ETV Bharat / city

ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପ ଘଟଣା, ଆଉ ୨ଜଣ ଗିରଫ

author img

By

Published : Aug 27, 2022, 4:42 PM IST

ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପ ଘଟଣା, ଆଉ ୨ଜଣ ଗିରଫ
ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପ ଘଟଣା, ଆଉ ୨ଜଣ ଗିରଫ

ବାଲେଶ୍ବର ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପ ଘଟଣା । ନାଇଜେରିଆନ ଯୁବକ ଓ ନାଗାଲାଣ୍ଡ ମହିଳାଙ୍କୁ ଗିରଫ କଲା ପୋଲିସ । ଏମାନେ କର୍ମଚାରୀଙ୍କଠୁ ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ । ଅଧିକ ପଢନ୍ତୁ

ବାଲେଶ୍ବର: ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପ ଘଟଣା । ଗତ ୧୧ ତାରିଖରେ ଜଣେ ନାଇଜେରିଆନ ସାଇବର ଠକ ଗିରଫ ହୋଇଥିବାବେଳେ, ଏବେ ପୁଣି ଜଣେ ନାଇଜେରିଆନ ଯୁବକ ଓ ଜଣେ ନାଗାଲାଣ୍ଡ ମହିଳାଙ୍କୁ ଗିରଫ କରିଛି ବାଲେଶ୍ଵର ସାଇବର ଥାନା ପୋଲିସ(Balasore Cyber Police) । ଏମାନେ କର୍ମଚାରୀଙ୍କୁ ଲୋଭ ଦେଖାଇବା ସହ ହନିଟ୍ରାପ କରି ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ । ସାଇବର ଠକମାନେ ଫେସବୁକ ଜରିଆରେ ବନ୍ଧୁତା ସ୍ଥାପନ କରି ହ୍ଵାଟ୍ସଆପ ନମ୍ବର ମାଗୁଥିଲେ । ନମ୍ବର ପାଇବା ପରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ବିଭିନ୍ନ ପ୍ରକାର ଚାଟ୍‌ କରୁଥିଲେ ।

ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପ ଘଟଣା, ଆଉ ୨ଜଣ ଗିରଫ

ଏମିତିକି ଲଣ୍ଡନରୁ ବନ୍ଧୁଙ୍କ ପାଇଁ ଦାମୀ ଜିନିଷ ଯେମିତି କି ରୋଲେକ୍ସ ଘଣ୍ଟା, ଆଇଫୋନ ଆଦି ପଠାଇବାର ପ୍ରତିଶ୍ରୁତି ଦେଉଥିଲେ । କିଛିଦିନ ମଧ୍ୟରେ ପୁଣି ଫୋନ କରି ସାମଗ୍ରୀ ଦିଲ୍ଲୀ ଏୟାରପୋର୍ଟରେ ଅଛି ଏବଂ ଠକମାନେ ନିଜକୁ ମହିଳା କଷ୍ଟମ ଅଫିସର ପରିଚୟ ଦେଇ କଷ୍ଟମ ଚାର୍ଜ ଦେବାପାଇଁ କୁହାଯାଉଥିଲା । ବାଲେଶ୍ଵରର ବ୍ୟକ୍ତି ଜଣଙ୍କ ତାଙ୍କ କଥାରେ ରାଜି ହୋଇ ବିଭିନ୍ନ ସମୟରେ ବିଭିନ୍ନ ଆକାଉଣ୍ଟକୁ ସମୁଦାୟ ୩୦ ଲକ୍ଷ ଟଙ୍କା ଦେବାପରେ ନିଜେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।

ଏହାପରେ ସେ ସାଇବର ଥାନାରେ ଗତ ଏପ୍ରିଲ ମାସ ୧୩ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଏକ ଭାରତୀୟ ନମ୍ବର ମିଳିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ସାଇବର ପୋଲିସ ।

ଏହା ବି ପଢନ୍ତୁ- ହନିଟ୍ରାପରେ ପଡି 30 ଲକ୍ଷ ହରାଇଲେ ଓଡିଆ ଯୁବକ, ବନ୍ଧାହେଲା ନାଇଜେରିଆ ସାଇବର ଠକ

ସେଠାରେ ଜଣେ ନାଇଜେରିଆ ନାଗରିକ ଯାହାଙ୍କ ନାମ ସାମସନ ଏମିକେ ଏଲିକାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ମୋବାଇଲ, ଗୋଟିଏ ଲାପଟପ, ଅବଧି ସରିଥିବା ପାସପୋର୍ଟ ଆଦି ଜବତ କରାଯାଇଛି । ଏହାସହ ଉକ୍ତ ବ୍ୟକ୍ତିଙ୍କ ୩ ଟି ଆକାଉଣ୍ଟ ଫ୍ରିଜ କରାଯାଇଛି । ଯେଉଁଥିରେ ୬ ଲକ୍ଷ ଟଙ୍କା ଥିବା ଜଣାପଡି଼ଛି । ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିଲା । ପରେ ମୋବାଇଲ ନମ୍ବର ଓ ଆଇପି ଆଡ୍ରେସ ଜରିଆରେ ଦିଲ୍ଲୀରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି ।

ଉଭୟ ସ୍ବାମୀ ସ୍ତ୍ରୀ ବୋଲି ଜଣାପଡ଼ିଛି । ଉଭୟଙ୍କ ଭିସା (VISA) ଅବଧି ଶେଷ ହୋଇଥିବାବେଳେ, ସମାନେ ଏମିତି ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଠକୁଥିଲେ । ସେମାନଙ୍କ ନିକଟରୁ ଏକ କାର, ୭ଟି ମୋବାଇଲ, ଦୁଇଟି ଲାପଟପ, ବ୍ୟାଙ୍କ ଆକାଉଣ୍ଟ, ସୁନା ଚେନ, ସୁନା ମୁଦି ଏବଂ ଦୁଇଟି ପାସପୋର୍ଟ ଜବତ କରାଯାଇଛି । ଗିରଫ ୨ଜଣ ହେଲେ ଇମାନୁଏଲ ନାମମି ଓ ସୂଚୀନ ଟିକରି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.