ବେଲଗାମ୍ ତୈଳ ଦର, ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

author img

By

Published : Oct 10, 2021, 9:01 AM IST

ବେଲଗାମ୍ ତୈଲ ଦର, ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଥମୁନି ଦରଦାମ । ଆଜି କ୍ରମାଗତ ଷଷ୍ଠ ଦିନରେ ପେଟ୍ରୋଲ-ଡିଜେଲ ଦର ବଢାଇଲେ ତୈଳ କମ୍ପାନୀ । ବିଭିନ୍ନ ସ୍ଥାନରେ ଶତକ ପାର୍ କଲା ଡିଜେଲ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆକାଶ ଛୁଆଁ ଦରଦାମ୍ । ତୈଳଠୁ ଆରମ୍ଭ କରିବା ପନିପରିବା, ସବୁଥିରେ ମହଙ୍ଗା ମାଡ । ହେଲେ ଏସବୁ ଭିତରେ ନିରବିଚ୍ଛିନ ଭାବେ ବଢିଚାଲିଛି ପେଟ୍ରୋଲ-ଡିଜେଲ ରେଟ୍ । କ୍ରମାଗତ ଷଷ୍ଠ ଦିନ ଧରି ଦର ବଢାଇଛନ୍ତି ତୈଳ କମ୍ପାନୀ । ଆଜି ମଧ୍ୟ ଦେଶରେ ପେଟ୍ରୋଲ-ଡିଜେଲ ଦର ଯଥାକ୍ରମେ ୩୦ ପଇସା ଓ ୩୫ ପଇସା ବଢିଛି ।

ଏହି ଚେନ୍ ଗତ କିଛି ଦିନ ହେଲା ବଳବତ୍ତର ରହିଛି । ପ୍ରତିଦିନ ୩୦-୩୫ ପଇସା ମହଙ୍ଗା ହେଉଛି ତୈଳ । ଆଜିର ତାଜା ଅପଡେଟ୍ ଅନୁସାରେ ବର୍ତ୍ତମାନ ଦିଲ୍ଲୀରେ ଲିଟର ପିଛା ୧୦୪.୧୪ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ । ଏଠାରେ ଡିଜେଲ ରେଟ୍ ୯୨.୮୨ରେ ପହଞ୍ଚିଛି । ମୁମ୍ବାଇରେ ଏହି ରେଟ୍ ୧୧୦.୧୨ ଟଙ୍କା ହୋଇଯାଇଛି । ବିଶେଷଭାବେ ବାଣିଜ୍ୟ ନଗରୀରେ ନୂଆ କରି ଶତକ ପାର୍ କରିଥିବା ଡିଜେଲ ଏବେ ଲିଟର ପିଛା ୧୦୦.୬୬ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟ ପ୍ରମୁଖ ସହର କୋଲକାତାରେ ପେଟ୍ରୋଲ-ଡିଜେଲ ଯଥାକ୍ରମେ ୧୦୪.୮୦ ଏବଂ ୯୫.୯୩ ଥିବାବେଳେ ବେଙ୍ଗାଲୁରୁରେ ୧୦୭.୭୭ ଏବଂ ୯୮.୫୨ ଟଙ୍କାରେ ପହଞ୍ଚିଛି ।

ସେପଟେ ଭୁବନେଶ୍ବରରେ ବି ତେଲ ଦରର ରେକର୍ଡ ସ୍ତରରେ ରହିଛି । ଗତକାଲି ପେଟ୍ରୋଲ ଦର ଏଠାରେ ୧୦୪.୭୭ଟଙ୍କା ରହିଥିବାବେଳେ ୧୦୦.୮୭ ଟଙ୍କା ସହ ଡିଜେଲ ମଧ୍ୟ ଶତକ ପାର୍ କରିଥିଲା । ଆଜିର ବୃଦ୍ଧି ପରେ ଭୁବନେଶ୍ବରର ରେଟ୍ ପୁଣି ବଢିଛି । ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପ୍ରଭାବରେ ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲ ଖୁଚୁରା ବିକ୍ରି ମୂଲ୍ୟ ବଢାଇ ଚାଲିଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.