ETV Bharat / business

ଆହୁରି ଦୁର୍ବଳ ହେଲା ଟଙ୍କା, ପ୍ରଥମ ଥର 82.33 ଛୁଇଁଲା ଡଲାର ମୂଲ୍ୟ

author img

By

Published : Oct 7, 2022, 12:17 PM IST

Updated : Oct 7, 2022, 12:28 PM IST

ଆହୁରି ଦୁର୍ବଳ ହେଲା ଟଙ୍କା, ପ୍ରଥମ ଥର ୮୨ ଡେଇଁଲା ଡଲାର ମୂଲ୍ୟ
ଆହୁରି ଦୁର୍ବଳ ହେଲା ଟଙ୍କା, ପ୍ରଥମ ଥର ୮୨ ଡେଇଁଲା ଡଲାର ମୂଲ୍ୟ

ଡଲାର ଆଗରେ ଆହୁରି ଦୁର୍ବଳ ହେଲା ଟଙ୍କା । ପ୍ରଥମ ଥର ୮୨ ଟଙ୍କା ୩୩ ପଇସା ହେଲା ଗୋଟିଏ ଡଲାର ମୂଲ୍ୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ଡଲାର ଆଗରେ ଆହୁରି ଦୁର୍ବଳ ହୋଇଛି ଟଙ୍କା । ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ ଆଜି ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି(Rupee Plunges To All Time Low Against Dollar) । ପ୍ରଥମ ଥର ପାଇଁ ୮୨ ଟଙ୍କା ଅତିକ୍ରମ କରିଛି ଡଲାର ମୂଲ୍ୟ । ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସା ହୋଇଯାଇଛି । ଶୁକ୍ରବାର ଟଙ୍କା ମୂଲ୍ୟରେ ୦.୪୧ ପ୍ରତିଶତ ଭାରି ହ୍ରାସ ଦେଖାଯାଇଛି । ଏହା ଟଙ୍କାର ବିନିୟମ ମୂଲ୍ୟର ସର୍ବକାଳୀନ ନିମ୍ନସ୍ତର ।

ଆଜି ସକାଳ ସାଢେ ୯ଟାରେ ଟଙ୍କା ୦.୫% ହ୍ରାସ ସହ ଡଲାର ତୁଳନାରେ ୮୨.୩୦ରେ କାରବାର କରିଥିଲା । ଏହାପୂର୍ବରୁ ଟଙ୍କା ୮୧.୮୯ରେ କାରବାର ବନ୍ଦ କରିଥିଲା । ଆଜି ମୁଦ୍ରା ବଜାରରେ ଟଙ୍କା ୮୨.୧୯ରେ ଖୋଲିଥିଲା ଏବଂ ସର୍ବନିମ୍ନ ୮୨.୩୩ ସ୍ତରକୁ ଖସି ଯାଇଥିଲା । ଚଳିତ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଟଙ୍କାରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ଆସିଛି । ୨୦୨୨ରେ ଟଙ୍କାର ବିନିୟମ ମୂଲ୍ୟ ୧୦.୬୦ ପ୍ରତିଶତ କମିଯାଇଛି ।

  • रुपए में गिरावट जारी है... अब 1 डॉलर 82 रुपए के पार पहुंच गया।

    मोदी जी ने चिंता जाहिर की है 👇 pic.twitter.com/fH0oZsgUZK

    — Congress (@INCIndia) October 7, 2022 " class="align-text-top noRightClick twitterSection" data=" ">

ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରାଲ ରିଜର୍ଭ ଲଗାତାର ସୁଧବାର ବୃଦ୍ଧି କରୁଥିବାରୁ ଡଲାର ମଜବୁତ ହେବାରେ ଲାଗିଛି । ଏହି କାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ, ଅନ୍ୟ ପ୍ରମୁଖ ମୁଦ୍ରାଗୁଡିକର ଅବମୂଲ୍ୟାୟନ ଜାରି ରହିଛି । ଏହାପୂର୍ବରୁ ଗୁରୁବାର ଅଶୋଧିତ ତୈଳ ଏବଂ ଡଲାର ସୂଚକାଙ୍କ ମଜବୁତ ଥିବାରୁ ଆମେରିକୀୟ ମୁଦ୍ରା ତୁଳନାରେ ଟଙ୍କା ୫୫ ପଇସା ହ୍ରାସ ପାଇ ସର୍ବନିମ୍ନ ୮୨.୧୭ ସ୍ତରରେ ପହଞ୍ଚିଥିଲା । ଯାହାକି ଆଜି ୮୨.୩୩ ସ୍ତରରେ ପହଞ୍ଚି ନୂଆ ରେକର୍ଡ କରିଛି(Rupee hits fresh record low) । ଅନ୍ୟପଟେ ଟଙ୍କାର ଲଗାତାର ଅବମୂଲ୍ୟାୟନକୁ ନେଇ ବିଜେପି ସରକାରକୁ ଘେରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ପୁରୁଣା ଭିଡିଓକୁ ସେୟାର କରି କଂଗ୍ରେସ ସମାଲୋଚନା କରିଛି ।

ଏହାମଧ୍ୟ ପଢନ୍ତୁ: ଭାରତ ବିଶ୍ୱର ସବୁଠୁ ବଡ ଚିନି ଉତ୍ପାଦକ ଓ ଉପଭୋକ୍ତା ଦେଶ

ଡଲାର ତୁଳନାରେ ଟଙ୍କା ମୂଲ୍ୟ କମିବା ଦ୍ବାରା ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିଥାଏ । ଆମଦାନୀ କରାଯାଉଥିବା ସାମଗ୍ରୀ ପାଇଁ ଅଧିକ ଡଲାର ଦେବାକୁ ପଡିଥାଏ । ଏହାସହିତ ବିଦେଶ ପିଲାଙ୍କ ପାଠପଢା ଖର୍ଚ୍ଚ ମଧ୍ୟ ମହଙ୍ଗା ହୋଇଥାଏ ।

Last Updated :Oct 7, 2022, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.