ETV Bharat / city

ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ଆୟୁଷ ଡାକ୍ତର

author img

By

Published : May 13, 2021, 6:57 AM IST

ayush doctors
ayush doctors

ଆୟୁଷ ଡାକ୍ତରମାନଙ୍କୁ ପୁଣି କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିୟୋଜିତ କଲେ ସରକାର । ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଆୟୁଷ ଡାକ୍ତର ଟିମ୍ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଆରବିଏସକେ ଆୟୁଷ ଡାକ୍ତର । କୋରୋନାର ଦ୍ବିତୀୟ ଲହରକୁ ପ୍ରତିହତ କରିବା ପାଇଁ ଆଗଧାଡିର ଯୋଦ୍ଧା ଭାବେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଦିନରାତି ଏକ କରି ସେବା ଯୋଗାଉଛନ୍ତି । ଏଭଳି ସ୍ଥିତିରେ ଆରବିଏସକେ ଆୟୁଷ ଡାକ୍ତରମାନେ ମଧ୍ୟ ଆଗେଇ ଆସି କୋଭିଡ ମୁକାବିଲାରେ ନିୟୋଜିତ ହୋଇଛନ୍ତି ।

ayush doctors
ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ଆୟୁଷ ଡାକ୍ତର

ପୂର୍ବରୁ ମଧ୍ୟ ଆୟୁଷ ଡାକ୍ତରମାନେ ସଙ୍ଗରୋଧ କେନ୍ଦ୍ରଠାରୁ ଆରମ୍ଭ କରି ଘର ଘର ବୁଲି କୋରୋନା ପଜିଟିଭ ଓ କୋରୋନା ସନ୍ଦିଗ୍ଧ ରୋଗୀଙ୍କର ଚିହ୍ନଟକରଣ ଓ ଚିକିତ୍ସାରେ ନିୟୋଜିତ ଥିଲେ । ସେମାନଙ୍କର ଏହି ନିସ୍ବାର୍ଥପର ସେବା ଓ ତ୍ୟାଗକୁ ଅନୁଭବ କରି ସରକାର ସେମାନଙ୍କୁ ପ୍ରୋତ୍ସାହନ ରାଶି ରୂପେ ଦୈନିକ 750 ଟଙ୍କା ଦେବାର ଘୋଷଣା କରିଥିଲେ । ମାତ୍ର ବାରମ୍ବାର ଦାବି ଉପସ୍ଥାପନ ପରେ ମଧ୍ୟ ସେହି ପ୍ରୋତ୍ସାହନ ରାଶି ଏହି ଆୟୁଷ ଡାକ୍ତରମାନଙ୍କୁ ମିଳି ନଥିବା ଅଭିଯୋଗ ହୋଇଥିଲା ଏବଂ କ୍ଷୋଭ ମଧ୍ୟ ପ୍ରକାଶ ପାଇଥିଲା ।

ବର୍ତ୍ତମାନ କୋରୋନାର ପୁଣି ଉପରମୁହାଁ ଦେଖି ସରକାରଙ୍କ ନିର୍ଦ୍ଦେଶ ପରେ ଏହି ଡାକ୍ତରମାନଙ୍କୁ ପୁନର୍ବାର ଘର ଘର ବୁଲି କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିୟୋଜିତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.