ETV Bharat / city

ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦୁଇ ଗିରଫ

author img

By

Published : Aug 19, 2022, 10:56 PM IST

ରାଜଧାନୀରେ ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା (attack case on auto driver in bhubaneswar)। ମହିଳା ବନ୍ଧୁ ଆଗରେ କମେଣ୍ଟ ମାରିବାକୁ ନେଇ ଗୋଷ୍ଠୀ ସଂଘର୍ଷ । ଅଧିକ ପଢ଼ନ୍ତୁ

attack case on auto driver in bhubaneswar
ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦୁଇ ଗିରଫ

ଭୁବନେଶ୍ବର: ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା (attack case on auto driver in bhubaneswar) । ଦିନ ଦ୍ବିପହରେ ଭୁବନେଶ୍ବର ସ୍ଥିତ ନୟାପଲ୍ଲୀ ନିକଟରେ ଜଣେ ଯୁବକଙ୍କୁ ଗୋଷ୍ଠୀ ଆକ୍ରମଣ ହୋଇଥିଲା । ମହିଳା ବନ୍ଧୁଙ୍କ ଆଗରେ କମେଣ୍ଟ ମାରିବାରୁ ପ୍ରତିଶୋଧ ପରାୟଣ ହୋଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

ଗିରଫ ଅଭିଯୁକ୍ତମାନେ ହେଲେ ମୁଫି ଓରଫ ସେହବାଜ ମଲ୍ଲିକ ଓ ମୁନା ଓରଫ ଚିତ୍ତରଞ୍ଜନ ନାୟକ । 16 ତାରିଖରେ ନିଳାଞ୍ଚଳ ବେହେରାଙ୍କୁ ଆକ୍ରମଣ କଲାବେଳେ ବ୍ୟବହୃତ ହୋଇଥିବା ଖଣ୍ଡା ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଚାରିଜଣଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ଏନେଇ ଭୁବନେଶ୍ବର ଜୋନ 5 ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, ନିଳାଞ୍ଚଳ ଓ ମୁଫି ଓରଫ ସେହବାଜ ଗୋଟିଏ ଗ୍ୟାଙ୍ଗରେ କାମ କରୁଥିଲେ । ଏମାନଙ୍କ ଘର ବୋଲଗଡ ଅଞ୍ଚଳର, ହେଲେ ସେମାନେ ଆସି ବାଜପେୟୀ ନଗରରେ ରହୁଥିଲେ । ଉଭୟେ 2021 ମସିହାରେ ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଅଲଗା ହୋଇଯାଇଥିଲେ।"

ତେବେ ଗତ 16ତାରିଖ ଦିନ ବିଜୁପଟ୍ଟନାୟକ କଲେଜ ଛକରେ ମୁଫି ତାର ମହିଳା ବନ୍ଧୁ ସହ ଠିଆ ହୋଇଥିବା ବେଳେ ନିଳାଞ୍ଚଳର କୌଣସି କଥାକୁ ନେଇ ମୁଫି ଅପମାନିତ ହୋଇଥିଲା । ପ୍ରତିଶୋଧ ପରାୟଣ ହୋଇ ୫ ସହଯୋଗୀଙ୍କ ସହ ମିଶି ନିଳାଞ୍ଚଳକୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହି ଘଟଣାକୁ ନେଇ ପୋଲିସ ସିସିଟିଭି ଆଧରରେ ମୋଟ 6ଜଣଙ୍କ ନାଁରେ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.