ETV Bharat / business

Gold Silver Price Share Market News: ବଢିଲା ସୁନା ଦର, ରୁପାର ମୂଲ୍ୟ ହ୍ରାସ

author img

By ETV Bharat Odisha Team

Published : Sep 9, 2023, 9:57 PM IST

ବଢିଲା ସୁନା ଦର
ବଢିଲା ସୁନା ଦର

ସୁନାର ମୂଲ୍ୟରେ 100 ଟଙ୍କା ବୃଦ୍ଧି । ପ୍ରତି 10 ଗ୍ରାମ ପିଛା ସୁନା ମୂଲ୍ୟ 60150 ଟଙ୍କାରେ କରାବାର। ସେହିପରି ପ୍ରତି 1 କିଲେଗ୍ରାମ ରୁପାର ମୂଲ୍ୟ 74100 ଟଙ୍କା ରହିଛି। ଅଧିକ ପଢ଼ନ୍ତୁ

ମୁମ୍ବାଇ: ବଢ଼ିଲା ସୁନା ଦର। ବିଶ୍ବ ବାଣିଜ୍ୟ ବଜାରରେ କାରବାର ବୃଦ୍ଧି ହେବା ସହ ଜାତୀୟ ବଜାରରେ ଶୁକ୍ରବାର ସୁନାର ମୂଲ୍ୟରେ 100 ଟଙ୍କା ବୃଦ୍ଧି ଘଟିଛି। ପ୍ରତି 10 ଗ୍ରାମ ପିଛା ସୁନା ମୂଲ୍ୟ 60150 ଟଙ୍କାରେ କରାବାର ବନ୍ଦ ହୋଇଛି। ତେବେ ପୂର୍ବ ବାଣିଜ୍ୟ କରବାରରେ ସୁନାର 10 ଗ୍ରାମ ପିଛା 60050 ଟଙ୍କାରେ ବନ୍ଦ ହୋଇଥିଲା। ସେହିପରି ପ୍ରତି 1 କିଲେଗ୍ରାମ ରୁପାର ମୂଲ୍ୟ 74100 ଟଙ୍କା ରହିଛି। ତେବେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ସହ ଏହାର ପ୍ରତି ଅଂଶ 1923 ଡଲାର ରହିଛି। ଏହାସହ ରୁପାର ପ୍ରତି ଅଂଶ 23.02 ରହିଛି।

ତେବେ ଇଣ୍ଟରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କା 21 ପଇସା ବୃଦ୍ଧି ପାଇ 83.02ରେ ପହଞ୍ଚିଛି। ଘରୋଇ ସେୟାର ବଜାରରେ ଅଭିବୃଦ୍ଧି ମଧ୍ୟରେ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିଛି। ତେବେ ବିଦେଶୀ ମୁଦ୍ରା ବ୍ୟବସାୟୀଙ୍କ କହିବା ଅନୁସାରେ 2023 ଅକ୍ଟୋବର 7 ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ବର୍ଦ୍ଧିତ ନଗଦ ରିଜର୍ଭ ଅନୁପାତକୁ ପ୍ରର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଘୋଷଣା କରିବା ପରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ପାଇଛି।

ଏହା ମଧ୍ୟ ପଢ଼ନ୍ତୁ.......short term investment: ଜାଣନ୍ତୁ କଣ ରହିଛି ବର୍ଷିକିଆ ଇନଭେଷ୍ଟମେଣ୍ଟ ଏବଂ ସେଭିଂ ଟିପ୍ସ

ତେବେ ଇଣ୍ଟରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା 83.13ରେ କାରବାର ଆରମ୍ଭ କରିଥିଲା । ଏହାପରେ 82.91 ରୁ 83.17 ରେ କାରବାର କରିବା ସହ ପୂର୍ବ କାରବାର ତୁଳନାରେ 21 ପଇସା ବୃଦ୍ଧି ଘଟି 83.02ରେ କାରବାର ଶେଷ ହୋଇଥିଲା। ସେପଟେ ରିଜର୍ଭ ବ୍ୟାଙ୍କର ହସ୍ତକ୍ଷପ ଏବଂ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ମଧ୍ୟରେ 4 ଦିନ ଧରି ଚାଲିଥିବା ଟଙ୍କାର ମୂଲ୍ୟ ହ୍ରାସରେ ବିରାମ ଲାଗିଥିଲା। ଏହାସହ ଏସିଆ ମୁଦ୍ରାମାନଙ୍କ ମଧ୍ୟରେ ଟଙ୍କା ଭଲ ପ୍ରଦର୍ଶନ କରିଛି। ଘରୋଇ ସେୟାର ବଜାରରେ ଭଲ ପ୍ରଦର୍ଶନ ଦ୍ବାରା ଟଙ୍କାର ମୂଲ୍ୟ ବୃଦ୍ଧି ପାଇଥିବା ନେଇ କହିଛନ୍ତି HDFC ସିକ୍ୟୁରିଟିର ବରିଷ୍ଠ ବିଶ୍ଲେଷକ ଦିଲ୍ଲୀପ ପରମାର। ତେବେ ସେ ଏହା ମଧ୍ୟ କରିଛନ୍ତି ଯେ, ଟଙ୍କାର ମୂଲ୍ୟ ବୃଦ୍ଧି ଅଧିକ ସମୟ ଧରି ରହିବାର ସଂଭାବନା କମ ରହିଛି।

ଏହା ମଧ୍ୟରେ 6 ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକା ଡଲାରର ସ୍ଥିତିକୁ ସୂଚାଉଥିବା ଡଲାର ସୂଚକାଙ୍କ 0.04 ପ୍ରତିଶତ ହ୍ରାସ ପାଇ 105.01ରେ ରହିଛି। ସେହିପରି ବିଶ୍ବ ତୈଳ ମାନକ ଅଶୋଧିତ ତୈଳରେ 0.61 ପ୍ରତିଶତ ହ୍ରାସ ପାଇବା ପ୍ରତି ବ୍ୟାରେଲ ପିଛା 90.47 ଡଲାରରେ କାରବାର କରିଛି। ତେବେ ବିଦେଶୀ ସଂସ୍ଥାଗତ ନିବେଶକମାନେ ଶୁକ୍ରବାର 224.22 କୋଟି ଟଙ୍କା ମୂଲ୍ୟର ସେୟାର କିଣିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.