ETV Bharat / city

ବ୍ରହ୍ମପୁର ଏମକେସିଜି ମେଡିକାଲର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

author img

By

Published : May 21, 2021, 5:04 PM IST

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଏମକେସିଜି ମେଡିକାଲରେ ପହଁଞ୍ଚି ସ୍ବାସ୍ଥ୍ୟସେବାର ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ । ରୋଗୀଙ୍କ ଆଶୁଚିକିତ୍ସା ବିଭାଗ ବୁଲିବା ସହ ପରିମଳ ବ୍ୟବସ୍ଥା କଡାକଡି କରିବା ନେଇ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଏମକେସିଜି ମେଡିକାଲରେ କିଭଳି ରହିଛି ସ୍ବାସ୍ଥ୍ୟସେବା ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଏମକେସିଜିର ଆଶୁଚିକିତ୍ସା ବିଭାଗରେ ପହଞ୍ଚି ସେଠାରେ ରୋଗୀଙ୍କୁ କିଭଳି ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ସେନେଇ ପଚାରିବୁଝିବା ସହ ସେଠାକାର ଶୌଚାଳୟ ଗୁଡିକରେ କିଭଳି ରହିଛି ସଫେଇ ବ୍ୟବସ୍ଥା ଏ ସମସ୍ତ ବିଷୟକୁ ଅନୁଧ୍ୟାନ କରିବା ସହିତ ପରିମଳ ବ୍ୟବସ୍ଥାକୁ ଆହୁରି ଅଧିକ ମାତ୍ରାରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଜିଲ୍ଲାପାଳ ପ୍ରଥମେ ଡେଡିକେଟ୍ କୋଭିଡ୍ ହସପିଟାଲ ସମ୍ମୁଖରେ ପହଞ୍ଚି ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସେଠାରୁ ଆଶୁଚିକିତ୍ସା ବିଭାଗ ବୁଲି ଦେଖିବା ସହ ପୂର୍ବରୁ ଦୈନିକ ୮୦ ଜଣ ରୋଗୀ କାଜୁଆଲ୍ଟିକୁ ଆସୁଥିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ବଢି ୩୦ ରୁ ୪୦ ରେ ପହଞ୍ଚିଛି ।

ଏଣୁ ପ୍ରତି ଘଣ୍ଟାରେ ଡାକ୍ତର ଏବଂ ନର୍ସ ମାନେ ସେବା ଯୋଗାଇ ଆସୁଥିବା ବେଳେ ସେଠାରେ ରହିଥିବା ସମସ୍ୟାର ସମାଧାନ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା କୁହାଯାଇଛି । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତୀ ଭାଶନ ,ମେଡିକାଲର ଅଧିକ୍ଷକ ପ୍ରଫେସର ସନ୍ତୋଷ ମିଶ୍ରଙ୍କ ସମେତ ବହୁ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.