ETV Bharat / city

ଗର୍ଭବତୀଙ୍କୁ ଉଦ୍ଧାର ଘଟଣା: ବାଲେଶ୍ଵର ବିଧାୟକଙ୍କ ପ୍ରଶଂସାରେ ମୁଖ୍ୟମନ୍ତ୍ରୀ

author img

By

Published : Sep 17, 2021, 6:28 PM IST

ଗର୍ଭବତୀଙ୍କୁ ଉଦ୍ଧାର ଘଟଣା: ବାଲେଶ୍ଵର ବିଧାୟକଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଗର୍ଭବତୀଙ୍କୁ ଉଦ୍ଧାର ଘଟଣା: ବାଲେଶ୍ଵର ବିଧାୟକଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଜଳବନ୍ଦୀ ସମସ୍ୟାରେ ଫସିଥିବା ଗର୍ଭବତୀଙ୍କୁ ଉଦ୍ଧାର କରି ବିଧାୟକ ସ୍ବରୂପ ଦାସଙ୍କ ହସ୍ପିଟାଲରେ ଭର୍ତ୍ତି କରିବା ଘଟଣା । ବାଲେଶ୍ବର ବିଧାୟକଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ବାଲେଶ୍ବର: ଜନସେବାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଥିବା ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ପ୍ରଶଂସା କରିଛନ୍ତି । ଲୋକ ପ୍ରତିନିଧିମାନେ ଏମିତି କାର୍ଯ୍ୟ କରି ଲୋକଙ୍କ ପ୍ରଶଂସା ଯୋଗ୍ୟ ହେବା ପାଇଁ ଟ୍ବିଟ କରିଛନ୍ତି । ଗୁରୁବାର ଲଗାଣ ବର୍ଷା ଜନିତ ଜଳବନ୍ଦୀ ସମସ୍ୟାରେ ଫସିଥିବା ଗର୍ଭବତୀଙ୍କୁ ଉଦ୍ଧାର କରି ବିଧାୟକ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହା ବି ପଢନ୍ତୁ: ପାଣିଘେରରେ ଫସିଥିଲେ ଗର୍ଭବତୀ, ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଲେ ବିଧାୟକ

ବିଧାୟକ ଏପରି ସ୍ବାର୍ଥହୀନ ସେବା କରି ଲୋକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସଦର ବ୍ଲକ ଓଲନ୍ଦା ସାରଙ୍ଗା ଅଞ୍ଚଳର ଜଣେ ଗର୍ଭବତୀ ମହିଳା ପାଣିଘେରରେ ଥିବା ବେଳେ ପ୍ରସବ ପାଇଁ ସେ ମେଡିକାଲ ଆସି ପାରୁନଥିଲେ । ଏହି ଘଟଣା ବିଷୟରେ ଜାଣି ବିଧାୟକ ସ୍ବରୂପ ଦାସ ବୋଟ ମାଧ୍ୟମରେ ତାଙ୍କୁ ରାସ୍ତା ଉପରକୁ ଆଣି ନିଜ ଗାଡ଼ିରେ ମେଡିକାଲ ନେଇଥିଲେ। ସେଠାରେ ମହିଳା ଜଣଙ୍କ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହି ଘଟଣା ଚାରିଆଡେ ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ ମାଧ୍ୟମରେ ବିଧାୟକଙ୍କୁ ପ୍ରଶଂସା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.