ଅନ୍ଧାର ରହିବ ରାଜଧାନୀ ! ପଞ୍ଜାବରେ ଘନ ଘନ କଟିବ ବିଜୁଳି

author img

By

Published : Oct 10, 2021, 7:22 AM IST

ଦିଲ୍ଲୀ ସହ ପଞ୍ଜାବରେ ଉତ୍କଟ ବିଦ୍ୟୁତ ସଙ୍କଟ, ସମାଧାନ ପାଇଁ ନିବେଦନ କଲେ କେଜ୍ରିୱାଲ

ଦେଶର ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ବିଦ୍ୟୁତ ସଙ୍କଟ । ପର୍ଯ୍ୟାପ୍ତ ପରିମାଣର କୋଇଲା ଯୋଗାଣ ନ ହେଲେ ଦୁଇ ତିନି ଦିନ ପରେ ଅନ୍ଧାରରେ ରହିବ ପୁରା ଦିଲ୍ଲୀ । ସେପଟେ ପଞ୍ଜାବ ଓ ଉତ୍ତରପ୍ରଦେଶରେ ମଧ୍ୟ ବିଦ୍ୟୁତ କାଟ୍ ଆରମ୍ଭ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ସୃଷ୍ଟି ହୋଇଛି କୋଇଲା ସଙ୍କଟ । ଯାହାର ପ୍ରଭାବ ବିଦ୍ୟୁତ ଉତ୍ପାଦନ ଉପରେ ପଡିଛି । ଦିଲ୍ଲୀ ପରେ ଏବେ ପଞ୍ଜାବରେ କୋଇଲା ଅଭାବ ଯୋଗୁଁ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେଉଛି । ରାଷ୍ଟ୍ରୀୟ ରାଜଧାନୀ ସମେତ ପଞ୍ଜାବ ଓ ଉତ୍ତରପ୍ରଦେଶରେ ବିଜୁଳି କାଟ୍ ଆରମ୍ଭ ହୋଇଯାଇଛି । କୋଇଲା ସଙ୍କଟ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକର କ୍ଷମତା କ୍ଷୀଣ କରିଛି । ରାଜ୍ୟର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ନିକଟରେ କେବଳ ପାଞ୍ଚ ଦିନି ପାଇଁ କୋଇଲା ମହଜୁଦ ରହିଛି । ଯାହା ବର୍ତ୍ତମାନ ଗୁରୁତର ବିଦ୍ୟୁତ ସମସ୍ୟା ସୃଷ୍ଟି କରିଛି ବୋଲି କହିଛନ୍ତି ପଞ୍ଜାବ ଷ୍ଟେଟ୍ ପାୱାର କର୍ପୋରେସନ ଲିମିଟେଡର ଏକ ଅଧିକାରୀ ।

କୁହାଯାଉଛି କି ଦେଶ ପାଇଁ ୧୬ ଲକ୍ଷ ଟନ କୋଇଲାର ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ୧୫ ଲକ୍ଷ ଟନ ଉତ୍ପାଦନ ହୋଇପାରୁଛି । ଏପରିସ୍ଥଳେ କୋଇଲା କମ୍ପାନୀଙ୍କୁ ନିଜର ଉତ୍ପାଦନ ବୃଦ୍ଧି କରିବା ଦରକାର । ଯାହାଦ୍ବାରା ଏବେ ପାର୍ବଣ ସମୟରେ ଲୋକଙ୍କୁ ଅନ୍ଧାର ସମ୍ମୁଖୀନ ନ ହେବାକୁ ପଡିବ । ପଞ୍ଜାବ ଥର୍ମାଲ ପ୍ଲାଣ୍ଟରେ କୋଇଲା ଅଭାବ ବିଦ୍ୟୁତ ଯୋଗାଣକୁ ଗମ୍ଭୀର ଭାବେ ପ୍ରଭାବିତ କରିଛି । ଏହାଫଳରେ କୃଷକଙ୍କୁ ଧାନ ଫସଲ ପାଇଁ ପର୍ଯ୍ୟାପ୍ତ ବିଜୁଳି ମିଳି ପାରୁନାହିଁ । ସେପଟେ ସହରାଞ୍ଚଳ ଏବଂ ଗ୍ରାମୀଣ କ୍ଷେତ୍ରରେ ପାୱାରକଟ ସମସ୍ୟା ମଧ୍ୟ ଉପୁଜିଛି ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଗୁରୁତର ବିଦ୍ୟୁତ ସଙ୍କଟ ମଧ୍ୟ ଦେଇ ଗତିକରୁଛି । ଯଦି ପର୍ଯ୍ୟାପ୍ତ ପରିମାଣର କୋଇଲା ଯୋଗାଣ ନ ହୁଏ ତେବେ ଦୁଇ ତିନି ଦିନ ପରେ ପୁରା ଦିଲ୍ଲୀ ଅନ୍ଧାର ହୋଇଯିବ । ଆବଶ୍ୟକତା ଅନୁଯାୟୀ କୋଇଲା ଯୋଗାଣ ହୋଇପାରୁନଥିବାରୁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ବିଜୁଳି କାଟ୍ ଆରମ୍ଭ ହୋଇଯାଇଛି । କୋଇଲା ଯୋଗାଣ ସମସ୍ୟାରେ ସୁଧାର ନ ଆସିଲେ ଦୁଇ ତିନି ଦିନ ପରେ ପୁରା ଦିଲ୍ଲୀ ଅନ୍ଧାର ହୋଇଯିବ ବୋଲି କହିଛନ୍ତି ଦିଲ୍ଲୀର ଶକ୍ତିମନ୍ତ୍ରୀ ସତେନ୍ଦ୍ର ଜୈନ । କୋରୋନାର ଦ୍ବିତୀୟ ଲହରରେ ଅକ୍ସିଜେନ ସଙ୍କଟ ଯେଭଳି ଥିଲା ବର୍ତ୍ତମାନ କୋଇଲା ସଙ୍କଟ ସେଭଳି ରହିଛି ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।

ଯେଉଁ ପାୱାରପ୍ଲାଣ୍ଟରୁ ଦିଲ୍ଲୀକୁ କୋଇଲା ଯୋଗାଣ ହୋଇଥାଏ, ସେସବୁ ପ୍ଲାଣ୍ଟକୁ ଅତିକମରେ ଗୋଟିଏ ମାସର କୋଇଲା ଷ୍ଟକ ରଖିବାକୁ ହୁଏ । ହେଲେ ବର୍ତ୍ତମାନ ଏହି କ୍ଷମତା ଗୋଟିଏ ଦିନ ପାଇଁ ରହିଛି । ତେଣୁ ଯଥାଶୀଘ୍ର ପ୍ଲାଣ୍ଟକୁ କୋଇଲା ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତ ଶକ୍ତିମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବିଦ୍ୟୁତ ପ୍ଲାଣ୍ଟଗୁଡିକୁ କିପରି ପର୍ଯ୍ୟାପ୍ତ ପରିମାଣର କୋଇଲା ଏବଂ ଗ୍ୟାସ ଉପଲବ୍ଧ ହୋଇପାରିବ ତାହାର ବ୍ୟବସ୍ଥା କରିବାକୁ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.