ETV Bharat / business

ବିବାହ ଋତୁରେ ଆକାଶ ଛୁଆଁ ସୁନା ଦର

author img

By ETV Bharat Odisha Team

Published : Nov 22, 2023, 9:30 PM IST

ବିବାହ ଋତୁରେ ସୁନା ଦର ହେଲା ଆକାଶ ଛୁଆଁ , କିନ୍ତୁ ରୂପା ଦର ସ୍ଥିର
ବିବାହ ଋତୁରେ ସୁନା ଦର ହେଲା ଆକାଶ ଛୁଆଁ , କିନ୍ତୁ ରୂପା ଦର ସ୍ଥିର

gold price rises and silver remains flat in India: ଆଜି ଭାରତୀୟ ବଜାରରେ ମୂଲ୍ୟବାନ ଧାତୁ ଗୁଡିକର ମୂଲ୍ୟରେ ବୃଦ୍ଧି । ରାଜଧାନୀ ନୂଆଦିଲ୍ଲୀରେ ସୁନାର ମୂଲ୍ୟ 62,200 ଟଙ୍କା ପ୍ରତି 10 ଗ୍ରାମ ରହିଛି । ଅଧିକ ପଢନ୍ତୁ ।

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଆଜି ସୁନା ଏବଂ ରୂପାର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ଗୁଡିକର ମୂଲ୍ୟ ଆଶାତୀତ ବୃଦ୍ଧି ଘଟିଛି । ଯାହା ଫଳରେ ବୁଧବାର ଦିନ ଦେଶର ରାଜଧାନୀ ନୂଆଦିଲ୍ଲୀରେ ସୁନାର ମୂଲ୍ୟ 50 ଟଙ୍କା ବଢି 62,200 ଟଙ୍କା ପ୍ରତି 10 ଗ୍ରାମ ହୋଇଛି । ଏଚଏଫଡିସି ସିକ୍ୟୁରିଟି ଅନୁଯାୟୀ ସୁନାର ମୂଲ୍ୟ 62,200 ଟଙ୍କା ପ୍ରତି 10 ଗ୍ରାମ ହୋଇଛି । ସୁନାର ମୂଲ୍ୟ ବୃଦ୍ଧିର କାରଣ ହେଉଛି ଭାରତରେ ବିବାହ ସିଜନର ଆରମ୍ଭ ହେବା । ସାଧାରଣତଃ ଭାରତରେ ବିବାହର ସିଜନ ଆରମ୍ଭ ହେବା ମାତ୍ରେ ସୁନା ଏବଂ ରୂପାର ଚାହିଦା ଅଧିକ ରହିଥାଏ । ପୂର୍ବ କାରବାରରେ ସୁନାର ଦର 62,150 ଟଙ୍କା ପ୍ରତି 10 ଗ୍ରାମରେ ବନ୍ଦ ହୋଇଥିଲା । ଯେବେ କି ରୂପାର ଦର 76,400 ଟଙ୍କା ପ୍ରତି କିଲୋଗ୍ରାମରେ ସ୍ଥିର ରହିଥିଲା । ସେହିପରି ବିଦେଶ ମାର୍କେଟରେ ସୁନା ଏବଂ ରୂପାର ମୂଲ୍ୟ ଯଥାକ୍ରମେ 1,999 ଆମେରିକୀୟ ଡଲାର ପ୍ରତି ଆଉନ୍ସ ଏବଂ 23.70 ଆମେରିକୀୟ ଡଲାର ପ୍ରତି ଆଉନ୍ସ ରହିଥିଲା ।

ଏହା ମଧ୍ୟ ପଢନ୍ତୁ ...Diwali Muhurat Trading: ଦୀପାବଳି ମୁହୂର୍ତ୍ତ ଟ୍ରେଡିଂ ପାଳିଲେ ନିବେଶକ, ଉଛୁଳିଲା ସେୟାର ମାର୍କେଟ

ଏଚଏଫଡିସି ସିକ୍ୟୁରିଟିର ବରିଷ୍ଠ କମୋଡିଟି ବିଶ୍ଳେଷକ ସୌମିଲ ଗାନ୍ଧୀଙ୍କ ତଥ୍ୟ ମୁତାବକ ଆମେରିକୀୟ ଟ୍ରେଜରି ୟେଲ୍ଡରେ ହ୍ରାସ ଯୋଗୁଁ ଏବଂ ବିଭିନ୍ନ କାରକ ମାନଙ୍କ କାରଣରୁ ସୁନାର ଦାମରେ ଲଗାତାର 2 ଦିନ ଧରି ବୃଦ୍ଧି ଘଟିଛି । ସେୟାର ମାର୍କେଟରେ ରୂପାର ଡିସେମ୍ବର କଣ୍ଟ୍ରାକ୍ଟ 81 ଟଙ୍କା ତଳକୁ ଖସି 73,223 ଟଙ୍କା ପ୍ରତି କିଲୋରେ ପହଞ୍ଚିଛି । ଭାରତର ଚାରି ପ୍ରମୁଖ ମହାନଗରରେ ମଧ୍ୟ ସୁନାଦର ବୃଦ୍ଧି ହୋଇଛି । ଚେନ୍ନାଇରେ ସୁନାର ମୂଲ୍ୟ 62,510 ଟଙ୍କା ପ୍ରତି 10 ଗ୍ରାମକୁ ହୋଇଥିବା ବେଳେ ରୂପା ମୁଲ୍ୟ 73,149 ଟଙ୍କା ପ୍ରତି 1 କିଲୋଗ୍ରାମ ପିଛା ରହିଛି । ଦିଲ୍ଲୀରେ ସୁନାର ମୂଲ୍ୟ 62,170 ଟଙ୍କା ପ୍ରତି 10 ଗ୍ରାମ ହୋଇଥିବା ବେଳେ, ରୂପା ମୁଲ୍ୟ 73,149 ଟଙ୍କା ପ୍ରତି 1 କିଲୋଗ୍ରାମ ପିଛା ରହିଛି । ମୁମ୍ବାଇରେ ସୁନାର ମୂଲ୍ୟ 62,020 ଟଙ୍କା ପ୍ରତି 10 ଗ୍ରାମ ହୋଇଥିବା ବେଳେ ,ରୂପାର ମୁଲ୍ୟ 73,149 ଟଙ୍କା ପ୍ରତି 1 କିଲୋଗ୍ରାମ ପିଛା ରହିଛି । କୋଲକାତାରେ ସୁନାର ମୂଲ୍ୟ 62,020 ଟଙ୍କା ପ୍ରତି 10 ଗ୍ରାମ ହୋଇଥିବା ବେଳେ ରୂପାର ମୂଲ୍ୟ 73,149 ଟଙ୍କା ପ୍ରତି 1 କିଲୋଗ୍ରାମ ପିଛା ରହିଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.