ETV Bharat / city

୪୧୭ ଜଣ କୋରୋନାକୁ ଦେଲେ ମାତ୍‌, ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ପାର୍‌

author img

By

Published : Sep 23, 2021, 9:09 PM IST

୪୧୭ ଜଣ କୋରୋନାକୁ ଦେଲେ ମାତ୍‌, ମୋଟ ସୁସ୍ଥସଂଖ୍ୟା ୧୦ ଲକ୍ଷ ପାର୍‌
୪୧୭ ଜଣ କୋରୋନାକୁ ଦେଲେ ମାତ୍‌, ମୋଟ ସୁସ୍ଥସଂଖ୍ୟା ୧୦ ଲକ୍ଷ ପାର୍‌

ରାଜ୍ୟରେ ଆଉ ୪୧୭ ଜଣ କୋରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ରାଜ୍ୟରେ ଆଉ ୪୧୭ ଜଣ କୋରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୨୫ଟି ଜିଲ୍ଲାରେ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଏହାଛଡ଼ା ଷ୍ଟେଟ୍‌ ପୁଲ୍‌ରୁ (ଅନ୍ୟ ରାଜ୍ୟର ବାସିନ୍ଦା) ୪୨ ଜଣ କୋରୋନାକୁ ମାତ ଦେବାରେ ସଫଳ ହୋଇଛନ୍ତି ।

ଖୋର୍ଦ୍ଧାରେ ସର୍ବାଧିକ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରେ ୩୮ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବାଲେଶ୍ବରରେ ୨୬, ଯାଜପୁରରେ ୨୦, ମୟୂରଭଞ୍ଜରେ ୧୯, ଜଗତସିଂହପୁରରେ ୧୩, କେନ୍ଦ୍ରାପଡ଼ାରେ ୧୦, ଝାରସୁଗୁଡ଼ାରେ ୯, ରାୟଗଡ଼ାରେ ୮, ଅନୁଗୋଳରେ ୭ ଓ ଢେଙ୍କାନାଳ ଓ ପୁରୀରେ ୬ ଜଣ ଲେଖାଏଁ କୋଭିଡ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ସୁନ୍ଦରଗଡ଼ରେ ୫ ଜଣ ଆକ୍ରାନ୍ତ, ଭଦ୍ରକ, ଗଞ୍ଜାମ, କୋରାପୁଟ ଓ ନୟାଗଡ଼ରେ ୪ ଜଣ ଲେଖାଏଁ କୋଭିଡ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବରଗଡ଼ରେ ୩ ଜଣ, ଦେବଗଡ଼, କେନ୍ଦୁଝର, ଓ ନବରଙ୍ଗପୁରରେ ଦୁଇ ଜଣ ଲେଖାଏଁ କୋରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ବଲାଙ୍ଗୀର, କନ୍ଧମାଳ ଓ ମାଲକାନଗିରିରେ ଜଣେ ଲେଖାଏଁ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏହାସହ ରାଜ୍ୟରେ କୋରୋନାରୁ ସୁସ୍ଥସଂଖ୍ୟା ୧୦ ଲକ୍ଷ ପାର ହୋଇଛି । ମୋଟ ୧୦ ଲକ୍ଷ ୯ ହଜାର ୮୮ ଜଣ ବର୍ତ୍ତମାନ ସୁଦ୍ଧା କୋରୋନା ଲଢ଼େଇରେ ବାଜିମାତ୍‌ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.