ETV Bharat / city

ଗୋଷ୍ଠୀ ବିବାଦକୁ ନେଇ ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Aug 16, 2022, 6:07 PM IST

attack on auto driver in bhubaneswar
ଗୋଷ୍ଠୀ ବିବାଦକୁ ନେଇ ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

ଗୋଷ୍ଠୀ ବିବାଦକୁ ନେଇ ଭୁବନେଶ୍ବରସ୍ଥିତ ନୟାପଲ୍ଲୀରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଅସୁରକ୍ଷିତ ପାଲଟିଛି ରାଜଧାନୀ । ଦିନ ଦ୍ବିପହରେ ଚାଲୁଛି କ୍ରିମିନାଲ ୱାର । ଗୋଷ୍ଠୀ ବିବାଦକୁ ନେଇ ନୟାପଲ୍ଲୀ ସ୍ଥିତ ହୋଟେଲ ମେ ଫେୟାର ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଅଟୋ ଚାଳକ ନିଳାଞ୍ଚଳ ବେହେରାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୋଷ୍ଠୀ ବିବାଦକୁ ନେଇ ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

୬ଜଣ ଯୁବକ ମାରଣାସ୍ତ୍ରରେ ନିଳାଞ୍ଚଳଙ୍କୁ ଆକ୍ରମଣ କରିଥିଲେ । ଏନେଇ ତାଙ୍କ ଭାଇ ଅଭିଯୋଗ କରି କହିଛନ୍ତି, " ବ୍ରାଉନସୁଗାର ଓ ଦାଦାବଟିକୁ ନେଇ ପୂର୍ବରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ନିଳାଞ୍ଚଳ ଖାଇବାକୁ ଯାଉଥିବା ସମୟରେ ତାଙ୍କୁ ରାସ୍ତାରେ ଅଟକାଇ ଆକ୍ରମଣ କରିଥିଲେ ।" ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.