ ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୧ ରୁ ୩ ଉପକୂଳରେ ପ୍ରବଳ ବର୍ଷା ନେଇ ସୂଚନା ଦେଲା ପାଣିପାଗ ବିଭାଗ । ଏଣୁ ଅକ୍ଟୋବର ମାସରେ ଏଥର ହେବ ଭଲ ବର୍ଷା । ମାସ ଆରମ୍ଭରୁ ଲଘୁଚପ ସୃଷ୍ଟି ନେଇ ପାଗ ଅନୁକୂଳ ରହିଛି । ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବା ପରେ କ୍ରମେ ଘନୀଭୂତ ହେବା ନେଇ ଆକଳନ କରାଯାଉଛି । ଫଳରେ ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ।

ଏହା ବି ପଢନ୍ତୁ- Mission 2024: ଆସନ୍ତା 29ରେ ପାଓ୍ୱାର ସୋ, ରାଜନୈତିକ ଦଳଙ୍କ ରଣହୁଙ୍କାରରେ କମ୍ପିବ ରାଜଧାନୀ

୨ ଓ ୩ ତାରିଖରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା 'ନୋରୁ'ର ଅବଶିଷ୍ଟାଂଶ ପ୍ରଶାନ୍ତ ମହାସାଗରରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଆସିବ। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ । ୨ ତାରିଖରୁ ବର୍ଷାର ପରିମାଣ ବଢିବା ସହ ଉପକୂଳ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ। ଏହାସହ ୨୯ ଓ ୩୦ ତାରିଖରେ ଘଡ଼ଘଡି଼ ବର୍ଷା ସର୍ବାଧିକ ରହିବ।

ଆସନ୍ତାକାଲି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟରେ ଘଡ଼ଘଡି଼ ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଦୀର୍ଘ ୨ ବର୍ଷ କୋରୋନା କଟକଣା ପରେ ଚଳିତ ବର୍ଷ ମଣ୍ଡପରେ ଦର୍ଶନ ଦେବେ ମା' ଦୁର୍ଗା । ଏଥିଲାଗି ସମସ୍ତ ପୂଜା ମଣ୍ଡପରେ ଭିନ୍ନ ଢଙ୍ଗରେ ସାଜସଜ୍ଜା ମଧ୍ୟ କରାଯାଉଛି । ଧୁମଧାମରେ ଦଶହରା ପୂଜା ପାଇଁ ଶ୍ରଦ୍ଧାଳୁ ଓ ବିଭିନ୍ନ ପୂଜା ମଣ୍ଡପରେ ଉତ୍ସାହ ଦେଖିବାକୁ ମିଳିଛି । ବ୍ୟବସାୟୀ ମଧ୍ୟ ପୂଜା ବଜାରରେ ଲାଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମାତ୍ର ଦଶହରାରେ ବର୍ଷା ଯୋଗୁଁ ପୂଜା ସମେତ ବଜାର ମଧ୍ୟ ଫିକା ପଡ଼ିପାରେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 27, 2022, 8:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.