ETV Bharat / city

Bhubaneswar Club President Election: ପୁଣି ସଭାପତି ଭାବେ ଅସିତ୍‌ ତ୍ରିପାଠୀ ନିର୍ବାଚିତ

author img

By

Published : Sep 25, 2022, 1:30 PM IST

Updated : Sep 25, 2022, 2:29 PM IST

ପୁଣି ସଭାପତି ଭାବେ ଅସିତ୍‌ ତ୍ରିପାଠୀ ନିର୍ବାଚିତ
Bhubaneswar Club President Election

ରାଜ୍ୟର ଅନ୍ୟତମ ସମ୍ଭ୍ରାନ୍ତ କ୍ଲବ ଭୁବନେଶ୍ୱର କ୍ଲବର ନିର୍ବାଚନ ଫଳ ପ୍ରକାଶ ପାଇଛି । ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀ କ୍ଲବରେ ସମ୍ଭାନ୍ତ ଲଢେଇର ଫଳାଫାଳ ପ୍ରକାଶ ପାଇଛି । ଭୁବନେଶ୍ବର କ୍ଲବକୁ ମିଳିଛି ନୂଆ ବସ୍ । ଅସିତ ତ୍ରିପାଠୀ ଭୁବନେଶ୍ବର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଲଗାତାର ଦ୍ବିତୀୟ ଥର ପାଇଁ ସଭାପତି ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଏହାସହ ତାଙ୍କ ପ୍ୟାନେଲର ମଧ୍ୟ ବିଜୟ ହୋଇଛି । ଅସିତଙ୍କୁ 858 ଖଣ୍ଡ ଭୋଟ ମିଳିଛି । 81.5 ପ୍ରତିଶତ ଭୋଟ ପାଇଛନ୍ତି ଅସିତ ତ୍ରିପାଠୀ । 622 ଖଣ୍ଡ ଭୋଟ ପାଇ ମହେନ୍ଦ୍ର ଗୁପ୍ତା ଉପ ସଭାପତି ନିର୍ବାଚିତ ହୋଇଥିବାବେଳେ ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭାବେ ଅଶୋକ ମିଶ୍ର ନିର୍ବାଚିତ ହୋଇଛନ୍ତି ।

ପୁଣି ସଭାପତି ଭାବେ ଅସିତ୍‌ ତ୍ରିପାଠୀ ନିର୍ବାଚିତ

ଭୁବନେଶ୍ବର କ୍ଳବ ସଭାପତି (Bhubaneswar Club President Election ) ପଦ ଦଖଲ ଲାଗି ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ଅବସରପ୍ରାପ୍ତ ଟପ୍ ବ୍ୟୁରୋକ୍ରାଟ ଅସିତ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦ । ହାଇପ୍ରୋଫାଇଲ ଭୁବନେଶ୍ବର କ୍ଲବର ସଭାପତି ରେସରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ପ୍ରତିଦ୍ବନ୍ଦିତା କରିଥିଲେ ପୂର୍ବତନ ଉନ୍ନୟନ କମିଶନର ସତ୍ୟପ୍ରକାଶ ନନ୍ଦ । ଅସିତଙ୍କ ଟିମରେ ଉପସଭାପତି ପଦ ପାଇଁ ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ ରାଉତରାୟ ଓ ଯୁଗ୍ମ ସଚିବ ପଦ ପାଇଁ ଅଶୋକ କୁମାର ମିଶ୍ର ପ୍ରତିଦ୍ବନ୍ଦିତା କରିଥିଲେ । ମୋଟ 1950 ସଦସ୍ୟଙ୍କ ଭିତରୁ 1095 ସଦସ୍ୟ ମତଦାନ କରିଥିଲେ । ମତଦାନ ପାଇଁ କ୍ଲବ ପରିସରରେ 5ଟି ବୁଥ ହୋଇଥିଲା ।

ଏହା ବି ପଢନ୍ତୁ...ହାଇକୋର୍ଟ ବେଞ୍ଚ ପାଇଁ ରାଜଧାନୀରେ ଆନ୍ଦୋଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

ସେହିପରି ସତ୍ୟପ୍ରକାଶ ଟିମରେ ଉପସଭାପତି ପ୍ରାର୍ଥୀ ହୋଥିଲେ ତାପେସ ରାୟ, ସମ୍ପାଦକ ପ୍ରାର୍ଥୀ ହୋଇଥିଲେ ମାନସ ରଞ୍ଜନ ଦାସ । ଯୁଗ୍ମ ସଚିବ ପାଇଁ ନିର୍ବାଚନ ଲଢିଥିଲେ ଜ୍ୟୋତିର୍ମୟ ମହାନ୍ତି । ଗତ ନିର୍ବାଚନରେ ଅନ୍ୟ ଜଣେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକକୁ 278 ଖଣ୍ଡ ଭୋଟରେ ପରାସ୍ତ କରି ଏହି ପ୍ରିମିୟମ କ୍ଳବର ସୁପ୍ରିମ ହୋଇଥିଲେ ଅସିତ ତ୍ରିପାଠୀ । ଚଳିତ ଥର ସମାନ ପ୍ରଦର୍ଶନ କରି ସଭାପତି ପଦ ଦଖଲ କରିଛନ୍ତି ଅସିତ୍ ତ୍ରିପାଠୀ । କ୍ଳବରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ତ୍ବାରାନ୍ବିତ କରାଯିବ ବୋଲି ବିଜୟ ପରେ ପ୍ରତିକ୍ରିୟାରେ କହିଛନ୍ତି ଅସିତ ତ୍ରିପାଠୀ ।

1949ରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ବର କ୍ଲବ । 1950ରେ କ୍ଳବର ପ୍ରଥମ ସଭାପତି ହୋଇଥିଲେ ତତ୍କାଳୀନ ଖଲିକୋଟର ରାଜା । ସେହିଦିନଠାରୁ ବିଭିନ୍ନ ରାଜ ପରିବାରର ମୁଖ୍ୟଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହି ପଦରେ ରହି ଆସିଥିଲେ କିନ୍ତୁ 1964ରେ ଶେଷ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ପରେ ଏହି ପଦକୁ ଦଖଲରେ ନେଇଥିଲେ ଆଇଏଏସ ଅଫିସର । ସେବେଠୁ ଏହି କ୍ଳବ ଆଇଏଏସଙ୍କ କବଜାରେ ରହିଛି । ଏହା ଆଇଏଏସ କ୍ଳବ ବା ଅଫିସର୍ସ କ୍ଲବ ଭାବେ ପରିଚିତ ଥିଲା କିନ୍ତୁ କିଛି ବର୍ଷ ପୂର୍ବେ ଏହାର ନାଁ ଭୁବନେଶ୍ବର କ୍ଲବ ହୋଇଛି ।

ଇଟିଭି ଭାରତ,ଭୁବନେଶ୍ବର

Last Updated :Sep 25, 2022, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.