ETV Bharat / city

Odisha Vaccination Drive: ୨୭ ଲକ୍ଷ ନେଇନାହାଁନ୍ତି ପ୍ରଥମ ଡୋଜ

author img

By

Published : Jan 6, 2022, 3:14 PM IST

ରାଜ୍ୟରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ଓମିକ୍ରନ ସଂକ୍ରମଣ । ଏହାରି ମଧ୍ୟରେ ୨୭ ଲକ୍ଷ ପ୍ରଥମ ଡୋଜ ଟିକା ନେଇନଥିବା ବେଳେ ସରକାର ବ୍ୟବସ୍ଥା କରୁଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ODISHA VACCINATION DRIVE: ୨୭ ଲକ୍ଷ ନେଇନାହାନ୍ତି ପ୍ରଥମ ଡୋଜ
ODISHA VACCINATION DRIVE: ୨୭ ଲକ୍ଷ ନେଇନାହାନ୍ତି ପ୍ରଥମ ଡୋଜ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ପୁଣି ବଢୁଥିବା ବେଳେ ଟୀକାକରଣ ଲାଗି ପଦକ୍ଷେପ ନେଉଛନ୍ତି ସରକାର । ଏଯାବତ୍‌ ରାଜ୍ୟରେ ପ୍ରାୟ ୨୭ ଲକ୍ଷ ଲୋକେ ପ୍ରଥମ ଡୋଜ ଟିକା ନେଇନାହାନ୍ତି । ସେହିପରି ୨୬ ଲକ୍ଷ ଲୋକେ ଦ୍ବିତୀୟ ଡ଼ୋଜ ଟିକା ନେଇନାହାନ୍ତି । ସେମାନଙ୍କୁ ତୁରନ୍ତ ଉଭୟ ଡୋଜ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ODISHA VACCINATION DRIVE: ୨୭ ଲକ୍ଷ ନେଇନାହାନ୍ତି ପ୍ରଥମ ଡୋଜ

ଏହା ବି ପଢନ୍ତୁ: First Omicron Death: ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ

ବୁଧବାର 1 ହଜାର 125ଟି ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ରରେ 15ରୁ 18 ବର୍ଷ ବୟସ ବର୍ଗଙ୍କୁ ଟୀକାକରଣ କରାଯାଇଥିଲା । ଗୋଟିଏ ଦିନରେ 80 ହଜାରରୁ ଊର୍ଦ୍ଧ୍ବ କିଶୋର ଟିକା ନେଇଥିଲେ । ଏହାକୁ ମିଶାଇ ମୋଟ 2 ଲକ୍ଷ 64 ହଜାର କିଶୋରଙ୍କ ଟୀକାକରଣ କରାଯାଇଛି। ଏଯାଏଁ ରାଜ୍ୟରେ 27 ଲକ୍ଷ ଲୋକ ପ୍ରଥମ ଡୋଜ ନେଇନାହାନ୍ତି । ସେହିଭଳି 26 ଲକ୍ଷ ଲୋକ ପ୍ରଥମ ଡୋଜ ନେବା ପରେ ଦ୍ବିତୀୟ ଡୋଜ ନେଇନାହାନ୍ତି ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ ୧୮୯୭ ପଜିଟିଭ ଚିହ୍ନଟ

ସେମାନଙ୍କ ଟୀକାକରଣ ଲାଗି ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ବୟସ୍କ ଓ ସ୍ବାସ୍ଥ୍ୟକର୍ମୀଙ୍କୁ କେଉଁ ଟିକାର ବୁଷ୍ଟର ଡୋଜ ଦିଆଯିବ, ସେନେଇ ଏଯାଏଁ କେନ୍ଦ୍ରରୁ କୌଣସି ଲିଖିତ ଚିଠି ଆସିନି । ଯେଉଁମାନେ ୨ ଡୋଜ ଟିକା ନେଇଛନ୍ତି, ସେମାନେ ବୁଷ୍ଟର ଡୋଜ ଲାଗି ନିଜର ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟ ଆସିବା ପରେ ବୁଷ୍ଟର ଡୋଜ ନେଇପାରିବେ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.