ETV Bharat / business

Union Budget 2023-24: ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

author img

By

Published : Jan 14, 2023, 9:32 AM IST

PM
PM

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିଜ୍ଞଙ୍କ ସହ ପ୍ରାକ ଆଲୋଚନା କରିଛନ୍ତି । ଏହାସହ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । ତେବେ ଏହା ପୂର୍ବରୁ ଗତକାଲି(ଶୁକ୍ରବାର) ନୀତି ଆୟୋଗର ଅର୍ଥନୀତିଜ୍ଞଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରାକ ବଜେଟ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ବଜେଟ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ମତାମତ ଏବଂ ପରାମର୍ଶ ନେବା ସହିତ ଭାରତୀୟ ଅର୍ଥନୀତିର ସ୍ଥିତି ଏବଂ ଏହାର ଆହ୍ବାନ ଗୁଡିକର ମୂଲ୍ୟାଙ୍କନ କରିଛନ୍ତି । ଚଳିତ ଆର୍ଥିକବର୍ଷ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୭% ଖସିବ ବୋଲି ଅନୁମାନ କରାଯାଇଥିବା ବେଳେ ଏହା କିପରି ତ୍ବରାନ୍ବିତ ହେବ ସେନେଇ ପ୍ରଧାନମନ୍ତ୍ରୀ ଅର୍ଥନୀତିଜ୍ଞମାନଙ୍କ ପରାମର୍ଶ ଲୋଡିଛନ୍ତି । ଏନଏସଓର ଆକଳନ ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ରହିବ ଯାହାକି ୨୦୨୧-୨୨ ରେ ୮.୭ ପ୍ରତିଶତ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ କମ୍ପାନୀକୁ ଆଶ୍ବସ୍ତି, ବେବି ପାଉଡର୍ ପ୍ରସ୍ତୁତ ପାଇଁ ମିଳିଲା ଅନୁମତି

ପୂର୍ବରୁ ସରକାର ଆକଳନ କରିଥିବା ତଥ୍ୟ ଅନୁସାରେ, ଭାରତର ବିକାଶ ହାର ୮ରୁ ୮.୫ ମଧ୍ୟରେ ରହିବ । ଉକ୍ତ ଆକଳନ ତୁଳନାରେ ଅଗ୍ରିମ ଆକଳନ ଅନେକ ମାତ୍ରାରେ କମ ରହିଛି । କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ, ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ବଢିବ । ଉକ୍ତ ଆକଳନ ତୁଳନାରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏନଓ)ର ଅନୁମାନ ଅଧିକ ରହିଛି ।

ପ୍ରକାଶଯୋଗ୍ୟ ଯେ, ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ ରେ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରି ଏହି ଅଧିବେଶନ ଆରମ୍ଭ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ବଜେଟ ଉପସ୍ଥାପନ କରିବେ । ଏହା ସୀତାରମଣଙ୍କ ୫ମ ବଜେଟ ଉପସ୍ଥାପନା ହେବାକୁ ଯାଉଛି । ବଜେଟ ଅଧିବେଶନ ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର ସୂଚନା ଦେଇଛନ୍ତି । ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରୁ ଏହି ଅଧିବେଶନ ଆରମ୍ଭ ହେବ । ବଜେଟ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଚଳିତ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ ଉପରେ ସାଧାରଣ ଜନତା ବେଶ ଆଶାବାଦୀ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.