ETV Bharat / city

ବାବାଙ୍କ ଭକ୍ତ କହି ଲକ୍ଷାଧିକ ଟଙ୍କାର ଗହଣା ଲୁଟ ଅଭିଯୋଗ

author img

By

Published : Nov 23, 2021, 4:45 PM IST

ବାବାଙ୍କ ଭକ୍ତ କହି ଲକ୍ଷାଧିକ ଟଙ୍କାର ଗହଣା ଲୁଟ ଅଭିଯୋଗ
ବାବାଙ୍କ ଭକ୍ତ କହି ଲକ୍ଷାଧିକ ଟଙ୍କାର ଗହଣା ଲୁଟ ଅଭିଯୋଗ

ବାବାଙ୍କ ଭକ୍ତ କହି ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ ଅଭିଯୋଗ । ବାଲେଶ୍ବର ଜିଲ୍ଲାରେ ଘଟିଛି ଘଟଣା । ଅଧିକ ପଢନ୍ତୁ

ବାଲେଶ୍ବର: ଜଣେ ଜଣାଶୁଣା ବାବାଙ୍କ ଭକ୍ତ କହି ମହିଳାଙ୍କ ପାଖରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟ। ଏମିତି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବଡବଜାର ଟାଉନ ହାଇସ୍କୁଲ ସାମ୍ନାରେ ।

ଲୁଟର ଶିକାର ହୋଇଥିବା ମହିଳାଙ୍କ ଅଭିଯୋଗ ଅନୁସାରେ, ବାଇକରେ ୪ଜଣ ଯୁବକ ବଡବଜାର ଟାଉନ ହାଇସ୍କୁଲ ସାମ୍ନାରେ ତାଙ୍କୁ ଜଣେ ଜଣାଶୁଣା ବାବାଙ୍କ ଭକ୍ତ ବୋଲି କହିବା ସହ ଏସବୁ ଗହଣା ପିନ୍ଧିଲେ ତାଙ୍କ ସନ୍ତାନର ମୃତ୍ଯୁ ହୋଇଯିବ ବୋଲି କହିଥିଲେ । ତେବେ ମହିଳା ଜଣଙ୍କ ଏଥିରେ ପ୍ରଭାବିତ ହୋଇ ଗହଣା ସବୁ ଖୋଲି ଦେଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ସବୁତକ ଗହଣା ଝାମ୍ପି ନେଇ ସେଠାରୁ ଚମ୍ପଟ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଉକ୍ତ ମହିଳା । ଏନେଇ ଜଳେଶ୍ବର ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.