ETV Bharat / business

LPG Price Cut: ୮୩ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ଦର

author img

By

Published : Jun 1, 2023, 9:42 AM IST

LPG Price Cut
କମିଲା କମର୍ସିଆଲ ଗ୍ୟାସ୍ ଦର

କମିଲା ରନ୍ଧନ ଗ୍ୟାସ ଦର । କମିଲା ରନ୍ଧନ ଗ୍ୟାସ ଦର ଦାମ୍ ୮୩ ଟଙ୍କା ୫୦ ପଇସା ହ୍ରାସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ରୋଷେଇ ଗ୍ୟାସ୍ । କମିଲା କର୍ମସିଆଲ ଏଲପିଜି ସିଲିଣ୍ଡର ଦର । ଜୁନ ମାସ ପହିଲାରୁ ୧୯ କିଲୋଗ୍ରାମ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଆଜି ଠାରୁ ନୂଆ ଦରକୁ ଲାଗୁ କରାଯାଇଛି । ଯାହାଫଳରେ ରାଜଧାନୀ ଦିଲ୍ଲୀରେ ଏହି ଗ୍ୟାସ ସିଲିଣ୍ଡର ଦର ୧୮୫୬.୫୦ ଟଙ୍କାରୁ ୧୭୭୩ ଟଙ୍କାକୁ ଖସି ଆସିଛି । ହେଲେ ଘରୋଇ ଇନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ LPG ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ମାସରେ ଯାହା ମୂଲ୍ୟ ଥିଲା ତାହା ହିଁ ରହିଛି ।

କର୍ମସିଆଲ LPG ସିଲିଣ୍ଡର ଦାମ୍ କମିବା ପରେ କୋଲକାତାରେ ବର୍ତ୍ତମାନ ଏହାର ମୂଲ୍ୟ ୧୯୬୦.୫୦ ଟଙ୍କାରୁ କମି ୧୮୭୫.୫୦ ଟଙ୍କା ହୋଇଯାଇଛି । ସେହିପରି ମୁମ୍ବାଇରେ ସିଲିଣ୍ଡର ଦାମ୍ ୧୮୦୮ ଟଙ୍କାରୁ ୧୭୨୫ ଟଙ୍କା, ଚେନ୍ନାଇରେ ୨୦୨୧.୫୦ ଟଙ୍କାରୁ ୧୯୩୭ ଟଙ୍କାକୁ ଖସି ଆସିଛି । ପ୍ରତି ମାସ ପହିଲାରେ ଉଭୟ କର୍ମସିଆଲ ଓ ଘରୋଇ ରନ୍ଧନ ଗ୍ୟାସ୍ ଦର ସଂଶୋଧିତ ହୋଇଥାଏ । କିନ୍ତୁ ଚଳିତ ମାସରେ ଘରୋଇ LPG ସିଲିଣ୍ଡର ଦାମ ଅପରିବର୍ତ୍ତିତ ରହିଛି । ଗତ ମେ' ମାସରେ ତୈଳ ବିପରଣକାରୀ କମ୍ପାନୀଗୁଡିକ ଘରୋଇ ସିଲିଣ୍ଡର ଦାମ୍ ପରିବର୍ତ୍ତନ କରିଥିଲେ । ବର୍ତ୍ତମାନ ଦିଲ୍ଲୀରେ ୧୪ କେଜିର ଘରୋଇ ଗ୍ୟାସ ସିଲିଣ୍ଡର ୧,୦୦୩ ଟଙ୍କାରେ ବିକ୍ରି ହେଉଛି । ସେହିପରି କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଏହାର ଦାମ୍ ଯଥାକ୍ରମେ ୧୦୨୯ ଟଙ୍କା, ୧୦୦୨.୫ ଟଙ୍କା, ୧୦୧୮.୫ ଟଙ୍କା ରହିଛି ।

ଏହାମଧ୍ୟ ପଢନ୍ତୁ : India's GDP : 2022-23ରେ ଅଭିବୃଦ୍ଧି ହାର 7.2%, 4ର୍ଥ ତ୍ରୈମାସିକରେ 6.1%

ପ୍ରକାଶଥାଉ କି, କର୍ମସିଆଲ LPG ସିଲିଣ୍ଡର ଶସ୍ତା ହେବା ରେସ୍ତୋରାଁ, ହୋଟେଲ ଆଦି ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଆଶ୍ବସ୍ତି ଦେଇଛି । ରେସ୍ତୋରାଁ, ଚା' ଷ୍ଟଲ ଓ ଅନ୍ୟ ଭୋଜନାଳୟ ଗୁଡିକୁ କର୍ମସିଆଲ ଗ୍ୟାସ ସିଲିଣ୍ଡରରେ ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ୍ ଦାମ ବଢିଲେ ସେମାନେ ନିଜର ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି । ତେଣୁ କର୍ମସିଆଲ ଗ୍ୟାସ୍ ଦର କମିବା ଦ୍ବାରା କେବଳ ହୋଟେଲ ମାଲିକ ନୁହଁନ୍ତି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବଡ ଆଶ୍ବସ୍ତି । କିନ୍ତୁ ଘରୋଇ ସିଲିଣ୍ଡର ଦାମରେ କୌଣସି ସଂଶୋଧନ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.