ETV Bharat / city

ବନ୍ୟା ପରେ ବି ଶୁଖୁନି ଚାଷଜମି, ମୁଣ୍ଡରେ ହାତ ଦେଲେଣି ଚାଷୀ

author img

By

Published : Sep 29, 2021, 8:04 PM IST

ବନ୍ୟା ପରେ ବି ଶୁଖୁନି ଚାଷଜମି, ମୁଣ୍ଡରେ ହାତ ଦେଲେଣି ଚାଷୀ
ବନ୍ୟା ପରେ ବି ଶୁଖୁନି ଚାଷଜମି, ମୁଣ୍ଡରେ ହାତ ଦେଲେଣି ଚାଷୀ

ବାଲେଶ୍ବର ଜିଲ୍ଲା ସଦର ବ୍ଲକରେ ଶ୍ରୀରାମପୁର ପଞ୍ଚାୟତରେ ଚାଷ ଉଜାଡିଲା ଜଳକା ନଦୀ ବନ୍ୟା। ଚାଷ ହରାଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

ବାଲେଶ୍ବର: ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତର ବିଭିନ୍ନ ଗାଁରେ ଚାଷ ଜମିରେ ଜଳକା ନଦୀର ବନ୍ୟାପାଣି ମାଡ଼ିଯାଇଛି । ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଜଳକା ନଦୀ ବନ୍ୟାରେ ପ୍ରଭାବିତ ହୋଇ ପ୍ରାୟ ୧୦ ଖଣ୍ଡ ଗାଁର ଚାଷୀଙ୍କ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅଦ୍ୟାବଧି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନାହିଁ କି ପରିଦର୍ଶନ ପାଇଁ ମଧ୍ୟ କୌଣସି ଅଧିକାରୀ ଆସି ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ ।

ବନ୍ୟା ପରେ ବି ଶୁଖୁନି ଚାଷଜମି, ମୁଣ୍ଡରେ ହାତ ଦେଲେଣି ଚାଷୀ

ଧାନ ବିଲରେ ବନ୍ୟାପାଣି ଜମିରହି ଧାନ ଗଛ ନଷ୍ଟ ହୋଇ କଳା ପଡ଼ିଗଲାଣି । ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତରେ ୧୯ଟି ୱାର୍ଡରେ ପ୍ରାୟ 15 ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବାବେଳେ 15ଟି ଓ୍ବାର୍ଡ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବିଶେଷକରି ପଞ୍ଚାୟତର ଖିରଙ୍ଗ, ନିମା, କାଟୁଳଡିହା, ଉଇଟିକରି, ପୁରାଣ, ଛତରା, ବଳବୁଦ୍ଧି, ମଛଡିହା, ବାଇଗଣଡିହା, ମାଣ୍ଡୁରକୁଲା, ବିଞ୍ଝ, ବରଡିହା ଆଦି ଗାଁରେ ଜଳକା ନଦୀ ବନ୍ୟାର ବନ୍ୟାଜଳ ପ୍ରତିବର୍ଷ ପ୍ରବେଶ କରୁଥିବାବେଳେ ଚଳିତବର୍ଷ 2 ଥର ବନ୍ୟା ଆସି ଚାଷବାସ ସବୁ ଉଜାଡିଦେଇଛି । ତେବେ ପ୍ରାୟ 3ଶହ ଚାଷୀ ଓ ଭାଗଚାଷୀ ବନ୍ୟାରେ ଚାଷ ହରାଇ ଚିନ୍ତାରେ ପଡିଛନ୍ତି। ତେବେ ତୁରନ୍ତ ସରକରୀ ସ୍ତରରେ ଅନୁଧ୍ୟାନ କରାଯାଇ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.