ETV Bharat / city

ଚିତ୍ର ମାଧ୍ୟମରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବାର୍ତ୍ତା

author img

By

Published : Mar 13, 2021, 9:02 PM IST

ଚିତ୍ର ମାଧ୍ୟମରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବାର୍ତ୍ତା
ଚିତ୍ର ମାଧ୍ୟମରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବାର୍ତ୍ତା

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ମୟୂରଭଞ୍ଜ ମହାରାଣୀ ନିଆଁ ଲିଭାଇବା ଘଟଣା ଓ ବର୍ଷା ପରେ ବନପାଳଙ୍କ ଖୁସିର ନାଚକୁ ନେଇ ଚିତ୍ର ମାଧ୍ୟମରେ ଆଙ୍କିଛନ୍ତି ଚିତ୍ରକର ସମରେନ୍ଦ୍ର। ଅଧିକ ପଢନ୍ତୁ...

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ମୟୂରଭଞ୍ଜ ମହାରାଣୀ ନିଆଁ ଲିଭାଇବା ଘଟଣା ଓ ବର୍ଷା ପରେ ବନପାଳଙ୍କ ଖୁସିର ନାଚକୁ ନେଇ ଚିତ୍ର ମାଧ୍ୟମରେ ଆଙ୍କିଛନ୍ତି ଚିତ୍ରକର ସମରେନ୍ଦ୍ର।

ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ବ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିଗଲା ଅଭୟାରଣ୍ୟ। ନିଆଁ ଲାଗିବା ପରେ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଶିମିଳିପାଳ ଅଭୟାରଣ୍ୟରେ ଯାଇ ନିଜେ ନିଆଁ ଲିଭାଇଥିଲେ। ଅନ୍ୟପକ୍ଷରେ ମହିଳା ବନପାଳ ସ୍ନେହଲତା ଧଳ ଶିମିଳିପାଳରେ ବର୍ଷା ହେବାପରେ ଖୁସିରେ ନାଚି ଉଠିଥିଲେ ।

ଚିତ୍ର ମାଧ୍ୟମରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବାର୍ତ୍ତା

ମୟୂରଭଞ୍ଜ ବେତନଟୀ ବ୍ଲକ ଆଗଡା ଗ୍ରାମର ଚିତ୍ରକର ସମରେନ୍ଦ୍ର ଉଭୟ ମହିଳାଙ୍କୁ ନେଇ ଚିତ୍ର ଆଙ୍କିଛନ୍ତି । ପୂର୍ବରୁ ସମରେନ୍ଦ୍ର ଅନେକ ଚିତ୍ର ଆଙ୍କି ପରିବେଶ ବାର୍ତ୍ତା ଦେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ଶିମିଳିପାଳ ସୁରକ୍ଷା ସହ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ନିଜ କାନଭାସରେ ରଙ୍ଗ ତୂଳୀରେ ଚିତ୍ରିତ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.