ପାଣିଘେରରେ ଫସିଥିଲେ ଗର୍ଭବତୀ, ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଲେ ବିଧାୟକ

author img

By

Published : Sep 17, 2021, 7:00 AM IST

ପାଣିଘେରରେ ଫସିଥିଲେ ଗର୍ଭବତୀ, ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଲେ ବିଧାୟକ

ଲଗାଣ ବର୍ଷାଜନିତ ଜଳବନ୍ଦୀରେ ଫସିଥିବା ଗର୍ଭବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ବାଲେଶ୍ବର ସଦର ବିଧାୟକ ସ୍ବରୁପ ଦାସ । ଅଧିକ ପଢନ୍ତୁ...

ବାଲେଶ୍ବର: ଲଗାଣ ବର୍ଷାଜନିତ ଜଳବନ୍ଦୀ ସମସ୍ୟାରେ ଫସିଥିଲେ ଗର୍ଭବତୀ । ଖବର ପାଇ ବିଧାୟକ ପହଞ୍ଚି ବୋଟ ଯୋଗେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ଓଲନ୍ଦା ସାରଗାଁ ପଞ୍ଚାୟତର ମଣ୍ଡାଧାର ଗ୍ରାମର ।

ପାଣିଘେରରେ ଫସିଥିଲେ ଗର୍ଭବତୀ, ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଲେ ବିଧାୟକ

ଘଟଣାକ୍ରମରେ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ଓଲନ୍ଦା ସାରଗାଁ ପଞ୍ଚାୟତର ମଣ୍ଡାଧାର ଗ୍ରାମର ଜଣେ ଗର୍ଭବତୀ ମହିଳା ପାଣି ଘେରରେ ଫସିଥିଲେ। ପ୍ରସବ ବେଦନା ହେଉଥିବାବେଳେ ତାଙ୍କୁ ମେଡିକାଲ ନେବା ପାଇଁ ସମ୍ଭବ ହୋଇନଥିଲା । ଏ ବିଷୟରେ ଖବର ପାଇ ସଦର ବିଧାୟକ ସ୍ବରୂପ କୁମାର ଦାସ ବଇଁଚା ପଞ୍ଚାୟତର ଗୁଜୁରୀବଜାର ଠାରୁ ଗର୍ଭବତୀ ମହିଳାଙ୍କୁ ଏକ ବୋଟ ଯୋଗେ ପ୍ରାୟ ୫ କିମି ବନ୍ୟାପାଣି ସ୍ରୋତରୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ। ଉକ୍ତ ମହିଳା ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେବା ସହ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ସୂଚନା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.