ETV Bharat / bharat

କରେଣ୍ଟ ଲାଗି 10 କାଉଡିଆ ମୃତ

author img

By

Published : Aug 1, 2022, 7:24 AM IST

Updated : Aug 1, 2022, 3:19 PM IST

ପଶ୍ଚିମବଙ୍ଗ କୁଚ ବିହାରରେ ବଡ ଅଘଟଣ । ପିକ-ଅପ୍‌ ଭ୍ୟାନ ଚାର୍ଜ ହୋଇଯିବା ଫଳରେ 10 ମୃତ, ଏକାଧିକ ଗୁରୁତର । ଭ୍ୟାନରେ ଥିବା ଜେନେରେଟର କାରଣରୁ ଏପରି ଘଟିଥିବା ସନ୍ଦେହ । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ଅଘଟଣ: ଚାର୍ଜ ହୋଇଗଲା ପିକ-ଅପ ଭ୍ୟାନ, 10 ମୃତ
ପଶ୍ଚିମବଙ୍ଗରେ ଅଘଟଣ: ଚାର୍ଜ ହୋଇଗଲା ପିକ-ଅପ ଭ୍ୟାନ, 10 ମୃତ

କୋଲକାତା: ପଶ୍ଚିମବଙ୍ଗର କୁଚ ବିହାରରେ ଏକ ଦୁଖଃଦ ଖବର ସମ୍ନାକୁ ଆସିଛି । ପିକ-ଅପ୍‌ ଭ୍ୟାନ ଚାର୍ଜ ହୋଇଯିବା ଫଳରେ 10 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି । ଉକ୍ତ ଭ୍ୟାନରେ ପ୍ରାୟ 27ଜଣ ଯାତ୍ରୀ ଯାତ୍ରା କରୁଥିବା ପ୍ରାଥମିକ ଭାବେ ଜଣାପଡିଛି । ତେବେ କେଉଁ କାରଣରୁ ଭ୍ୟାନଟି ଚାର୍ଜ ହେଲା ସେ ନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ଏଥିରେ ଡିଜେ ସିଷ୍ଟମ ପାଇଁ ଇନଷ୍ଟଲ ଥିବା ଜେନେରେଟରରୁ ଏହି ଚାର୍ଜ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ 12ଟା ସମୟରେ ମଖଲିଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଧର୍ଲା ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରାୟ 27 ଯାତ୍ରୀଙ୍କୁ ନେଇ ଯାଉଥିବା ପିକ-ଅପ ଭ୍ୟାନଟି ହଠାତ ଚାର୍ଜ ହୋଇଯିବା ଫଳରେ ଯାତ୍ରୀମାନେ ଗୁରୁତର ବିଦ୍ୟୁତ ଆଘାତ ପାଇଥିଲେ । ତେବେ ଗାଡିରେ ଡିଜେ ସିଷ୍ଟମ ପାଇଁ ଲଗାଯାଇଥିବା ଜେନେରେଟରରୁ ଏପରି ଅଘଟଣ ଘଟିଥିବା ନେଇ ସନ୍ଦେହ କରାଯାଉଛି ।

ଅଘଟଣ ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲ ଓ ପରେ ଜଲପାଇଗୁଡି ହସ୍ପିଟାଲରେ ଭର୍ତ୍ତି କାରଯାଇଥିଲା । ତେବେ ସେଠାରେ 10 ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Last Updated : Aug 1, 2022, 3:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.