ETV Bharat / city

RBSK ମ୍ୟାନେଜରଙ୍କ ମଦ୍ୟପାନ ଫଟୋ ଭାଇରାଲ ପରେ ସମ୍ବଲପୁରକୁ ବଦଳି

author img

By

Published : Oct 2, 2022, 2:07 PM IST

rbsk transferred to sambalpur due to  photo viral when drinking alcohol at office
RBSK ମ୍ୟାନେଜରଙ୍କ ମଦ୍ୟପାନ ଫୋଟ ଭାଇରାଲ ଘଟଣା, ସମ୍ବଲପୁରକୁ ବଦଳି

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ମ୍ୟାନେଜର ମଦ ପିଇବା ଘଟଣା । ସମ୍ବଲପୁର ବଦଳି କଲା ରାଜ୍ୟ ସ୍ବାସ୍ଥ୍ୟ ମିଶନ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ (RBSK) ମ୍ୟାନେଜରଙ୍କ ମଦ୍ୟପାନ ଫଟୋ ଭାଇରାଲ ହେବା ଘଟଣା । ରାଜ୍ୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ସମ୍ପୃକ୍ତ ସହକାରୀ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀଙ୍କୁ ସମ୍ବଲପୁର ମେଡିକାଲ କଲେଜକୁ ବଦଳି କରାଯାଇଛି । ସେହିପରି ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜର ଲୋପାମୁଦ୍ରା ମିଶ୍ରଙ୍କୁ ଗଞ୍ଜାମ ଜିଲ୍ଲାର ଆର.ବି.ଏସ.କେ ସହକାରୀ ମ୍ୟାନେଜର ଭାବରେ ନିଯୁକ୍ତ କରାଯାଇଛି ।

rbsk transferred to sambalpur due to  photo viral when drinking alcohol at office
RBSK ମ୍ୟାନେଜରଙ୍କ ମଦ୍ୟପାନ ଫୋଟ ଭାଇରାଲ ଘଟଣା, ସମ୍ବଲପୁରକୁ ବଦଳି

ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ ମଦ ପିଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଏପରିକି ଅଧିନସ୍ଥ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ତାହାର ତଦନ୍ତ କରାଯାଇ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ପରିଶେଷରେ ତାଙ୍କୁ ସମ୍ବଲପୁର ବଦଳି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଅଫିସରେ ମଦ ପିଇଲେ RBSK ମ୍ୟାନେଜର, ଫଟୋ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ସୂଚନା ଥାଉକି, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ ନିଜ ଚୌକିରେ ବସି ମଦ ପିଉଥିବାର ଫଟୋ ଭାଇରାଲ ହୋଇଥିଲା । ଅଫିସ ଭିତରେ ମଦ ବୋତଲ ରହିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହଁ ନିଜ ଅଧସ୍ଥନ କର୍ମଚାରୀଙ୍କୁ ନିୟମିତ ଭାବରେ ଅଶାଳୀନ ବ୍ୟବହାର କରିବା ସହିତ ମୋବାଇଲରେ ଭିଡିଓ ଅଡିଓ କଲ୍ ମାଧ୍ୟମରେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ନିର୍ଯାତନାର ଶିକାର ହେଉଥିବା କର୍ମଚାରୀ ଓ ଅଧିକାରୀମାନେ ଅନେକବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.