ETV Bharat / business

ପୁଞ୍ଜି ବଜାରରେ ହାହାକାର, ନିବେଶକ ହରାଇଲେଣି 2 ଲକ୍ଷ କୋଟି

author img

By

Published : Aug 22, 2019, 11:01 PM IST

ପ୍ରତିକାତ୍ମକ ଫଟୋ

ଗୁରୁବାର ଭାରତୀୟ ସେୟାର ବଜାରରେ 6 ମାସର ସର୍ବନିମ୍ନରେ ସେୟାର ସୂଚକାଙ୍କ । ଗୁରୁବାର ସେନସେକ୍ସ 36,472 ରହିଥିଲା ବେଳେ ନିଫ୍ଟି 10, 730ରେ କାରବାର ବନ୍ଦ କରିଛି ।

ନୂଆଦିଲ୍ଲୀ: ଆର୍ଥିକ ମନ୍ଦାବସ୍ଥା ଭିତରେ ଫଶିଛି ଭାରତୀୟ ସେୟାର ବଜାର । ଲଗାତାର ଖସୁଛି କାରବାର । 6 ମାସର ସର୍ବନିମ୍ନ ରେକର୍ଡରେ ସେନସେକ୍ସ । ଏଥିପାଇଁ ନିବେଶକ ପ୍ରାୟ 2 ଲକ୍ଷ କୋଟି ଟଙ୍କା ହରାଇ ସାରିଲେଣି ।


ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 587ପଏଣ୍ଟ ଖସି 36,472 ରହିଛି । ଏପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 186 ପଏଣ୍ଟର କମି 10,732.65 ରେ କାରବାର ବନ୍ଦ ହୋଇଛି ।

ମାର୍ଚ୍ଚ 5 ପରେ ସେନସେକ୍ସ ସର୍ବନିମ୍ନ ସ୍ତରରେ ସେନସେକ୍ସ ରହିଥିଲା ବେଳେ ନିଫ୍ଟି 26 ସପ୍ତାହ ତଳେ ରହିଛି । କାରବାର ସମୟରେ ସର୍ବାଧିକ ହ୍ରାସ ମେଟଲ, ବ୍ୟାଙ୍କିଙ୍ଗ, ଏଫଏମସିଜି ଓ ଅଟୋ ସେକ୍ଟରରେ ଦେଖିବାକୁ ମିଳିଛି ।

ତେବେ ପୁଞ୍ଜିବଜାରରେ ଏପରି ହାହାକାରର କାରଣ ସରକାରୀ ଅବ୍ୟବସ୍ଥା । ଆର୍ଥିକ ମାନ୍ଦାବସ୍ଥା ଭିତରେ ଗତି କରୁଥିହା ଅଟୋ ଓ ଏଫଏମସିଜି ଭଳି କମ୍ପାନୀଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସହାୟତାର ହାତ ବଢାଯାଉ ନଥିବାରୁ ଦିନକୁ ଦିନ କ୍ଷତି ବଢିବାରେ ଲାଗିଛି ।

Intro:Body:

blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.