ETV Bharat / city

କୋରୋନା ପ୍ରହାର: ଆସୁନି କଞ୍ଚାମାଲ, ବିକ୍ରି ହୋଇ ପାରୁନି ପାଟବସ୍ତ୍ର

author img

By

Published : Jun 21, 2020, 2:39 PM IST

ଉନ୍ନତମାନର ହାତବୁଣା ସାଙ୍ଗକୁ ସ୍ବତନ୍ତ୍ର ଡିଜାଇନ ଲାଗି ବ୍ରହ୍ମପୁର ପାଟ ବସ୍ତ୍ରର ଚାହିଦା କାହିଁରେ କ'ଣ ? ହେଲେ ଲକଡାଉନ ଯୋଗୁଁ ସବୁ ଫିକା ପଡିଯାଇଛି । ନା ପାଟବସ୍ତ୍ର ପାଇଁ କଞ୍ଚାମାଲ ଆସିପାରୁଛି ନା ପୂର୍ବରୁ ବୁଣା ହୋଇଥିବା ପାଟବସ୍ତ୍ର ବିକ୍ରି ହୋଇପାରୁଛି । ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବୁଣାକାର ପରିବାର । ଅଧିକ ପଢନ୍ତୁ...

କୋରୋନା ପ୍ରହାର: ଆସୁନି କଞ୍ଚାମାଲ, ବିକ୍ରି ହୋଇ ପାରୁନି ପାଟବସ୍ତ୍ର
କୋରୋନା ପ୍ରହାର: ଆସୁନି କଞ୍ଚାମାଲ, ବିକ୍ରି ହୋଇ ପାରୁନି ପାଟବସ୍ତ୍ର

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁର । ସ୍ବତନ୍ତ୍ର କାରୁକାର୍ଯ୍ୟ ଉନ୍ନତମାନର ପାଟଶାଢୀ ପାଇଁ ଦେଶ ବିଦେଶରେ ବେଶ୍ ପରିଚିତ। ଏଠାକାର ଅଧିକାଂଶ ପରିବାର ପାଟଶାଢୀ ବୁଣି ତେଲଲୁଣ ସଂସାର ଚଳାନ୍ତି । ହେଲେ ଲକଡାଉନ ସେମାନଙ୍କ ଜୀବନରେ ଯେମିତି ଗ୍ରହଣ ଭଳି ଚାଲି ଆସିଛି । ନା ଆସି ପାରୁଛି କଞ୍ଚାମାଲ, ନା ବିକ୍ରି ହୋଇପାରୁଛି ପାଟ । ଫଳରେ 60 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଉତ୍ପାଦନ ବିକ୍ରି ନ ହୋଇପଡି ରହିଛି । ପାଟବସ୍ତ୍ରକୁ ନିଜ ରୋଜଗାର ପନ୍ଥା ଭାବେ ବାଛି ନେଇଥିବା ଅନେକ ପରିବାର ଏବେ ଆଶଆଶଙ୍କାରେ ।

କୋରୋନା ପ୍ରହାର: ଆସୁନି କଞ୍ଚାମାଲ, ବିକ୍ରି ହୋଇ ପାରୁନି ପାଟବସ୍ତ୍ର

ବ୍ରହ୍ମପୁର ସହରର ବାଲୁଙ୍କେଶ୍ବରପେଟ୍ଟା, ଗୋବର୍ଦ୍ଧନପେଟା, ଦେଶୀ ବେହେରା ସାହି ଅଞ୍ଚଳରେ ପ୍ରାୟ 400 ରୁ 500 ବୁଣାକାର ପରିବାର ପାଟବସ୍ତ୍ର ବୁଣାବୁଣି କରୁଥିଲେ । ହେଲେ ସମୟ କ୍ରମେ ୨୦୦୩ ମସିହାରେ ଗଠିତ ହୋଇଥିବା ବୁଣାକାର କଲ୍ୟାଣ ସଙ୍ଘରେ ୩୧୫ ଜଣ ପଞ୍ଜିକୃତ କରିଥିବା ବେଳେ ବର୍ତ୍ତମାନ ମାତ୍ର ୧୧୫ ବୁଣାକାରଙ୍କ ତନ୍ତ ରହିଛି । ଗୋଟିଏ ପରିବାରର ତିନି ଜଣ ସଦସ୍ୟ ମାସେ କାର୍ଯ୍ୟ କଲେ 3 ରୁ 4 ଟି ପାଟଶାଢୀ ତିଆରି କରିବା ସହ ଯୋଡ ପ୍ରସ୍ତୁତ କରିଥାନ୍ତି । ଆଉ ରୋଜଗାର ବାବଦକୁ ୧୦ ରୁ ୧୨ ହଜାର ଟଙ୍କା ମଜୁରୀ ପାଇଥାନ୍ତି ।

ହେଲେ ବର୍ତ୍ତମାନ ସମୟରେ ପାଟବସ୍ତ୍ର ବୁଣିବା ପାଇଁ ଆବଶ୍ୟକୀୟ ସୁତା ଆସୁନଥିବା ବେଳେ ବୁଣା ଯାଇଥିବା ପାଟଲୁଗା ବିକ୍ରୀ ହୋଇପାରୁନି । ଏଥିପ୍ରତି ଦୃଷ୍ଟି ନଦେଲେ ଆହୁରୀ ଅନେକ ବୁଣାକାର ଯେ ଏହି ବୃତ୍ତି ଛାଡିବାକୁ ବାଧ୍ୟ ହେବେ ତାହା କହିବା ଅସମ୍ଭବ । ଫଳରେ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବୁଣାକାରମାନେ ।

ଉନ୍ନତମାନର ହାତବୁଣା ସାଙ୍ଗକୁ ସ୍ବତନ୍ତ୍ର ଡିଜାଇନ ଲାଗି ବ୍ରହ୍ମପୁର ପାଟ ବସ୍ତ୍ରର ଆଦର ରହିଥିବା ବେଳେ ଏହି ପାଟବସ୍ତ୍ର ଦକ୍ଷିଣପୂର୍ବ ଏସିଆର ବିଭିନ୍ନ ଦେଶକୁ ରପ୍ତାନି ହୋଇଇ ଆସୁଥିବାର ନଜର ରହିଛି । ଏପରିକି ବ୍ରହ୍ମପୁର ପାଟଶାଢୀ କୁ ଭୌଗଳିକ ସୂଚାଙ୍କ(ଜିଆଇ ମାର୍କ ର ମାନ୍ୟତା ) ମିଳିସାରିଛି । ହେଲେ କୋରୋନା ପାଇଁ ଏହି ବୁଣାକାରଙ୍କ ଜୀବନ ଜୀବିକା ଏବେ ଚିନ୍ତାରେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.