ETV Bharat / city

ରାଜ୍ୟରେ 3 କୋଟି ମୁଁହା ଟୀକାକରଣ, 72 ପ୍ରତିଶତ ଲୋକ ନେଲେଣି ଦ୍ୱିତୀୟ ଡୋଜ

author img

By

Published : Sep 27, 2021, 6:48 PM IST

ରାଜ୍ୟରେ 3କୋଟି ମୁଁହା ଟୀକାକରଣ, 72 ପ୍ରତିଶତ ଲୋକ ନେଲେଣି ଦ୍ୱିତୀୟ ଡୋଜ
ରାଜ୍ୟରେ 3କୋଟି ମୁଁହା ଟୀକାକରଣ, 72 ପ୍ରତିଶତ ଲୋକ ନେଲେଣି ଦ୍ୱିତୀୟ ଡୋଜ

ରାଜ୍ୟରେ ରେକର୍ଡ ସଂଖ୍ୟକ ୩ କୋଟି ମୁହାଁ ହେବାରେ ଲାଗିଛି ଟୀକାକରଣ । 500ଟି କେନ୍ଦ୍ରରେ ଲୋକଙ୍କୁ ହେଉଛି ଟୀକାକରଣ । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ ୩ କୋଟି ମୁଁହା ହେବାରେ ଲାଗିଛି କୋଭିଡ ଟୀକାକରଣ । ତେବେ ବାକି ଥିବା 72 ପ୍ରତିଶତ ଦ୍ବିତୀୟ ଡୋଜ ଟୀକା ନେଇଛନ୍ତି ହିତାଧିକାରୀ । ତେବେ ବର୍ତ୍ତମାନ ରାଜ୍ୟରେ 2 କୋଟି 97 ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ନେଇଛନ୍ତି ଟୀକା । ଏହା ସହ 1ଲକ୍ଷ 73 ହଜାର ଗର୍ଭବତୀଙ୍କୁ ଟୀକାକରଣ କରାଯାଇଛି । ବର୍ତ୍ତମାନ ଟୀକାକରଣ ପାଇଁ ରାଜ୍ୟରେ 19 ଲକ୍ଷ 88 ହଜାର ଟିକା ମହଜୁଦ ରହିଛି । ତେବେ ବାତ୍ୟାକୁ ନେଇ ଆଜି (ସୋମବାର) ରାଜ୍ୟରେ 11 ଟି ଜିଲ୍ଲାରେ ଟୀକାକରଣ ସ୍ଥଗିତ ରଖାଯାଇଛି ।

ରାଜ୍ୟରେ 3କୋଟି ମୁଁହା ଟୀକାକରଣ, 72 ପ୍ରତିଶତ ଲୋକ ନେଲେଣି ଦ୍ୱିତୀୟ ଡୋଜ

ତେବେ ରାଜ୍ୟରେ ଏବେ 500ଟି କେନ୍ଦ୍ରରେ ଟୀକାକରଣ ହେଉଥିବା ନେଇ ସୂଚନା ମିଳିଛି । ଗତକାଲି 51.4 ପ୍ରତିଶତ ପୁରୁଷଙ୍କୁ ଟୀକାକରଣ ହୋଇଥିବା ବେଳେ 48.5 ପ୍ରତିଶତ ମହିଳା ଟୀକା ନେଇଛନ୍ତି । ତା ସହିତ ବିଭିନ୍ନ ସ୍ଥାନରେ ଦ୍ବିତୀୟ ଡୋଜ୍ ପାଇଁ ଲୋକମାନେ ଅମଙ୍ଗ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟକର୍ମୀ ମାନେ ବୁଝାଇ ଟୀକା ନେବାକୁ ପରାମର୍ଶ ଦେଉଛନ୍ତି ।

ସେପଟେ ରାଜ୍ୟରେ କିଭଳି ଭାବରେ ଲୋକମାନେ ଦୁଇଟି ଡୋଜ୍ ଟୀକା ନେବେ ସେନେଇ ପ୍ରତ୍ୟେକ ଅଞ୍ଚଳରେ ଥିବା ଆଶା କର୍ମୀ ଓ ସ୍ବାସ୍ଥ୍ୟକର୍ମୀ ମାନେ ହିତାଧିକାରୀଙ୍କ ମନେପକାଇବେ । ତା ସହିତ ଟୀକା ନେବାକୁ ପରାମର୍ଶ ଦେବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.