ETV Bharat / business

ଜାନୁଆରୀରେ ୧.୫୬ ଲକ୍ଷ କୋଟି ଜିଏସଟି ସଂଗ୍ରହ

author img

By

Published : Feb 1, 2023, 9:25 AM IST

ଜାନୁୟାରୀରେ ୧.୫୬ ଲକ୍ଷ କୋଟି ଜିଏସଟି ସଂଗ୍ରହ
ଜାନୁୟାରୀରେ ୧.୫୬ ଲକ୍ଷ କୋଟି ଜିଏସଟି ସଂଗ୍ରହ

ଜାନୁଆରୀ ମାସରେ ୧ ଲକ୍ଷ ୫୫ ହଜାର ୯୨୨ କୋଟି GST ସଂଗ୍ରହ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତ ଜାନୁଆରୀ ମାସରେ ୧ ଲକ୍ଷ ୫୫ ହଜାର ୯୨୨ କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ସଂଗୃହୀତ ହୋଇଛି । ଏହା ଦ୍ବିତୀୟ ସର୍ବାଧିକ ପରିମାଣର GST ସଂଗ୍ରହ ହୋଇଥିବା ଗତକାଲି(ମଙ୍ଗଳବାର) ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ଗତବର୍ଷ ଏପ୍ରିଲରେ ୧.୬୮ କୋଟି ଲକ୍ଷ ଟଙ୍କାର ସର୍ବାଧିକ GST ସଂଗ୍ରହ ହୋଇଥିଲା । ଜାନୁଆରୀ ୩୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ସଂଗ୍ରହ କରାଯାଇଥିବା ୧,୫୫,୯୨୨ କୋଟିର GST ମଧ୍ୟରେ CGST ୨୮,୯୬୩ କୋଟି ଟଙ୍କା, SGST ୩୬,୭୩୦ କୋଟି, ଆଜିଏସଟି ୭୯,୫୯୯ କୋଟି ଏବଂ ସେସ୍ ଭାବେ ୧୦,୬୩୦ କୋଟି ଟଙ୍କା ଆଦାୟ କରାଯାଇଛି ।

ମନ୍ତ୍ରଣାଳୟ ଜାନୁଆରୀ, ସରକାର CGST ବାବଦରେ ୩୮,୫୦୭ କୋଟି ଟଙ୍କା ଏବଂ IGSTରୁ SGST ବାବଦରେ ୩୨,୬୨୪ କୋଟି ଟଙ୍କା ପରିଶୋଧ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୨୦୨୩ ଜାନୁଆରୀ ସୁଦ୍ଧା ରାଜସ୍ବ ସଂଗ୍ରହ ଗତବର୍ଷ ଏହି ଅବଧି GST ରାଜସ୍ବ ତୁଳନାରେ ୨୪ ପ୍ରତିଶତ ଅଧିକ ରହିଛି । ସେହିପରି ଗତବର୍ଷ ତୁଳନାରେ ଆମଦାନୀରୁ ଆଦାୟ ରାଜସ୍ବ ୨୯ ପ୍ରତିଶତ ଅଧିକ ଏବଂ ଘରୋଇ ଟ୍ରାଞ୍ଜାକ୍ସନ ୨୨ ପ୍ରତିଶତରୁ ଊର୍ଦ୍ଧ୍ବ ରହିଛି । ଚଳିତ ଆର୍ଥିକ ବର୍ଷରେ ତୃତୀୟ ଥର ପାଇଁ GST ସଂଗ୍ରହ ୧ ଲକ୍ଷ ୫୦ କୋଟି ଟଙ୍କା ଅତିକ୍ରମ କରିଛି ।

ଏହାମଧ୍ୟ ପଢନ୍ତୁ: Budget 2023: କାଉଣ୍ଟଡାଉନ ଆରମ୍ଭ, ୧୧ଟାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଏହାବ୍ୟତୀତ ଡିସେମ୍ବର ୨୦୨୨ରେ ୮.୩ କୋଟି ଇ-ୱେ ବିଲ୍ ବା ଅନଲାଇନ ବିଲ୍ ଜେନେରଟ୍ ହୋଇଛି । ନଭେମ୍ବରରେ ୭.୯ କୋଟି ଇ-ୱେ ବିଲ୍ ଜେନେରେଟ ହୋଇଥିଲା । ଜାନୁଆରୀରେ ସରକାର ଦ୍ବିତୀୟ ସର୍ବାଧିକ GST ସଂଗ୍ରହ କରିଛନ୍ତି । ଗତ ଡିସେମ୍ବରରେ ମୋଟ ୧,୪୯,୫୦୭ କୋଟି GST ଆଦାୟ ହୋଇଥିଲା । ନଭେମ୍ବରରେ ଏହି ପରିମାଣ ୧, ୪୫,୮୬୭ କୋଟି ଥିଲା । ଯାହାକି ଅକ୍ଟୋବରରେ ସଂଗ୍ରହ GST ୧,୫୧,୭୧୮ କୋଟି ଠାରୁ କମ୍ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.