ETV Bharat / city

ରାସ୍ତାରେ ପ୍ରସୂତିଙ୍କ ପ୍ରସବ, ସହଯୋଗ କଲେ ଡାକ୍ତର ଓ ନର୍ସ

author img

By

Published : Aug 23, 2019, 4:40 PM IST

ବ୍ରହ୍ମପୁର ସହରର ଏମକେସିଜି ମେଡିକାଲ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂର କୋର୍ଟପେଟା ଛକ ରାସ୍ତାକଡରେ ସନ୍ତାନ ପ୍ରସବ କରିଛନ୍ତି ଜଣେ ପ୍ରସୂତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ମୁଖ୍ୟ ରାସ୍ତାକଡରେ ସନ୍ତାନ ପ୍ରସବ କରିଛନ୍ତି ଜଣେ ମହିଳା । ଘଟଣାଟି କୌଣସି ଉପାନ୍ତ କିମ୍ବା ଦୁର୍ଗମ ଅଞ୍ଚଳର ଦୃଶ୍ୟ ନୁହେଁ ବରଂ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର ଏମକେସିଜି ମେଡିକାଲ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂର କୋର୍ଟପେଟା ଛକର ଦୃଶ୍ୟ । ତେବେ କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା ପଢନ୍ତୁ ...

