ETV Bharat / business

Dhanteras 2023: ଧନତେରାସରେ ସୁନା କିଣିବା ସମୟରେ ଧ୍ୟାନରେ ରଖନ୍ତୁ ଏହି କଥା, ନଚେତ ଅନେକ ସମସ୍ୟାର ହେବେ ସମ୍ମୁଖୀନ

author img

By ETV Bharat Odisha Team

Published : Nov 4, 2023, 7:53 PM IST

ଧନତେରାସରେ ପ୍ରତ୍ୟେକ ଘରେ ସୁନା ଓ ରୂପା ଅଳଙ୍କାର କିଣାଯାଏ । ଏହାକୁ ଭାରତରେ ଶୁଭ ବୋଲି ବିବେଚନା କରାଯାଏ । ତେବେ ସୁନା କିଣିବା ସମୟରେ ଏହି କଥାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଅଧିକ ପଢ଼ନ୍ତୁ

Dhanteras 2023
Dhanteras 2023

ନୂଆଦିଲ୍ଲୀ: ଭାରତରେ ଦୀପାବଳି ପୂର୍ବ ଦିନ ଅର୍ଥାତ ଧନତେରାସରେ ସୁନା କିଣିବା ପ୍ରଥା ବଦୁବର୍ଷ ଧରି ଚାଲି ଆସୁଛି । ଦୀପାବଳି ସମୟରେ ପ୍ରତ୍ୟେକ ଘରେ ସୁନା ଓ ରୂପା ଅଳଙ୍କାର କିଣାଯାଏ । ପର୍ବ ସମୟରେ ସୁନା କିଣିବା ଭାରତରେ ଶୁଭ ବୋଲି ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ସପିଂ କରିବା ସମୟରେ ଅନେକ ଜିନିଷକୁ ଧ୍ୟାନରେ ରଖିବାକୁ ପଡ଼ିଥାଏ । ଆଗାମୀ ସପ୍ତାହ ଅର୍ଥାତ ନଭେମ୍ବର 11 ତାରିଖ ହେଉଛି ଧନତେରାସ । ପ୍ରାୟ ପ୍ରତ୍ୟେକଙ୍କ ଘରେ ସୁନା ଅଳଙ୍କାର କିଣାଯିବ । ସୁନାରେ ନିବେଷ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଅନେକ ଅଳଙ୍କାର ବ୍ୟବସାୟୀ ଉତ୍ସବ ସମୟରେ ଲୋକଙ୍କୁ ଠକିଥାନ୍ତି । ଏଭଳି ପରିସ୍ଥିତିରେ ସୁନା କିଣିବା ବେଳେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖିବା ଜରୁରୀ । ନଚେତ ଠକାମୀର ଶୀକାର ହୋଇପାରନ୍ତି । ତେବେ କେଉଁ ଜିନିଷକୁ ଧ୍ୟନରେ ରଖିବେ ଜାଣନ୍ତୁ.......

ଶୁଦ୍ଧତା: ସୁନା କିଣିବା ସମୟରେ ଶୁଦ୍ଧତା ସବୁଠାରୁ ଅଧିକ ମହତ୍ବ ରଖେ । ତେବେ ସୁନାର ଶୁଦ୍ଧତା କ୍ୟାରେଟରେ ମପା ଯାଇଥାଏ । 24 କ୍ୟାରେଟ ସୁନା ଶୁଦ୍ଧ ହୋଇଥିବା ବେଳେ ଏହାର ମୂଲ୍ୟ ଅଧିକ ରହିଥାଏ । ତେଣୁ ସୁନା କିଣିବା ସମୟରେ ଏହାର ଶୁଦ୍ଧାତାକୁ ଯାଞ୍ଚ କରିବା ଉଚିତ ।

ଓଜନ ଏବଂ ମୂଲ୍ୟ: ସୁନାର ମୂଲ୍ୟ ଏହାର ଓଜନ ଆଧାରରେ ସ୍ଥିର କରାଯାଏ ଏବଂ ବଜାର ଦର ପରିବର୍ତ୍ତନ ମଧ୍ୟ ହୋଇଥାଏ । ତେଣୁ ଆପଣ କିଣୁଥିବା ସୁନା ଅଳଙ୍କାର କିମ୍ବା ସୁନା ମୁଦ୍ରାର ଓଜନ ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ । ଏହାର ମୂଲ୍ୟ ହିସାବ କରିବାକୁ ଏହାକୁ ବର୍ତ୍ତମାନର ବଜାର ହାର ସହିତ ତୁଳନା କରନ୍ତୁ । ସାଧାରଣତଃ ସୁନାର ମୂଲ୍ୟ ଅନେକ ସମୟରେ ପରିବର୍ତ୍ତନ ହୋଇଥାଏ । ତେଣୁ ଏଥିପାଇଁ ସୁନାର ଦର ଅନଲାଇନ ମାଧ୍ୟମରେ ଯାଞ୍ଚ କରିପାରିବେ ।

ରିଟର୍ଣ୍ଣ ପଲିସି: ସୁନା କିଣିବା ସମୟରେ ବିକ୍ରେତାଙ୍କ ଠାରୁ ରିଟର୍ଣ୍ଣ କିମ୍ବା ଏକ୍ସଚେଞ୍ଜ ପଲିସି ବିଷୟରେ ଭଲରେ ବୁଝନ୍ତୁ । ଯଦି ଆପଣ କୌଣସି କାରଣରୁ ସୁନାକୁ ଫେରାଇବାକୁ କିମ୍ବା ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ପଲିସି ଜାଣିବା ଜରୁରୀ ଅଟେ । ପଲିସିରେ ଥିବା ନିୟମକୁ ଭଲଭାବେ ପଢନ୍ତୁ ଏବଂ କ୍ରୟ ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ ନେବାକୁ ଭୁଲନ୍ତୁ ନାହିଁ ।

ସାର୍ଟିଫାଏଡ ସୁନା କିଣନ୍ତୁ: ସବୁବେଳେ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ସାର୍ଟିଫାଏ ହୋଇଥିବା ସୁନା ହିଁ କିଣନ୍ତୁ । ଏଥିରେ ସୁନାର କ୍ବାଲିଟି ବିଷୟରେ ଜଣେ ପଡ଼ିଥାଏ । ଯାହାଦ୍ବାରା ପରେ ସୁନାକୁ ବିକିବା କିମ୍ବା ବଦଳାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ......Gold Silver Price Share Market News: ବଢିଲା ସୁନା ଦର, ରୁପାର ମୂଲ୍ୟ ହ୍ରାସ

ମେକିଂ ଚାର୍ଜ: ସୁନା କିଣିବା ସହ ଆପଣଙ୍କୁ ମେକିଂ ଚାର୍ଜ ବା ଗଢ଼ା ମଜୁରୀ ଦେବାକୁ ପଡ଼ିଥାଏ । ଅଳଙ୍କାରର ଡିଜାଇନ ଅନୁସାରେ ଗଢ଼ା ମଜୁରୀ ଅଲଗା ଅଲଗା ହୋଇଥାଏ । ତେଣୁ ସୁନା କିଣିବା ସମୟରେ ଅଳଙ୍କାର ବ୍ୟବସାୟୀଙ୍କୁ ଗଢ଼ା ମଜୁରୀ ବିଷୟରେ ପଚାରନ୍ତୁ ।

ବଜେଟ: ସୁନା କିଣିବା ପୂର୍ବରୁ ପ୍ରଥମେ ବଜେଟ ସ୍ଥିର କରନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତିକୁ ଆକଳନ କରି ସୁନା କିଣିବାର ବଜେଟ ସ୍ଥିର କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.