ବନ୍ୟଜନ୍ତୁ ଶିକାର ନେଇ ଗୃହରେ ମନ୍ତ୍ରୀଙ୍କ ଉତ୍ତର, ୫ ବର୍ଷରେ ଶିକାର ହୋଇଛନ୍ତି ୮୦୨ ହାତୀ

author img

By

Published : Dec 7, 2021, 10:44 PM IST

ବନ୍ୟଜନ୍ତୁ ଶିକାର ନେଇ ଗୃହରେ ମନ୍ତ୍ରୀଙ୍କ ଉତ୍ତର, ୫ ବର୍ଷରେ ଶିକାର ହୋଇଛନ୍ତି ୮୦୨ ହାତୀ

ରାଜ୍ୟରେ କେତେ ବନ୍ୟଜନ୍ତୁ ଶିକାର ହୋଇଛନ୍ତି, ଗୃହରେ ଉତ୍ତର ରଖିଲେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ତଥ୍ୟ ଚିନ୍ତାଜନକ । ଅଧିକ ପଢନ୍ତୁ

ଭୁବନେଶ୍ବର: ୨୦୨୧ରେ ଶିକାର ହୋଇଥିବା ବନ୍ୟଜନ୍ତୁଙ୍କ ସଂଖ୍ୟା ନେଇ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପାଇଁ ବିଗତ ୫ବର୍ଷ ଯଥା ୨୦୧୬-୧୭ ଠାରୁ ୨୦୨୦-୨୧ ମଧ୍ୟରେ ରାଜ୍ୟରେ ମୋଟ ୮୦୨ ଗୋଟି ହାତୀ, 10ଟି କଲରା ପତ୍ରିଆ ବାଘ, 12ଟା ଭାଲୁ, 334 ବାରହା, 4 ହେଟା ବାଘ ଶିକାର ହୋଇଥିବା ନେଇ ଉତ୍ତରରେ ଦର୍ଶାଇଛନ୍ତି ମନ୍ତ୍ରୀ ।

ସେହିପରି ୩,୨୪୮ ଜଣ ଶିକାରୀ ଗିରଫ ହୋଇଥିବା ମଧ୍ୟ ତଥ୍ଯ ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.