ଖାଉଟିଙ୍କୁ ଆଶ୍ବସ୍ତି, କମିବ ଖାଇବା ତେଲ ଦର

author img

By

Published : Oct 14, 2021, 3:56 PM IST

ଖାଉଟିଙ୍କୁ ଆଶ୍ବସ୍ତି, କମିବ ଖାଇବା ତେଲ ଦର

ଖାଇବା ତୈଳଦର ବୃଦ୍ଧି ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଖାଇବା ତେଲ ଉପରୁ ବେସ୍‌ ଇମ୍ପୋର୍ଟ ଡ୍ୟୁଟି ହ୍ରାସ କରିଛନ୍ତି ସରକାର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପାର୍ବଣରେ ସାଧାରଣଙ୍କୁ ଆଶ୍ବସ୍ତି । ରୋଷେଇ ଘରେ କମିଛି ଖାଇବା ତେଲର ତାତି । ଖାଇବା ତୈଳଦର ବୃଦ୍ଧି ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଖାଇବା ତେଲ ଉପରୁ ବେସ୍‌ ଇମ୍ପୋର୍ଟ ଡ୍ୟୁଟି ହ୍ରାସ କରିଛନ୍ତି ସରକାର । ଫଳରେ ସୂର୍ଯ୍ୟମୁଖୀ ତେଳ, ସୋୟା ତେଲ ଓ ପାମୋଲିନ ତେଲ ଉପରୁ ହ୍ରାସ ପାଇଛି ଆମଦାନୀ ଶୁଳ୍କ ।

ଅଶୋଧିତ ପାମ୍, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ସୀମା ଶୁଳ୍କକୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି କେନ୍ଦ୍ର ସରକ‌ାର । ପାର୍ବଣ ଋତୁରେ ଖାଇବା ‌ତେଲ ଦରବୃଦ୍ଧିରେ ଲଗାମ ଲଗାଇବା ଓ ଦେଶରେ ତେଲର ଉପଲବ୍ଧତା ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଅକ୍ଟୋବର ୧୪ରୁ ଏହି ନିଷ୍ପତ୍ତି ଲାଗୁ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ବିଜ୍ଞପ୍ତିରୁ ଜଣାପଡ଼ିଛି ।

ସିବିଆଇସି ବିଜ୍ଞପ୍ତି ଅନୁଯାୟୀ, ଅଶୋଧିତ ପାମ ତେଲ ଉପରେ ଲଗାଯାଇଥିବା କୃଷି ସେସ୍ ୭.୫%କୁ ହ୍ରାସ କରାଯାଇଛି । ସେହିପରି ସୋୟା ଓ ସୂର୍ଯ୍ୟମୁଖୀ ତେଲ ପାଇଁ ଏହି ସେସ୍‌ ହାର ୫% ରଖାଯାଇଛି। ସେସ୍‌ ହ୍ରାସ ଯୋଗୁଁ ପାମ ତେଲ ଉପରେ ସୀମା ଶୁଳ୍କ ହାର ୮.୨୫%କୁ ହ୍ରାସ ପାଇଥିବା ବେଳେ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ସୀମାଶୁଳ୍କ ୫.୫ ପ୍ରତିଶତକୁ ହ୍ରାସ ପାଇଛି। ବିଶୋଧିତ ସୂର୍ଯ୍ୟମୁଖୀ, ସୋୟା, ପାମୋଲିନ ଉପରୁ ବେସ୍‌ ସୀମା ଶୁଳ୍କକୁ ୩୨.୫% ରୁ ୧୭.୫%କୁ ହ୍ରାସ କରାଯାଇଛି।

ସେପଟେ ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ପୀତିରେ ବୃହତ ହ୍ରାସ ପରିଲକ୍ଷିତ ହୋଇଛି । ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ରହିଛି 4.45 ପ୍ରତିଶତ । ଅଗଷ୍ଟରେ ଏହା ୫.୩ ପ୍ରତିଶତ ରହିଥିଲା । ଦୀର୍ଘ ୫ ମାସ ମଧ୍ୟରେ ଖୁଚୁରା ମୁଦ୍ରାସ୍ପୀତିରେ ରେକର୍ଡ ହ୍ରାସ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.