ଟିକା ନେବେ ରାଜ୍ୟର 1.4 କୋଟି ପିଲା, ଖୁବଶୀଘ୍ର ଆସିବ କେନ୍ଦ୍ରର ଗାଇଡଲାଇନ

author img

By

Published : Oct 14, 2021, 4:34 PM IST

Updated : Oct 14, 2021, 6:07 PM IST

18 ବର୍ଷରୁ କମ ବର୍ଗ ନେବେ ଟିକା, ଖୁବଶୀଘ୍ର ଗାଇଡଲାଇନ ଜାରି କରିବ କେନ୍ଦ୍ର

ଦେଶରେ ଖୁବଶୀଘ୍ର ୧୮ ବର୍ଷରୁ କମ ଶିଶୁଙ୍କୁ ଟିକା ଦିଆଯିବ । ତେବେ ରାଜ୍ୟରେ ମଧ୍ୟ ଏହି ବର୍ଗର ଟୀକାକରଣ ପାଇଁ କେନ୍ଦ୍ର ସରକାର ଗାଇଡ଼ଲାଇନ ଜାରି କରିପାରନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ....

ଭୁବନେଶ୍ବର: ଦେଶରେ 2 ବର୍ଷରୁ 18 ବର୍ଷ ମଧ୍ୟରେ ପିଲାଙ୍କୁ ଦିଆଯିବ କୋରୋନା ଟିକା । ଏନେଇ ଖୁବଶୀଘ୍ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗାଇଡ଼ ଲାଇନ ଜାରି କରିବାର ରହିଛି ସମ୍ଭାବନା । ସେପଟେ ଏହି ନିର୍ଦ୍ଦିଷ୍ଟ ବର୍ଗଙ୍କ ଟୀକାକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ରାଜ୍ୟରେ ଟିକା ନେଵା ଲାଗି 1 କୋଟି 40 ଲକ୍ଷ ପିଲା ରହିଥିବା ସୂଚନା ମିଳିଛି ।

18 ବର୍ଷରୁ କମ ବର୍ଗ ନେବେ ଟିକା, ଖୁବଶୀଘ୍ର ଗାଇଡଲାଇନ ଜାରି କରିବ କେନ୍ଦ୍ର

କେନ୍ଦ୍ର ସରକାରଙ୍କର ଗାଇଡ଼ ଲାଇନ ଆସିଲା ପରେ ମାଇକ୍ରୋପ୍ଲାନ କରାଯିବ। 2ରୁ ୧୮ବର୍ଷର ପ୍ରାୟ ୧ କୋଟି ୪୦ ଲକ୍ଷ ଶିଶୁ ଓ କିଶୋର ଅଛନ୍ତି । ଟିକା କିଭଳି ଦିଆଯିବ, କେତେ ଦିନ ବ୍ୟବଧାନରେ ଦିଆଯିବ, କେଉଁ ଗ୍ରୁପକୁ ଅଧିକ ପ୍ରାଧାନ୍ୟ ଦେବ ତାହା କେନ୍ଦ୍ର ସରକାରଙ୍କର ଗାଇଡ଼ ଲାଇନ ଆସିବା ପରେ ସ୍ପଷ୍ଟ ହେବ। ରାଜ୍ୟରେ ଭିତ୍ତିଭୂମି ପର୍ଯ୍ୟାପ୍ତ ପରିମାଣରେ ରହିଛି । ତେଣୁ ଟିକା ଦେବାରେ କୌଣସି ଅସୁବିଧା ହେବନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ରାଜ୍ୟରେ ଏବେ ସୁଦ୍ଧା ପ୍ରଥମ ଡୋଜ ନେଇଛନ୍ତି 2 କୋଟି 39 ଲକ୍ଷ 31 ହଜାର 436 ଏବଂ ଦ୍ବିତୀୟ ଡୋଜ ନେଇଛନ୍ତି 97 ଲକ୍ଷ 75 ହଜାର 556 ଡୋଜ । ତେବେ ରାଜ୍ୟରେ ମୋଟ ଟିକା ନେଲେଣି 3 କୋଟି 37 ଲକ୍ଷ 6 ହଜାର 992 ଡୋଜ । ଏଥିରେ କୋଭିସିଲଡ଼ ନେଇଛନ୍ତି 2 କୋଟି 94 ଲକ୍ଷ 43 ହଜାର 395 ଓ କୋଭାକ୍ସିନ ଦିଆଯାଇଛି 42 ଲକ୍ଷ 57 ହଜାର 769 ଡୋଜ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Oct 14, 2021, 6:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.