ETV Bharat / business

Share Market Update: ବଜାରରେ ଚମକ, ସେନସେକ୍ସରେ 800 ପଏଣ୍ଟ ବୃଦ୍ଧି

author img

By

Published : May 5, 2022, 12:22 PM IST

Share Market Update: ବଜାରରେ ଚମକ, 800 ପଏଣ୍ଟ ଉଛୁଳିଲା ସେନସେକ୍ସ
Share Market Update: ବଜାରରେ ଚମକ, 800 ପଏଣ୍ଟ ଉଛୁଳିଲା ସେନସେକ୍ସ

ପୁଞ୍ଜି ବଜାରରେ ଉତ୍ସାହ । କାରବାର ଆରମ୍ଭରୁ 800 ପଏଣ୍ଟ ଉଛୁଳିଲା ସେନସେକ୍ସ । ଅଧିକ ପଢନ୍ତୁ

ମୁମ୍ବାଇ: ବୁଧବାର ବିପୁଳ କ୍ଷତି ସହିବା ପରେ ଆଜି(ଗୁରୁବାର) ଆରମ୍ଭରୁ ଉଛୁଳିଲା ପୁଞ୍ଜି ବଜାର/ସେୟାର ମାର୍କେଟ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE)ର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସରେ 800 ପଏଣ୍ଟ ବୃଦ୍ଧି ଆସିଛି । ସେହିପରି NSE ନିଫ୍ଟି ମଧ୍ୟ 250 ପଏଣ୍ଟ ଉଛୁଳି 16,900 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସ 800 ପଏଣ୍ଟ ବୃଦ୍ଧି ସହ ଏବେ 56,540 ପଏଣ୍ଟରେ କାରବାର କରୁଛି ।

ସେନସେକ୍ସରେ ଇନଫୋସିସ(Infosys), ଆଇସିଆଇସିଆଇ ବ୍ୟାଙ୍କ(ICICI Bank), ଏଚଡିଏଫସି ଟ୍ବିନ୍ସ(HDFC twins), ଏସବିଆଇ(SBI), ଆରଆଇଏଲ(RIL) ଆଦି କମ୍ପାନୀର ଷ୍ଟକ ମୂଲ୍ୟରେ ଅଧିକ ବୃଦ୍ଧି ଘଟିଛି । ଟାଟା ଷ୍ଟିଲ, ଟେକ୍ ମହିନ୍ଦ୍ରା, ୱିପ୍ରୋ, କୋଟକ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ଷ୍ଟକ ମଧ୍ୟ ଲାଭ ଅର୍ଜନକାରୀ ଷ୍ଟକ ମଧ୍ୟରେ ରହିଛି ।

ଅନ୍ୟପଟେ ଭାରତୀୟ ଜୀବନ ବୀମା ନିଗମ(LIC) ଆଇପିଓ ଖୋଲିବାର ଆଜି ଦ୍ବିତୀୟ ଦିନରେ ଦିନ 10ଟା 45 ସୁଦ୍ଧା 73 ପ୍ରତିଶତ ସବସ୍କାଇବ ହୋଇଛି । ପଲିସିଧାରକ ଏବଂ କର୍ମଚାରୀ ଯଥାକ୍ରମେ 2.2 ଏବଂ 1.4 ଥର ସର୍ବାଧିକ ସବସ୍କ୍ରାଇବ କରିଛନ୍ତି । କହିରଖୁଛୁ କି, ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାର ବୃଦ୍ଧି ଘୋଷଣା କରିବା ପରେ ଏହାର ପ୍ରଭାବ ବଜାର ଉପରେ ପଡିଥିଲା । ପୁଞ୍ଜି ବଜାର ଏକପ୍ରକାର ଧରାଶାୟୀ ହୋଇଯାଇଥିଲା । ସେନସେକ୍ସରେ 1300 ପଏଣ୍ଟରୁ ଅଧିକ ହ୍ରାସ ଘଟିଥିଲା । ଫଳରେ ନିବେଶକ ଲକ୍ଷ ଲକ୍ଷ ଟଙ୍କା ହରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.