ETV Bharat / business

ଚାଷୀଙ୍କୁ ଭେଟି, ବଢିଲା ଧାନର MSP

author img

By

Published : Jun 9, 2021, 4:58 PM IST

ଚାଷୀଙ୍କୁ ଭେଟି, ବଢିଲା ଧାନର MSP
ଚାଷୀଙ୍କୁ ଭେଟି, ବଢିଲା ଧାନର MSP

ଲକଡାଉନ ସଙ୍କଟ ମଧ୍ୟରେ ଚାଷୀଙ୍କ ମେରୁଦଣ୍ଡ ସୁଦୃଢ ପାଇଁ ସରକାରଙ୍କ ବଡ ଘୋଷଣା । କେନ୍ଦ୍ର କ୍ୟାବିନେଟ ଧାନ ସମେତ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଖରିଫ ଫସଲ ଉପରେ 50 ପ୍ରତିଶତ ବଢିଲା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) । ଧାନ, ବାଜରା, ହରଡ ଏମଏସପି ବୃଦ୍ଧି ହୋଇଛି । ବୁଧବାର କ୍ୟାବିନେଟ ବେଠକରେ ଏମଏସପି ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି ।

କେନ୍ଦ୍ରୀୟ କ୍ୟାବିନେଟ ବଜାର ଋତୁରେ 2021-22 ପାଇଁ ଖରିଫ ଫସଲ ଉପରେ ଏମଏସପିକୁ ଅନୁମତି ଦେଇଛି । ଖରିଫ ଫସଲ ପାଇଁ ଏମଏସପି ହାରାହାରି ବୃଦ୍ଧି 50 ପ୍ରତିଶତ ଉପରେ ରହିଛି । ତୋମାର କହିଛନ୍ତି କି, କୃଷକଙ୍କ କଲ୍ୟାଣ ପାଇଁ ଗତ 7 ବର୍ଷରେ ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି । ଏହି ସିଜନରେ ଚାଉଳ କ୍ରୟ ଦ୍ବାରା 120 ଲକ୍ଷ କୃଷକ ଉପକୃତ ହୋଇଛନ୍ତି । ଡିବିଟି ପ୍ରକ୍ରିୟାରେ କୃଷକଙ୍କୁ ସିଧା ପେମେଣ୍ଟ ମିଳିଛି ।

ଧାନର ଏମଏସପି କ୍ବିଣ୍ଟାଲ ପ୍ରତି 1940 ଟଙ୍କାକୁ ବୃଦ୍ଧି । ଗତ ବର୍ଷ ଏହା କ୍ବିଣ୍ଟାଲ ପ୍ରତି 1868 ଟଙ୍କା ଥିଲା । ସେହିଭଳି ଗତ ବର୍ଷ ତୁଳନାରେ ସବୁଠୁ ଅଧିକ ବୃଦ୍ଧି ରାଶିର ଏମଏସପି ( କ୍ବିଣ୍ଟାଲ ପିଛା 452 ଟଙ୍କା) ବଢିଛି । ଏହା ପଛକୁ ହରଡ ଡାଲିର ଏମଏସପି ୬୨ ପ୍ରତିଶତ ଯାଏଁ ବୃଦ୍ଧି ହୋଇଛି । ଏଭଳି ଭାବେ ବାଜାରା କ୍ବିଣ୍ଟାଲ 2250 ଟଙ୍କା ଓ ମାଣ୍ଡିଆ, କପା, ବିରି ଆଦିର ଦାମ ବଢିଛି ।

ତେବେ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇ ପ୍ରକାଶ ଜାଭେଡକର ଓ ନରେନ୍ଦ୍ର ସିଂହ ତୋମାର କହିଛନ୍ତି କି, ଆଜି ବୈଠକରେ 3 ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.