ETV Bharat / city

ବ୍ଲେଡରେ ରୋଗୀ କାଟିଲେ ହାତ ଆଙ୍ଗୁଠି

author img

By

Published : Mar 15, 2020, 11:47 PM IST

patient
ନିଜ ହାତ ଆଙ୍ଗୁଠି କାଟିଲେ ରୋଗୀ

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅସ୍ଥିଶଲ୍ୟ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ନିଜ ହାତର ଆଙ୍ଗୁଳି କାଟିଦେଇଛନ୍ତି ।

ବ୍ରହ୍ମପୁର: ଏମକେସିଜି ମେଡିକାଲରେ ଅଘଟଣ । ଚିକିତ୍ସାଧିନ ଅବସ୍ଥାରେ ଜଣେ ରୋଗୀ ନିଜ ହାତର ଆଙ୍ଗୁଳି କାଟିଦେଇଥିବା ଦେଖିବାକୁ ମିଳିଛି ।

ନିଜ ହାତ ଆଙ୍ଗୁଠି କାଟିଲେ ରୋଗୀ

ରୋଗୀ ଜଣକ ହେଲେ ମାଲକାନଗିରି ସିଆଡ଼ିମାଳ ଅଞ୍ଚଳର ଗଙ୍ଗା ମାଡକାମୀ । ସେ ଗତ ୯ ତାରିଖରେ ଏକ ଗାଡ଼ି ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅସ୍ଥିଶଲ୍ୟ ୱାର୍ଡରେ ଭର୍ତ୍ତି ହୋଇଥିଲେ । ତାଙ୍କର ଏହି କାରନାମାରୁ ସେ ଜଣେ ମାନସିକ ରୋଗୀ ବୋଲି ଅନୁମାନ କରାଯାଉଛି ।

ଗଙ୍ଗା ମାଡକାମୀ ମେଡିକାଲ ପରିସରରେ ରହିଥିବା ଶୌଚାଳୟ ନିକଟକୁ ଯାଇଥିବା ବେଳେ ସେଠାରେ ଏକ ଧାରୁଆ ବ୍ଲେଡ଼ରେ ଆଙ୍ଗୁଠି ଗୁଡିକୁ କାଟିବା ପରେ ନିଜ ରକ୍ତାକ୍ତ ହାତକୁ ନାଳ ପାଣିରେ ଧୋଇ ଦେଇଥିଲେ । ଏହାପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ପରିବାର ଲୋକେ ତାଙ୍କୁ ଜରୁରୀ ଚିକିତ୍ସା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.