ETV Bharat / city

ଘରେ ପଶି ଭଙ୍ଗାରୁଜା ସହ ଯୁବକକୁ ଆକ୍ରମଣ ଘଟଣାରେ ୫ ଅଭିଯୁକ୍ତ ଗିରଫ

author img

By

Published : May 20, 2021, 11:08 AM IST

ଘରେ ପଶି ଭଙ୍ଗାରୁଜା ସହ ଯୁବକକୁ ଆକ୍ରମଣ ଘଟଣାରେ ୫ ଅଭିଯୁକ୍ତ ଗିରଫ
ଘରେ ପଶି ଭଙ୍ଗାରୁଜା ସହ ଯୁବକକୁ ଆକ୍ରମଣ ଘଟଣାରେ ୫ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା କୋଟିନଡ଼ା ଗ୍ରାମରେ ଘରେ ପଶି ଭଙ୍ଗାରୁଜା କରିବା ସହ ଯୁବକକୁ ଆକ୍ରମଣ ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଦିଗପହଣ୍ଡି ପୋଲିସ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କୋଟିନଡ଼ା ଗ୍ରାମରେ ଘରେ ପଶି ଭଙ୍ଗାରୁଜା କରିବା ସହ ଯୁବକକୁ ଆକ୍ରମଣ ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତ ଗିରଫ । କୋଟିନଡ଼ା ଗ୍ରାମରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ମନୋଜ କୁମାର ସ୍ବାଇଁଙ୍କ ଘରେ କିଛି ଯୁବକ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଏହି ମାମଲାରେ ଦିଗପହଣ୍ଡି ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ମାନେ ହେଉଛନ୍ତି କୋଟିନଡା ଗ୍ରାମର ସିପୁନ ସ୍ବାଇଁ , ସୁଶାନ୍ତ ଜେନା, ଦୟାସାଗର ବିଷୋୟୀ, ଲିଟୁ ସ୍ବାଇଁ ଓ କୋରାମଣୀ ପ୍ରଧାନ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ ଗତ ଶୁକ୍ରବାର ରାତିରେ ଗାଁ ମଝି ସାହିରେ ମନୋଜଙ୍କ ସହିତ ଆକ୍ରମଣ କରିଥିବା କିଛି ଯୁବକ ରାଧାକୃଷ୍ଣ ମନ୍ଦିର ନିକଟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମନୋଜ ଏହାର ପ୍ରତିବାଦ କରିବାରୁ ୯ ଜଣ ଯୁବକ ମିଳିତ ଭାବେ ଠେଙ୍ଗା, ବାଡି ସାହାଯ୍ୟରେ ମନୋଜଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ । ଏହାପରେ ମନୋଜ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ନିଜ ଘରେ ପଶି ଯାଇଥିଲେ । ସେଠାରେ ଯୁବକ ମାନେ ଘରେ ପଶି ଭଙ୍ଗାରୁଜା କରିଥିଲେ । ଏହା ପରେ ମନୋଜ ନିଜ ବାପା ଓ ମା ରହୁଥିବା ସାନପୁଅ ଧିରେନ ଘରକୁ ଦୌଡି ପଳାଇଥିଲେ । କିନ୍ତୁ ସେଠାରେ ମଧ୍ୟ ଯୁବକମାନେ ପହଞ୍ଚି ଘର କବାଟ ଭାଙ୍ଗିବା ସହ ଘର ଆସବାବପତ୍ର ଜିନିଷ ଏଣେ ତେଣେ ଫୋପାଡି ଦେଇଥିଲେ ।

ଏନେଇ ଦିଗପହଣ୍ଡି ଥାନା ପୋଲିସ ଖବରପାଇ ଆହତ ମନୋଜଙ୍କୁଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶନିବାର ମନୋଜ ଓ ତାଙ୍କ ପରିବାର ଦିଗପହଣ୍ଡି ଥାନାରେ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତି କରି ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏକ ମାମଲା ରୁଜୁ କରି ତଦନ୍ତ କରି ୫ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ତେବେ ଅପରପକ୍ଷରେ ବିପକ୍ଷ ଗୋଷ୍ଠୀଙ୍କ ପାଲଟା ଏତଲାକୁ ଭିତ୍ତିକରି ମନୋଜଙ୍କ ବିରୁଦ୍ଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.