ETV Bharat / business

ଟ୍ବିଟରରେ ବ୍ଲୁ ଟିକ୍ ପାଇଁ ମାସକୁ ଦେବାକୁ ପଡିବ ୮ ଡଲାର

author img

By

Published : Nov 2, 2022, 6:59 AM IST

ଟ୍ବିଟରରେ ବ୍ଲୁଟିକ୍ ପାଇଁ ମାସକୁ ୮ ଡଲାର , କହିଲେ ଏଲନ ମସ୍କ
ଟ୍ବିଟରରେ ବ୍ଲୁଟିକ୍ ପାଇଁ ମାସକୁ ୮ ଡଲାର , କହିଲେ ଏଲନ ମସ୍କ

ଟ୍ବିଟରରେ ବ୍ଲୁ ଟିକ୍ ପାଇଁ ୟୁଜର୍ସଙ୍କୁ ମାସକୁ ୮ ଡଲାର ଦେବାକୁ ପଡିବ । ସୂଚନା ଦେଲେ ଏଲନ ମସ୍କ । ଅଧିକ ପଢନ୍ତୁ

ୱାଶିଂଟନ: ବିଶ୍ବର ସବୁଠୁ ଧନୀ ଏଲନ ମସ୍କ ଟ୍ବିଟର ହାତେଇବା ପରେ ବ୍ଲୁଟି ଟିକ୍(blue ticks) ଫି' ନିର୍ଦ୍ଧାରଣ କରିଛନ୍ତି । ବ୍ଲୁ ଟିକ୍ ବ୍ୟବହାର ପାଇଁ ୟୁଜର୍ସଙ୍କୁ ମାସିକ ୮ ଡଲାର ଦେବାକୁ ପଡିବ । ଯାହାକି ଭାରତୀୟ ମୁଦ୍ରାରେ ୬୬୦ ଟଙ୍କା ଅଟେ । ମଙ୍ଗଳବାର ଟ୍ବିଟରର ନୂଆ ମାଲିକ ଏଲନ ମସ୍କ(Twitter's new owner Elon Musk) ଏହି ଘୋଷଣା କରିଛନ୍ତି । ଏହାସହିତ ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଫି' ବିଭିନ୍ନ ଦେଶର କ୍ରୟ ଶକ୍ତି(purchasing power) ସମତା ଅନୁସାରେ ଭିନ୍ନ ଭିନ୍ନ ରହିବ ।

ଏହାମଧ୍ୟ ପଢନ୍ତୁ: ଟ୍ବିଟର କିଣିଲେ ଏଲନ ମସ୍କ, ବିଦା ହେଲେ CEO ପରାଗ ଅଗ୍ରୱାଲ

  • Twitter’s current lords & peasants system for who has or doesn’t have a blue checkmark is bullshit.

    Power to the people! Blue for $8/month.

    — Elon Musk (@elonmusk) November 1, 2022 " class="align-text-top noRightClick twitterSection" data=" ">

ବ୍ଲୁ ଟିକ୍ ଦ୍ବାରା ୟୁଜର୍ସ ଅନେକ ପ୍ରକାର ସୁବିଧା ପାଇପାରିବେ । ୟୁଜର୍ସ ଅଧିକ ସମୟର ଭିଡିଓ ଓ ଅଡିଓ ପୋଷ୍ଟ କରିବାକୁ ସକ୍ଷମ ହେବେ । ଏହାସହିତ ସେମାନଙ୍କୁ କମ୍ ବିଜ୍ଞାପନ, ଉତ୍ତର, ଉଲ୍ଲେଖ ଓ ଅନୁସନ୍ଧାନରେ ପ୍ରାଥମିକତା( mentions and search) ମିଳିବ । ଟ୍ବିଟରରୁ କିଣିବା ପରେ ମସ୍କ ଗୋଟିଏ ପରେ ଗୋଟିଏ ନୂଆ ଘୋଷଣା କରୁଛନ୍ତି । କହିରଖୁଛୁ କି, ୪୪ ବିଲିୟନ ଡଲାରରେ ମସ୍କ ଟ୍ବିଟର ଅଧିଗ୍ରହଣ କରିଛନ୍ତି ।

ଚଳିତ ବର୍ଷ ଏପ୍ରିଲରେ ମସ୍କ ଟ୍ବିଟର କିଣିବାକୁ ୪୪ ବିଲିୟନ ଡିଲ୍ କରିଥିବା ନେଇ ଘୋଷଣା କରିଥିଲେ । ଟ୍ବିଟର ଅଧିକାରୀମାନେ ଫେକ୍ ଆକାଉଣ୍ଟ ପ୍ରସଙ୍ଗରେ ତାଙ୍କୁ ଓ ଟ୍ବିଟର ନିବେଶମାନଙ୍କୁ ସଠିକ୍ ସୂଚନା ଦେଇଥିବା ଅଭିଯୋଗରେ ମସ୍କ ଏହି ଡିଲ୍‌କୁ ଅଟକାଇ ଦେଇଥିଲେ । ସେ ଚୁକ୍ତିରୁ ଓହରିବା ପାଇଁ ଘୋଷଣା କରିବା ପରେ ଟ୍ବିଟର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ମାମଲାର ବିଚାର କରି କୋର୍ଟ ମସ୍କଙ୍କୁ ଅକ୍ଟୋବର ୨୭ ସୁଦ୍ଧା ଏହି ଡିଲ୍ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେହିଦିନ ମସ୍କ ଟ୍ବିଟର କିଣିବା ସହ ଏହାର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.