ETV Bharat / city

ଜାତୀୟ ସ୍କେଟ୍‌ ରୋଲର ଗେମ୍ସରେ ଓଡ଼ିଶାକୁ କାଂସ୍ୟ, ବ୍ରହ୍ମପୁରରେ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

author img

By

Published : May 6, 2022, 7:25 AM IST

ଜାତୀୟ ସ୍କେଟ୍‌ ରୋଲର ଗେମ୍ସ ୨୦୨୨ରେ ଓଡ଼ିଶାକୁ କାଂସ୍ୟ ପଦକ, ବ୍ରହ୍ମପୁରରେ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା
ଜାତୀୟ ସ୍କେଟ୍‌ ରୋଲର ଗେମ୍ସ ୨୦୨୨ରେ ଓଡ଼ିଶାକୁ କାଂସ୍ୟ ପଦକ, ବ୍ରହ୍ମପୁରରେ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

ପ୍ରଥମ ଜାତୀୟ ସ୍କେଟ୍‌ ରୋଲର ଗେମ୍ସ ୨୦୨୨ ପ୍ରତିଯୋଗିତାରେ ବ୍ରହ୍ମପୁର ସହରର ୩ ଜଣ ଛାତ୍ରୀ କାଂସ୍ୟ ପଦକ ହାସଲ କରିଛନ୍ତି । ଜାତୀୟ ସ୍ତରରେ ବ୍ରହ୍ମପୁର ସହ ରାଜ୍ୟକୁ ଗୌରବାନ୍ବିତ କରିଥିବା ଏହି ୩ ଛାତ୍ରୀଙ୍କୁ ଗତ ଗୁରୁବାର ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ପ୍ରଥମ ଜାତୀୟ ସ୍କେଟ୍‌ ରୋଲର ଗେମ୍ସ ୨୦୨୨ ପ୍ରତିଯୋଗିତାରେ ବ୍ରହ୍ମପୁର ସହରର ୩ ଜଣ ଛାତ୍ରୀ କାଂସ୍ୟ ପଦକ ହାସଲ କରିଛନ୍ତି । ଜାତୀୟ ସ୍ତରରେ ବ୍ରହ୍ମପୁର ସହ ରାଜ୍ୟକୁ ଗୌରବାନ୍ବିତ କରିଥିବା ଏହି ୩ ଛାତ୍ରୀଙ୍କୁ ଗତ ଗୁରୁବାର ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ଏପ୍ରିଲ 21 ତାରିଖଠାରୁ 30 ତାରିଖ ପର୍ଯ୍ୟନ୍ତ ପଞ୍ଜାବର ମୋହାଲିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଜାତୀୟ ସ୍କେଟ୍‌ ରୋଲର ଗେମ୍ସ ୨୦୨୨ରେ ଓଡ଼ିଶାକୁ କାଂସ୍ୟ ପଦକ, ବ୍ରହ୍ମପୁରରେ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର ସହରର କମାପଲ୍ଲୀସ୍ଥିତ ସିଲ୍କି ରୋଲର ସ୍କେଟିଂ ଏକାଡେମୀର ୪ ଜଣ ସ୍କେଟର ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ ରୋଲର ଡରବୀ କାଟାଗୋରୀରେ ୩ ଜଣ ସ୍କେଟର କାଂସ୍ୟ ପଦକ ହାସଲ କରିଛନ୍ତି । ପଦକ ହାସଲ କରି ସ୍କେଟରମାନେ ବ୍ରହ୍ମପୁର ଫେରିବା ପରେ ସଙ୍କଳ୍ପ ସ୍କୁଲ ପରିସରରେ ସେମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କାରଯାଇଥିଲା । ଜାତୀୟ ସ୍ତରରେ ସଫଳତା ହାସଲ କରିଥିବାରୁ ଉପସ୍ଥିତ ଅତିଥି ସେମାନଙ୍କୁ ଧନ୍ୟବାଦ ଦେବାସହ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧିତ କରିଥିଲେ ।

ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରଥମ ଜାତୀୟ ସ୍କେଟ୍‌ ରୋଲର ଗେମ୍ସ ୨୦୨୨ ପ୍ରତିଯୋଗିତା ଆୟୋଜିତ ହୋଇଥିଲେ । ଏଥିରେ ଓଡ଼ିଶା ସ୍କେଟିଂ ଆସୋସିଏସନ ପକ୍ଷରୁ ୨୫ ଜଣ ସ୍କେଟର ଅଂଶ ଗ୍ରହଣ କରିଥିଲେ । ବ୍ରହ୍ମପୁର ସହରରୁ ଜୁନିଅର ବର୍ଗର ଇନ-ଲାଇନ ରୋଲର ସ୍କେଟିଂରେ ହରେକ୍ରିଷ୍ଣା ପାତ୍ର ଓ ରୋଲର ଡରବୀରେ ସମୀକ୍ଷା ନାୟକ, ଶ୍ରଦ୍ଧା ପ୍ରିୟଦର୍ଶନୀ ଓ ସ୍ୱସ୍ତିକା ପଣ୍ଡା ଅଂଶ ଗ୍ରହଣ କରିଥିଲେ ।

ରୋଲର ଡରବୀରେ ଓଡିଶା ଦଳ ପକ୍ଷରୁ 7 ଜଣ ସ୍କେଟର ଭାଗ ନେଇଥିବା ବେଳେ ଦଳଗତ ଭାବେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଏଥିରେ ବ୍ରହ୍ମପୁରର ୩ ଜଣ ସ୍କେଟର ସାମିଲ ରହିଛନ୍ତି । କୃତୀ କ୍ରୀଡ଼ାବିତ୍‌ଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସହ ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନର ସଭାପତି ଅଶୋକ ସାହୁ ଓ ବରିଷ୍ଠ ସମାଜସେବୀ ତୁମ୍ୱନାଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ତାସହିତ ଏହି କାର୍ଯ୍ୟକ୍ରମରେ କୃତୀ କ୍ରୀଡ଼ାବିତ୍‌ଙ୍କ ଅଭିଭାବକ ମଧ୍ୟ ସାମିଲ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.