ETV Bharat / city

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ NHRCଙ୍କ ନିକଟରେ ଅଭିଯୋଗ

author img

By

Published : Feb 22, 2022, 10:49 PM IST

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ NHRCଙ୍କ ନିକଟରେ ଅଭିଯୋଗ
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ NHRCଙ୍କ ନିକଟରେ ଅଭିଯୋଗ

ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତ ନିର୍ବାଚନ ଘଟଣା । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ NHRCଙ୍କ ନିକଟରେ ଅଭିଯୋଗ କଲା ଭାରତୀୟ ବିକାଶ ପରିଷଦ । ଅଧିକ ପଢନ୍ତୁ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ଜାରି ରହିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (NHRC)ଙ୍କ ନିକଟରେ ଅଭିଯୋଗ ହୋଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ ଏହି ଅଭିଯୋଗ କରିଛନ୍ତି ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ NHRCଙ୍କ ନିକଟରେ ଅଭିଯୋଗ
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ NHRCଙ୍କ ନିକଟରେ ଅଭିଯୋଗ
ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ତ୍ରିସ୍ତରୀୟ ନିର୍ବାଚନରେ ଭୋଟ ଅନିୟମିତା ହଉଥିବା ଅଭିଯୋଗ ହୋଇଥିଲା । ସୂଚନା ପାଇ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ସେମାନଙ୍କ ଦାୟିତ୍ବ ନର୍ବାହ କରୁଥିବା ବେଳେ କିଛି ଦୁର୍ବୃତ୍ତ ସଙ୍ଘବଧ୍ୟ ଭାବରେ ଆକ୍ରମଣ କରି ସାମ୍ବାଦିକ ମାନଙ୍କୁ ଲହୁ ଲୁହାଣ କରିଥିଲେ । ଏହି ସାମ୍ବାଦିକ ମଧ୍ୟରୁ ଜଣେ ଗୁରତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ଏ ବାବଦରେ ସାମ୍ବାଦିକମାନେ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ ବି ମୁଖ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ ନକରି ଚୁପ ବସିଛି । ଏ ବାବଦରେ ଜିଲ୍ଲା ପ୍ରଶାସନ ମଧ୍ୟ ଚୁପ ବସିଛନ୍ତି । ସେହିଭଳି ଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ମରଣାତ୍ମକ ଆକ୍ରମଣର ଶିକାର ହେଉଛନ୍ତି । ଏପରି ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ ସାମ୍ବାଦିକ ସଙ୍ଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ସେହିଭଳି ଭାବରେ ସାରା ରାଜ୍ୟରେ ସାମ୍ବାଦିକମାନଙ୍କୁ ଯଦି ଏ ଭଳି ଆକ୍ରମଣ କରାଯିବ ତାହାଲେ ସାଧାରଣ ଲୋକ କେତେ ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି । ଏଣୁ ଜାତୀୟ ମାନବାଧିକାର କମିଶନ ଏ ବାବଦରେ ହସ୍ତକ୍ଷେପ କରିବା ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ କରିଛି ଭାରତୀୟ ବିକାଶ ପରିଷଦ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.