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଜିଲ୍ଲାର ପାତ୍ରପୁର ଜୟନ୍ତୀପୁର ଅଞ୍ଚଳର ଏହି ମହିଳା ଜଣଙ୍କ ସକାଳ ସମୟରେ ସାଥୀରେ ଏକ 4ବର୍ଷର ପୁତ୍ର ସନ୍ତାନକୁ ନେଇ ଅଲ୍ଟ୍ରାସାଉଣ୍ଡ କରିବାକୁ ଯାଉଥିଲେ । ହଠାତ୍‌ ରାସ୍ତାରେ ମହିଳା ଜଣଙ୍କ ଅସୁସ୍ଥ ହୋଇପଡିଥିଲେ । ଏହି ଘଟଣାକୁ ଦେଖି ସେହି ରାସ୍ତାରେ ଯାଉଥିବା ଦୁଇ ଜଣ ଡାକ୍ତରଙ୍କ ସହ ସ୍ଥାନୀୟ ଏକ ଘରୋଇ ପାଥୋଲୋଜିର ନର୍ସଙ୍କ ସମେତ କେତେକ ମହିଳା ଉପସ୍ଥିତ ବୁଦ୍ଧି ପ୍ରଯୋଗ କରି ଚତୁଃପାର୍ଶ୍ବକୁ ଲୁଗାରେ ଆବଦ୍ଧ କରାଇ ସୁରକ୍ଷିତ ଭାବରେ ପ୍ରସବ କରାଇଥିଲେ । ମହିଳା ଜଣଙ୍କ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଭଭୟ ସୁସ୍ଥ ରହିଥିବା କୁହାଯାଇଛି । ଅନ୍ୟପଟେ ଉପସ୍ଥିତ ସ୍ଥାନୀୟ ଜନତା, ପୋଲିସ ଏବଂ ଆମ୍ବୁଲାନ୍ସକୁ ଖବର ଦେବା ପରେ ମହିଳାଙ୍କର ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇ ଦିଆଯାଇଥିଲା । ହେଲେ ପ୍ରସୂତି ଜଣଙ୍କ ରାସ୍ତା କଡରେ ସନ୍ତାନ ପ୍ରସବ କରାଇବାର ପ୍ରାୟ 45 ମିନିଟ୍ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚି ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବରେ ପ୍ରସବ କରାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । ହେଲେ ବ୍ରହ୍ମପୁର ସହରର ରାସ୍ତାକଡରେ ମହିଳାଙ୍କ ସନ୍ତାନ ପ୍ରସବ କରାଇବା ଏବଂ ସାଥୀରେ କୌଣସି ଆଶାକର୍ମୀ ନଥିବା ଦେଖିବାକୁ ମିଳିଥିଲା । କିଭଳି ଏବଂ କେଉଁ ପରିସ୍ଥିତିରେ ମହିଳା ଜଣଙ୍କ ବ୍ରହ୍ମପୁର ଆସିଲେ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:
()-ମୁଖ୍ୟ ରାସ୍ତାକଡରେ ସନ୍ତାନ ପ୍ରସବ କରାଇଛନ୍ତି ଜଣେ ମହିଳା । ଘଟଣାଟି କୌଣସି ଉପାନ୍ତ କିମ୍ୱା ଦୁର୍ଗମ ଅଞ୍ଚଳର ଦୃଶ୍ୟ ନୁହେଁ ବରଂ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର ଏମ୍.କେ.ସି.ଜି ମେଡିକାଲ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂର କୋର୍ଟପେଟା ଛକ ନିକଟର ସକାଳ ସମୟରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ପାଖରେ ଚାରି ବର୍ଷର ଶିଶୁ ପୁତ୍ର କୁ ନେଇ ଆସିଥିବା ଏହି ମହିଳା ଜଣଙ୍କ ହଠାତ୍ ସନ୍ତାନ ପ୍ରସବ କରାଉଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା ଦୁଇ ଜଣ ଡାକ୍ତର ଏବଂ ପାଖରେ ରହିଥିବା ଏକ ଘରୋଇ କ୍ଲିନିକ୍ ର ନର୍ସ ମାନଙ୍କ ସହ କେତେକ ମହିଳା ଉପସ୍ଥିତ ବୁଦ୍ଧି ପ୍ରଯୋଗ କରି ଚତୁଃପାର୍ଶ୍ୱରେ ଲୁଗା କୁ ଆବଦ୍ଧ କରି ସୁରକ୍ଷିତ ଭାବରେ ପ୍ରସବ କରାଇଥିଲେ। ପରେ ମହିଳା ଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି କୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା ।
Body:()-ପ୍ରସବ ବେଦାନା ସହ୍ୟ କରିନପାରି ମହିଳାଙ୍କ ମୁଖ୍ୟ ରାସ୍ତାକ଼ଡ ରେ ହେଲା ସନ୍ତାନ ପ୍ରସବ । ଏହା କୌଣସି ଉପାନ୍ତ କିମ୍ୱା ଦୁର୍ଗମ ଅଞ୍ଚଳର ଦୃଶ୍ୟ ନୁହେଁ । ବରଂ ଏହା ହେଉଛି ବ୍ରହ୍ମପୁର ସହରର ଏମ୍.କେ.ସି.ଜି ମେଡିକାଲ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ରହିଥିବା କୋର୍ଟପେଟା ଛକର ଦୃଶ୍ୟ । ଜିଲ୍ଲାର ପାତ୍ରପୁର ଜୟନ୍ତୀପୁର ଅଞ୍ଚଳର ଏହି ମହିଳା ଜଣଙ୍କ ସାଥୀରେ ଏକ ଚାରି ବର୍ଷର ପୁତ୍ର ସନ୍ତାନ କୁ ନେଇ ହଠାତ୍ ପହଞ୍ଚିବା ପରେ ଏହି ଘଟଣାକୁ ଦେଖି ସେହି ରାସ୍ତାରେ ଯାଉଥିବା ଦୁଇ ଜଣ ଡାକ୍ତର ଙ୍କ ସମେତ ସ୍ଥାନୀୟ ଏକ ଘରୋଇ ପାଥୋଲୋଜି ର ଏକ ନର୍ସ ଙ୍କ ସମେତ କେତେକ ମହିଳା ଚତୁଃପାର୍ଶ୍ୱକୁ ଲୁଗାରେ ଆବଦ୍ଧ କରାଇ ସୁରକ୍ଷିତ ଭାବରେ ପ୍ରସବ କରାଇଥିଲେ ମହିଳାଙ୍କର । କିଭଳି ଏବଂ କେଉଁ ପରିସ୍ଥିତି ରେ ମହିଳା ଜଣଙ୍କ ରାସ୍ତା କଡରେ ପ୍ରସବ କରାଇଲେ ସେ ନେଇ କଣ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ ଆସନ୍ତୁ ଶୁଣିବା ।
ବାଇଟ୍-ନଳୀନି ଘ଼ଡେଇ(ପ୍ରତେକ୍ଷଦଦର୍ଶୀ)
ବାଇଟ୍-ରାମ କୁମାର ପାତ୍ର(ସ୍ଥାନୀୟ ବାସିନ୍ଦା)
ବାଇଟ୍-ବସନ୍ତ କୁମାର ମହାପାତ୍ର(ପ୍ରତେକ୍ଷଦର୍ଶୀ)
()-ମହିଳା ଜଣଙ୍କ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଭଭୟ ସୁସ୍ଥ ରହିଥିବା କୁହାଯାଇଛି । ଅନ୍ୟପଟେ ଉପସ୍ଥିତ ସ୍ଥାନୀୟ ଜନତା ପୋଲିସ ଏବଂ ଆମ୍ୱୁଲେନ୍ସ କୁ ଖବର ଦେବା ପରେ ମହିଳା ଙ୍କର ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କୁ ପଠାଇ ଦିଆଯାଇଛି ।ହେଲେ ପ୍ରସ୍ତୁତି ମହିଳା ଜଣଙ୍କ ରାସ୍ତା କଡରେ ସନ୍ତାନ ପ୍ରସବ କରାଇବାର ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଆମ୍ୱୁଲାନ୍ସ ପହଞ୍ଚି ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ବାଇଟ୍-ଚିକିତ୍ସକ-ବ୍ରହ୍ମପୁର ଏମ୍.କେ.ସି.ଜି
Conclusion:()-ଗର୍ଭବତୀ ମହିଳା ଙ୍କୁ ସୁରକ୍ଷିତ ଭାବରେ ପ୍ରସବ କରାଇବା ପାଇଁ ସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଥିବା ବେଳେ ବ୍ରହ୍ମପୁର ସହରର ରାସ୍ତାକଡ ରେ ମହିଳାଙ୍କ ସନ୍ତାନ ପ୍ରସବ କରାଇବା ଏବଂ ସାଥୀରେ କୌଣସି ଆଶା ନଥିବା ଦେଖିବାକୁ ମିଳିଥିବା ବେଳେ କିଭଳି ଏବଂ କେଉଁ ପରିସ୍ଥିତିରେ ମହିଳା ଜଣଙ୍କ ବ୍ରହ୍ମପୁର ଆସିଲେ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.