ETV Bharat / bharat

India's GDP: 2022-23ରେ ଅଭିବୃଦ୍ଧି ହାର 7.2%, 4ର୍ଥ ତ୍ରୈମାସିକରେ 6.1%

author img

By

Published : May 31, 2023, 9:41 PM IST

Updated : May 31, 2023, 10:06 PM IST

ଅଭିବୃଦ୍ଧି ହାର ପ୍ରକାଶ କଲା ପରିସଂଖ୍ୟାନ ମନ୍ତ୍ରଣାଳୟ । 2022-23 ରେ ଅଭିବୃଦ୍ଧି ହାର 7.2 ପ୍ରତିଶତ, 4ର୍ଥ ତ୍ରୈମାସିକ (ଜାନୁଆରୀ-ମାର୍ଚ୍ଚ) ରେ 6.1 ପ୍ରତିଶତ । ଅଧିକ ପଢନ୍ତୁ

India's GDP : 2022-23 ରେ ଅଭିବୃଦ୍ଧି ହାର 7.2 ପ୍ରତିଶତ, ପ୍ରଥମ ତ୍ରୈମାସିକରେ 6.1 ପ୍ରତିଶତ
India's GDP : 2022-23 ରେ ଅଭିବୃଦ୍ଧି ହାର 7.2 ପ୍ରତିଶତ, ପ୍ରଥମ ତ୍ରୈମାସିକରେ 6.1 ପ୍ରତିଶତ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (2022-23)ରେ ଅଭିବୃଦ୍ଧି ହାର 7.2 ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଗତ ଆର୍ଥିକ ବର୍ଷରେ ଏହି ହାର 9.1 ପ୍ରତିଶତ ରହିଥିଲା । ସେହିପରି ଆର୍ଥିକ ବର୍ଷ 22-23ର 4ର୍ଥ ତ୍ରୈମାସିକ (ଜାନୁଆରୀ-ମାର୍ଚ୍ଚ) ରେ ଅଭିବୃଦ୍ଧି ହାର 6.1 ପ୍ରତିଶତ ରହଛି । ଯାହାକି ଗତବର୍ଷ ଶେଷ ତଥା ଚତୁର୍ଥ ତ୍ରୈମାସିକରେ 4.1 ପ୍ରତିଶତ ରହିଥିଲା । ଆଜି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ପ୍ରାୟ 7 ପ୍ରତିଶତ ରହିବା ନେଇ ଆକଳନ ଦର୍ଶାଇବା ସହ ଏହା ସାମାନ୍ୟ ବଢିବାର ସମ୍ଭାବନା ଥିବ ମଧ୍ୟ ଦର୍ଶାଇଥିଲେ ।

ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି, 2022-23 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ସକଳ ଘରୋଇ ଉତ୍ପାଦ (ଜିଡିପି) 43.62 ଲକ୍ଷ କୋଟି ଅନୁମାନ କରାଯାଇଛି । 2021-22 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଏହି ପରିମାଣ 41.12 ଲକ୍ଷ କୋଟି ରହିଥିଲା । ଚଳିତ ବର୍ଷର ଆନୁପାତିକ ହାରକୁ ଦେଖିଲେ ଅଭିବୃଦ୍ଧି ହାର 6.1 ପ୍ରତିଶତ ରହିଛି । ଏଠାରେ ଉଲ୍ଲେଖନୀୟ କଥା ହେଉଛି, କ୍ରମାଗତ ଦୁଇଟି ତ୍ରୈମାସିକରେ ଜିଡିପିରେ ହ୍ରାସ ପରେ ଚଳିତ ତ୍ରୈମାସିକ (ଜାନୁଆରୀ-ମାର୍ଚ୍ଚ)ରେ ଡିଜିପି ଅଭିବୃଦ୍ଧି ହାର ବୃଦ୍ଧି ପାଇଛି ।

ସହିପରି ଆର୍ଥିକ ବର୍ଷ 2022-23 ପାଇଁ ନୋମିନାଲ ଜିଡିପି 272.41 ଲକ୍ଷ କୋଟି ରହିବ । 2021-22 ଆର୍ଥିକ ବର୍ଷରେ ଏହି ପରିମାଣ 234.71 ଲକ୍ଷ କୋଟି ଥିଲା । ତେଣୁ ଅଭିବୃଦ୍ଧି ହାର 16.1 ପ୍ରତିଶତରେ ପହଞ୍ଚିଛି । ସେହିପରି 22-23 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ 71.82 ଲକ୍ଷ କୋଟି ରହିଛି । ଯାହାକି ଗତ ଆର୍ଥିକ ବର୍ଷ 2021-22 ରେ 65.05 ଲକ୍ଷ କୋଟି ରହିଥିଲା । ତେଣୁ ଚତୁର୍ଥ ତ୍ରୈମାସିକରେ ଅଭିବୃଦ୍ଧି ହାର 10.4 ପ୍ରତିଶତ ରହିଛି । ପୂର୍ବରୁ ମେ’ 24 ତାରିଖରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶଶିକାନ୍ତ ଦାସ, ଆର୍ଥିକ ବର୍ଷ 2022-23 ରେ ଅଭିବୃଦ୍ଧି ହାର 7 ପ୍ରତିଶତରୁ ଅଧିକା ହେବା ନେଇ ପୂର୍ବାକଳନ କରିଥିଲେ । ରିଜର୍ଭ ବ୍ୟାଙ୍କର ଆକଳନକୁ ସାମାନ୍ୟ ଅତିକ୍ରମ କରି ଅଭିବୃଦ୍ଧି ହାର 7.2 ପ୍ରତିଶତରେ ପହଞ୍ଚିଛି ।ସେହିପରି ଆସନ୍ତା 2023-24 ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 6.5 ରହିପାରେ ।

ଏପଟେ ଆର୍ଥିକ ଅଭିବୃଦ୍ଧି ହାର ନେଇ ଆକଳନ ପ୍ରକାଶ ପାଇବା ପରେ ଟ୍ୱିଟ୍ କରି ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ସଙ୍କଟ ସମୟରେ ସଠିକ ଟ୍ରାକରେ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 31, 2023, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.