ହାଇକୋର୍ଟ ବେଞ୍ଚ ପାଇଁ ରାଜଧାନୀରେ ଆନ୍ଦୋଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

author img

By

Published : Sep 25, 2022, 11:32 AM IST

ହାଇକୋର୍ଟ ବେଞ୍ଚ ପାଇଁ ଭୁବନେଶ୍ୱରରେ ଆନ୍ଦୋଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

ଆସନ୍ତା 28 ତାରିଖରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ CACର 500 ସଦସ୍ୟ ଏକ ପ୍ରତିବାଦ ଶୋଭଯାତ୍ରା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ବିଧାନସଭା ଏକ ପ୍ରତିନିଧି ଦଳ ଯିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନ ହୋଇପାରିଲେ ବିଧାନସଭାକୁ ଧସେଇ ପଶିଯିବେ ବୋଲି ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ପ୍ରତିଷ୍ଠା ପାଇଁ 50 ବର୍ଷରୁ ଊର୍ଦ୍ଧ୍ବ ହେଲା ଆନ୍ଦୋଳନ ଜାରି ରହିଛି । ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବା CAC ପକ୍ଷରୁ ବାରମ୍ବାର ଏହି ପ୍ରସଙ୍ଗ ନେଇ ଆନ୍ଦୋଳନ କରାଯାଉଥିଲେ ସୁଦ୍ଧା ଉଭୟ କେନ୍ଦ୍ର ଓ ରାଜ୍ୟ ପରଷ୍ପରକୁ ଦୋଷ ଦେଇ ମାମଲାକୁ ଗଡେଇ ଚାଲୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ଏବେ ଚରମ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଆସନ୍ତା 28 ତାରିଖରେ ଭୁବନେଶ୍ୱରରେ ଆନ୍ଦୋଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି।

ଆସନ୍ତା 28 ତାରିଖରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ CACର 500 ସଦସ୍ୟ ଏକ ପ୍ରତିବାଦ ଶୋଭଯାତ୍ରା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ବିଧାନସଭା ଏକ ପ୍ରତିନିଧି ଦଳ ଯିବ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନ ହୋଇପାରିଲେ ବିଧାନସଭାକୁ ଧସେଇ ପଶିଯିବେ ବୋଲି ଚେତାବନୀ ଦିଆଯାଇଛି ।

ହାଇକୋର୍ଟ ବେଞ୍ଚ ପାଇଁ ଭୁବନେଶ୍ୱରରେ ଆନ୍ଦୋଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ପାଇଁ ଆଉ ପଶ୍ଚିମ ଓଡ଼ିଶାରେ ନୁହେଁ ବରଂ ଏବେ ରାଜଧାନୀରେ ହେବ ଆନ୍ଦୋଳନ । ଏଥିପାଇଁ Central Action Committee ନିଷ୍ପତ୍ତି ନେଇ ସାରିଛି । ଆସନ୍ତା 28 ତାରିଖରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକାଠି ହେବେ 500 ଆଇନଜୀବୀ । ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ବିଶାଳ ଶୋଭାଯାତ୍ରା ମଧ୍ୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଓକିଲ ସଙ୍ଘର ପ୍ରମୁଖ ସଦସ୍ୟ ପ୍ରଦୀପ ବହିଦାର । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଠାରେ ଅଟକି ରହିଥିବା ଅଭିଯୋଗ ହୋଇଛି । ତେଣୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ରାଜଧାନୀ ଭୁବନେଶ୍ୱରରେ ଏହି ଆନ୍ଦୋଳନ କରିବାକୁ ଯାଉଛି ।

ରାଜ୍ୟ ସରକାର ଏହି ଭଳି ମନୋଭାବ ବଜାୟ ରଖିଲେ ଆଗକୁ ସ୍ୱତନ୍ତ୍ର ରାଜ୍ୟର ଆନ୍ଦୋଳନକୁ ତୀବ୍ରତର କରାଯିବ । ଓଡିଶା 2 ଭାଗରେ ବିଭକ୍ତ ହେବ ବୋଲି ସୂଚନା ଦିଆଯାଇଛି । ଆସନ୍ତା 28 ତାରିଖରେ ସମ୍ବଲପୁରରେ ଏହି ପ୍ରସଙ୍ଗ ନେଇ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ ଦିବସ ପାଳନ କରାଯିବା । ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ସମସ୍ତ ସରକାରୀ ଅଫିସକୁ ଅଚଳ କରିଦିଆଯିବ ବୋଲି ସୂଚନା ଦିଆଯାଇଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.