ETV Bharat / city

କୁକୁର ପାଟିରେ ନବଜାତ ଶିଶୁର ମୃତଦେହ, ଭିଡିଓ ଭାଇରାଲ

author img

By

Published : Jul 4, 2020, 6:37 PM IST

କୁକୁର ପାଟିରେ ନବଜାତ ଶିଶୁର ମୃତଦେହ, ଭିଡିଓ ଭାଇରାଲ
କୁକୁର ପାଟିରେ ନବଜାତ ଶିଶୁର ମୃତଦେହ, ଭିଡିଓ ଭାଇରାଲ

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ପରିସରରେ ଏକ ବୁଲା କୁକୁର ପାଟିରେ ନବଜାତ ଶିଶୁର ମୃତଦେହ ଧରି ଦୌଡୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ବ୍ରହ୍ମପୁର: କୁକୁର ପାଟିରେ ମୃତ ନବଜାତ ଶିଶୁର ମୃତଦେହ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ଏମ୍.କେ.ସି.ଜି ମେଡିକାଲ ପରିସରରେ ।

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ ନିକଟରୁ ଏକ ବୁଲା କୁକୁର ନିଜ ପାଟିରେ ଏକ ନବଜାତ ଶିଶୁର ମୃତଦେହ ଧରି ଦୌଡୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନର କୋରୋନା ସଟଡାଉନ ସମୟରେ ମେଡିକାଲ ପରିସରରେ ସେଭଳି ଭିଡ ନଥିବା ପାଟିରେ ମୃତ ଶିଶୁର ମୃତଦେହକୁ ଧରି ଏଣେ ତେଣେ ଦୌଡୁଥିବା ସହ ମେଡିକାଲର କାଜୁଆଲଟି ପରିସରକୁ ଯାଉଥିବା ଭିଡିଓ ଦେଖାଯାଇଛି ।

କୁକୁର ପାଟିରେ ନବଜାତ ଶିଶୁର ମୃତଦେହ, ଭିଡିଓ ଭାଇରାଲ

ସୂଚନାଥାଉକି କୁକୁର ପାଟିରେ ନବଜାତର ମୃତଦେହ ଘଟଣା ନୂଆଁ ନଥିବା ବେଳେ ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ମେଡିକାଲକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ କୌଣସି କାରଣରୁ ଶିଶୁ ମୃତ୍ୟୁ ଘଟିଲେ ଦାୟିତ୍ବହୀନତା କାର୍ଯ୍ୟ ଯୋଗୁଁ ଏପରି ଘଟୁଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.