ଅଫିସରେ ମଦ ପିଇଲେ RBSK ମ୍ୟାନେଜର, ଫଟୋ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

author img

By

Published : Sep 27, 2022, 2:06 PM IST

Updated : Sep 27, 2022, 8:19 PM IST

ଅଫିସରେ ବସି ମଦ ପିଉଛନ୍ତି RBSK ମ୍ୟାନେଜର, ଫଟୋ ଭାଇରାଲ

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ମଦ ପିଉଛନ୍ତି ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ମ୍ୟାନେଜର । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କାମ ଦେଉନି ରାଜ୍ୟ ସରକାରଙ୍କ 5ଟି ଛାଟ । ଡ୍ୟୁଟି ସମୟରେ ସରକାରୀ ବାବୁଙ୍କ ମଦ ପିଇବା ନିଶା ଦେଖିବାକୁ ମିଳିଛି । ଅଫିସ ଭିତରେ ମଦ ରଖି ଖୁଲମଖୁଲା ପିଉଛନ୍ତି ସରକାରୀ କର୍ମଚାରୀ । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ କାର୍ଯ୍ୟାଳୟରେ ଜଣେ ସରକାରୀ କର୍ମଚାରୀ ମଦ ପିଉଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାବୁ ଜଣଙ୍କ ହେଉଛନ୍ତି ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ(RBSK) ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ । ନିଜ ଚୌକିରେ ବସି ମଦ ପିଉଥିବାର ଫଟୋ ଏବେ ଭାଇରାଲ ହୋଇଛି । ଅଫିସ ଭିତରେ ମଦ ବୋତଲ ରହିଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଅଫିସରେ ମଦ ପିଇଲେ RBSK ମ୍ୟାନେଜର, ଫଟୋ ଭାଇରାଲ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ-ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର, ବିଷ ପିଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

ଖାଲି ଏତିକି ନୁହଁ ନିଜ ଅଧସ୍ତନ କର୍ମଚାରୀଙ୍କୁ ନିୟମିତ ଭାବରେ ଅଶାଳୀନ ବ୍ୟବହାର କରିବା ସହିତ ମୋବାଇଲରେ ଭିଡିଓ ଅଡିଓ କଲ୍ ମାଧ୍ୟମରେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ନିର୍ଯାତନାର ଶିକାର ହେଉଥିବା କର୍ମଚାରୀ ଓ ଅଧିକାରୀମାନେ ଅନେକବାର ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ସରକାରୀ ବାବୁ ଜଣଙ୍କର ହାତ ଉପର ମହଲା ପର୍ଯ୍ୟନ୍ତ ରହିଥିବା ଯୋଗୁଁ ଦିନକୁ ଦିନ ସେ ଏପରି ମନମୁଖୀ କାର୍ଯ୍ୟ କରୁଥିବା ସ୍ୱାସ୍ଥ ବିଭାଗରେ ଆଲୋଚନାର ବିଷୟ ପାଲଟିଛି ।

ଭାଇରାଲ ହୋଇଥିବା ଫଟୋ ଗୁଡିକରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ(RBSK) ମ୍ୟାନେଜର ଟେବୁଲ ଉପରେ ମଦ ବୋତଲ ରଖି ଚେୟାରରେ ବସି ମଦ ପିଉଥିବା ଦେଖିବାକୁ ମିଳିଛିି । ଏପରିକି ଟେବୁଲ ଡ୍ରରେ ମଧ୍ୟ ମଦ ବୋତଲ ଥିବା ଦେଖିବାକୁ ମିଳିଛି । କେବଳ ଅଧିକାରୀ ଜଣଙ୍କ ମଦ୍ୟପାନରେ ସୀମିତ ନଥିଲେ । ତାଙ୍କର କଳା କାରନାମାର ତାଲିକା ବହୁତ ଲମ୍ୱା । ନିଜ ଅଧସ୍ତନ କର୍ମଚାରୀ ଓ ଅଧିକାରୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଳଜ କରିବା ସହ ଭିଡିଓ କଲ କରି କିଛି ମହିଳା କର୍ମଚାରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଭଳି ସଙ୍ଗୀତ ଅଭିଯୋଗ ରହିଛି ଏହି ସରକାରୀ ବାବୁଙ୍କ ନାମରେ । ବାବୁଙ୍କ ନିର୍ଯାତନାର ଶିକାର ହୋଇଥିବା କର୍ମଚାରୀ ଓ ଅଧିକାରୀ ମାନେ ଏନେଇ ସ୍ବୀକାର କରିଛନ୍ତି ।

ସେପଟେ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛି ଜିଲ୍ଲା ସ୍ୱାସ୍ଥ ବିଭାଗ । ସଂପୃକ୍ତ ସହକାରୀ ମ୍ୟାନେଜରଙ୍କ ଏଭଳି କାରନାମାର ଫଟୋ, ଭିଡିଓ ଓ ଦୁର୍ବ୍ୟବହାର କରୁଥିବା ଅଡିଓ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଛି । ସେପଟେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ CDMOଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସ୍ୱାସ୍ଥ ବିଭାଗ ପକ୍ଷରୁ ଏହି ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଫଟୋ ଭାଇରାଲକୁ ନେଇ ସିଡିଏମଓ ଡାକ୍ତର ଉମାଶଙ୍କର ମିଶ୍ର କହିଛନ୍ତି ଯେ , ''ଏହି ଘଟଣାକୁ ନେଇ ଆମେ ଅବଗତ ଅଛୁ, ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ଗୋଟିଏ ପଟେ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ତେବେ କଣ ହେଉଛି କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Sep 27, 2022, 8:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.