ETV Bharat / business

କମିଲା ବ୍ୟବସାୟିକ LPG ସିଲିଣ୍ଡର ଦର

author img

By

Published : Aug 1, 2022, 8:47 AM IST

Updated : Aug 1, 2022, 11:43 AM IST

କମିଲା ବ୍ୟବସାୟିକ LPG ସିଲିଣ୍ଡର ଦର
କମିଲା ବ୍ୟବସାୟିକ LPG ସିଲିଣ୍ଡର ଦର

ଖାଉଟିଙ୍କୁ ଆଶ୍ବସ୍ତି । କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର । ଆଜିଠୁ 36 ଟଙ୍କା କମିଲା ବ୍ୟବସାୟିକ ଏଲ୍‌ପିଜି ଦର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଖାଉଟିଙ୍କୁ ଆଶ୍ବସ୍ତି । କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର । ଆଜିଠୁ ୩୬ ଟଙ୍କା କମିଲା କମର୍ସିଆଲ ଏଲ୍‌ପିଜି ଦର । ମାସ ଆରମ୍ଭରୁ ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦର ଏବେ 1976 ଟଙ୍କା କମିଛି । ପୂର୍ବରୁ 2012ଟଙ୍କା 50 ପଇସା ରହିଥିଲା ଦର । ପୂର୍ବରୁ ଜୁଲାଇ ପହିଲାରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର କମିଥିଲା ।

ଏହା ବି ପଢନ୍ତୁ...କରେଣ୍ଟ ଲାଗି 10 କାଉଡିଆ ମୃତ

ସିଲିଣ୍ଡର ପିଛା 198 ଟଙ୍କା କମିଥିଲା । ଦେଶର ଅନେକ ସହରରେ ମଧ୍ୟ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ଆଜି ପୁଣି ଏହି ଦର କମିଛି । IOCL ତରଫରୁ ଏହି ନୂଆ ଦର ଜାରି କରାଯାଇଛି । ଘରୋଇ LPG ସିଲିଣ୍ଡର(domestic LPG cylinder ) ମୂଲ୍ୟରେ ଅପରିବର୍ତ୍ତିତ ରହିଛି । ଗତ ମେ ମାସ 19ରେ ଏହି ଦରରେ ପରିବର୍ତ୍ତନ କରାଯାଇଥିଲା ।

Last Updated :Aug 1, 2022, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.